ଦେଶ ବିଦେଶ

Houthi Rebels: ହୁତି ବିଦ୍ରୋହୀଙ୍କ ଦାବି, ୧୪ ଭାରତୀୟ ଥିବା ଜାହାଜ ଉପରେ ସାଉଦି ଆରବ ଆକ୍ରମଣ କରିଛି

ୟେମେନର ହୁତି ବିଦ୍ରୋହୀମାନେ ଦାବି କରିଛନ୍ତି ଯେ, ଲୋହିତ ସାଗରର ଜୁକାର ଦ୍ୱୀପ ନିକଟରେ ୧୪ ଜଣ ଭାରତୀୟ ନାଗରିକଙ୍କୁ ନେଇ ଯାଉଥିବା ଏକ ଡଙ୍ଗାକୁ ସାଉଦି ଆରବ ଟାର୍ଗେଟ କରିବା ପରେ ସେମାନଙ୍କ ପକ୍ଷରୁ ଉଦ୍ଧାରକାର୍ଯ୍ୟ ଆରମ୍ଭ ହୋଇଛି।

ରିୟାଦ: ୟେମେନର ହୁତି ବିଦ୍ରୋହୀମାନେ ଦାବି କରିଛନ୍ତି ଯେ, ଲୋହିତ ସାଗରର ଜୁକାର ଦ୍ୱୀପ ନିକଟରେ ୧୪ ଜଣ ଭାରତୀୟ ନାଗରିକଙ୍କୁ ନେଇ ଯାଉଥିବା ଏକ ଡଙ୍ଗାକୁ ସାଉଦି ଆରବ ଟାର୍ଗେଟ କରିବା ପରେ ସେମାନଙ୍କ ପକ୍ଷରୁ ଉଦ୍ଧାରକାର୍ଯ୍ୟ ଆରମ୍ଭ ହୋଇଛି। ସିଜିଟିଏନ୍‌ ୟୁରୋପ ତଥ୍ୟ ଅନୁଯାୟୀ, ହୁତିମାନେ କହିଛନ୍ତି ଯେ, ୧୪ ଭାରତୀୟ ଥିବା ବୋଟ ଉପରେ ସାଉଦି ଆରବ ପକ୍ଷରୁ ଟାର୍ଗେଟ କରାଯାଇଥିଲା।

ସେମାନେ ଦାବି କରିଥିଲେ ଯେ, ୟେମେନି ସଶସ୍ତ୍ର ବାହିନୀ ଭାରତୀୟମାନଙ୍କୁ ଉଦ୍ଧାର କରିଛନ୍ତି। ସାଉଦି ଆରବର ଏହି ବେପରୁଆ କାର୍ଯ୍ୟ ଲୋହିତ ସାଗରରେ ଅନ୍ତର୍ଜାତୀୟ ନୌଚାଳନାକୁ ବିପଦରେ ପକାଇଛି। ଅନ୍ତର୍ଜାତୀୟ ସମ୍ପ୍ରଦାୟ ସାଉଦି ଆରବର ଏପରି ଦାୟିତ୍ୱହୀନ କାର୍ଯ୍ୟକୁ ରୋକିବା ଉଚିତ ବୋଲି ହୁତି ବିଦ୍ରୋହୀ କହିଥିବା ସିଜିଟିଏନ୍‌ ୟୁରୋପ ପକ୍ଷରୁ ପ୍ରକାଶ।

ଜଣେ ଭାରତୀୟ ନାଗରିକଙ୍କ ମୃତ୍ୟୁ

ସାଉଦି ଆରବର ଦମ୍ମମ ବିମାନବନ୍ଦରରେ ହୋଇଥିବା ଆକ୍ରମଣରେ ଜଣେ ଭାରତୀୟ ନାଗରିକଙ୍କ ମୃତ୍ୟୁ ଓ ଦୁଇ ଜଣ ଆହତ ହେବା ପରେ ଏହା ଖବର ଆସିଛି। ଶାୟବା ତୈଳ ଫିଲ୍ଡରେ ଆଉ ଜଣେ ଭାରତୀୟ ନାଗରିକ ଆହତ ହୋଇଛନ୍ତି। ସାଉଦି ଆରବର ବେସାମରିକ ଓ ଶକ୍ତି ଭିତ୍ତିଭୂମି ଉପରେ ଆକ୍ରମଣକୁ ଭାରତ ଦୃଢ଼ ନିନ୍ଦା କରିଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button