Diljit: ଦିଲଜିତ୍ ଦୋସାଞ୍ଝଙ୍କ କନ୍ସର୍ଟକୁ ଦିଲ୍ଲୀ ପୁଲିସର ଅନୁମତି ମିଳିଲାନି, ଅକ୍ଟୋବର ୩୦ରେ ହେବାର ଥିଲା କାର୍ଯ୍ୟକ୍ରମ
ପଞ୍ଜାବୀ ଗାୟକ ତଥା ଅଭିନେତା ଦିଲଜିତ୍ ଦୋସାଞ୍ଝଙ୍କ ଦିଲ୍ଲୀ କନ୍ସର୍ଟକୁ ଅନୁମତି ଦେବାକୁ ମନା କରିଛି ଦିଲ୍ଲୀ ପୁଲିସ। ଅକ୍ଟୋବର ୩୦ରେ ନୂଆଦିଲ୍ଲୀର ଜବାହରଲାଲ ନେହରୁ ଷ୍ଟାଡିୟମ୍ରେ ଏହି କାର୍ଯ୍ୟକ୍ରମ ହେବାର ଥିଲା।

ନୂଆଦିଲ୍ଲୀ: ପଞ୍ଜାବୀ ଗାୟକ ତଥା ଅଭିନେତା ଦିଲଜିତ୍ ଦୋସାଞ୍ଝଙ୍କ ଦିଲ୍ଲୀ କନ୍ସର୍ଟକୁ ଅନୁମତି ଦେବାକୁ ମନା କରିଛି ଦିଲ୍ଲୀ ପୁଲିସ। ଅକ୍ଟୋବର ୩୦ରେ ନୂଆଦିଲ୍ଲୀର ଜବାହରଲାଲ ନେହରୁ ଷ୍ଟାଡିୟମ୍ରେ ଏହି କାର୍ଯ୍ୟକ୍ରମ ହେବାର ଥିଲା। ସୁରକ୍ଷା ସମ୍ପର୍କିତ ବିପଦର ସୂଚନା, ପାର୍ବଣ ସମୟରେ ଆଇନଶୃଙ୍ଖଳା ରକ୍ଷା ପାଇଁ ଅତିରିକ୍ତ ଦାୟିତ୍ୱ ଏବଂ ଅନ୍ୟାନ୍ୟ ସୁରକ୍ଷାଗତ କାରଣରୁ ଏହି ନିଷ୍ପତ୍ତି ନିଆଯାଇଛି।
ଦିଲଜିତ୍ଙ୍କ ‘ଅରା ଇଣ୍ଡିଆ ଟୁର୍’ର ଦିଲ୍ଲୀ ପର୍ଯ୍ୟାୟ ପାଇଁ ଅନୁମତି ମାଗିଥିବା ଟିକେଟ୍ ବିକ୍ରୟ ସଂସ୍ଥା ବୁକ୍ମାଇଁସୋକୁ ଦକ୍ଷିଣ ଜିଲ୍ଲାର ପୁଲିସ ଉପାୟୁକ୍ତଙ୍କ କାର୍ଯ୍ୟାଳୟ ଏ ସମ୍ପର୍କରେ ଚିଠି ଲେଖି ଜଣାଇଛି। ଅକ୍ଟୋବର ୧୪ରେ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଆବେଦନ କରାଯାଇଥିଲା। ତାହାର ସମୀକ୍ଷା ପରେ ପୁଲିସ ଅନୁମତି ଦେଇନାହିଁ। ଚିଠିରେ ସ୍ପଷ୍ଟ ଭାବେ ସୁରକ୍ଷା ସମ୍ପର୍କିତ ନିର୍ଦ୍ଦିଷ୍ଟ ବିପଦର ସୂଚନା, ପାର୍ବଣ ସମୟରେ ସୁରକ୍ଷା ଓ ଆଇନଶୃଙ୍ଖଳା ସମସ୍ୟାକୁ କାରଣ ଭାବେ ଦର୍ଶାଯାଇଛି। ଦିଲଜିତ୍ଙ୍କ ଏହି କାର୍ଯ୍ୟକ୍ରମ ତାଙ୍କ ‘ଅରା ଇଣ୍ଡିଆ ଟୁର୍’ର ଅଂଶ।
ଅକ୍ଟୋବର ୧୪ରେ କାର୍ଯ୍ୟକ୍ରମ
ଦିଲ୍ଲୀ ପରେ ଇନ୍ଦୋର, ଅହମଦାବାଦ, ମୁମ୍ବାଇ, ବେଙ୍ଗାଲୁରୁ, ଲକ୍ଷ୍ନୌ ଓ ଚଣ୍ଡୀଗଡ଼ରେ ମଧ୍ୟ କାର୍ଯ୍ୟକ୍ରମ ଆୟୋଜନର ଯୋଜନା ରହିଛି। ଏହି ଟୁର୍ ଦିଲଜିତ୍ଙ୍କ ପୂର୍ବରୁ ସଫଳ ହୋଇଥିବା ‘ଦିଲ୍-ଲୁମିନାଟି ଟୁର୍’ ପରେ ଆରମ୍ଭ ହୋଇଛି। ଅନ୍ୟପକ୍ଷରେ, ଦିଲ୍ଲୀ କନ୍ସର୍ଟ ପାଇଁ ସ୍ୱେଚ୍ଛାସେବୀ ନିଯୁକ୍ତି ନାମରେ ସାମାଜିକ ଗଣମାଧ୍ୟମରେ କେତେକ ନକଲି ଆକାଉଣ୍ଟ ସକ୍ରିୟ ଥିବା ନେଇ ଦିଲଜିତ୍ ପ୍ରଶଂସକଙ୍କୁ ସତର୍କ କରାଇଛନ୍ତି।
ସୌଜନ୍ୟ ସମ୍ବାଦ




