ରାଜ୍ୟ

Kanas Headmaster Suspended ଆର୍ଥିକ ଠକେଇ ମାମଲାରେ ଗିରଫ ପ୍ରଧାନଶିକ୍ଷକ ନିଲମ୍ବିତ

ପୁରୀ ଜିଲ୍ଲା କଣାସର ଚନ୍ଦନେଶ୍ୱର ନୋଡାଲ୍ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅମରେଶ୍ୱର କାଣ୍ଡି ଆଦର୍ଶ ବିଦ୍ୟାଳୟରେ ଚାକିରି ଦେବା ନାଁରେ ଠକେଇ ଅଭିଯୋଗରେ ଗିରଫ ହେବା ପରେ ନିଲମ୍ବିତ ହୋଇଛନ୍ତି। ଜାଲ୍ ନିଯୁକ୍ତିପତ୍ର ଦେଇ ଟଙ୍କା ନେଇଥିବା ଅଭିଯୋଗରେ ବଡ଼ଗଡ଼ ଥାନା ପୁଲିସ ତଦନ୍ତ କରିଥିଲା।

କଣାସ(ବିରଞ୍ଚି ପଣ୍ଡା): ଆଦର୍ଶ ବିଦ୍ୟାଳୟରେ ଚାକିରି କରାଇଦେବା ପ୍ରଲୋଭନ ଦେଖାଇ ଲକ୍ଷାଧିକ ଟଙ୍କାର ଠକେଇ ଅଭିଯୋଗରେ ଗିରଫ ହୋଇଥିବା ପୁରୀଜିଲ୍ଲା କଣାସ ବ୍ଲକ୍ ଅନ୍ତର୍ଗତ ଚନ୍ଦନେଶ୍ୱର ନୋଡାଲ୍ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଅମରେଶ୍ୱର କାଣ୍ଡିଙ୍କୁ କଣାସ ମଣ୍ଡଳ ଶିକ୍ଷାଧିକାରୀ ରାମଚନ୍ଦ୍ର ବେହେରା ନିଲମ୍ବନ କରିଛନ୍ତି।

ନିଲମ୍ବନ ଅବଧିରେ ତାଙ୍କର ଶୃଙ୍ଖଳାଗତ ମୁଖ୍ୟାଳୟ ସରକାରୀ ଉଚ୍ଚ ବିଦ୍ୟାଳୟ, କଣାସ ଧାର୍ଯ୍ୟ କରାଯାଇଛି। ଏହାସହ ସେ ବିନା ଅନୁମତିରେ ମୁଖ୍ୟାଳୟ ଛାଡ଼ିପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ସରକାରୀ ଓ ଆର୍ଥିକ ଦସ୍ତାବିଜ୍ ସହକାରୀ ଶିକ୍ଷୟିତ୍ରୀ ଗୀତାଞ୍ଜଳି ବେହେରାଙ୍କୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଥିବାବେଳେ, ପାଠପଢ଼ା ବ୍ୟାଘତ ନ ହେବା ପାଇଁ ଚନ୍ଦନେଶ୍ୱର କ୍ଲଷ୍ଟରର ସିଆରସିସି ସନ୍ତୋଷ କୁମାର ସ୍ୱାଇଁଙ୍କୁ ନିୟମିତ କ୍ଲାସ କରିବା ପାଇଁ ଶିକ୍ଷା ଅଧିକାରୀ ଶ୍ରୀ ବେହେରା ନିର୍ଦ୍ଦେଶ ଦେଇଛନ୍ତି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button