ରାଜ୍ୟ

President to Visit Rairangpur ୨୮ରେ ରାଷ୍ଟ୍ରପତିଙ୍କ ରାଇରଙ୍ଗପୁର ଗସ୍ତ, ସଜେଇ ହୋଇଛି ସହର

ଅକ୍ଟୋବର ୨୮ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ରାଇରଙ୍ଗପୁର ଗସ୍ତ ପାଇଁ ସହର ସଜେଇ ହୋଇଛି। ସେ ବାଦାମପାହାଡ଼-ପୁରୀ ଏକ୍ସପ୍ରେସର ଶୁଭାରମ୍ଭ କରିବେ। ସୁରକ୍ଷା ଓ ଭିତ୍ତିଭୂମି ପ୍ରସ୍ତୁତି ଜୋରଦାର ହୋଇଛି।

ରାଇରଙ୍ଗପୁର (ତୁଷାରକାନ୍ତ ମହାନ୍ତ): ୨୮ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦୁଇ ଦିନିଆ ରାଇରଙ୍ଗପୁର ଗସ୍ତକୁ ନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ରାଷ୍ଟ୍ରପତି ଯେଉଁ ସ୍ଥାନଗୁଡ଼ିକୁ ଗସ୍ତ କରିବେ ସେହି ଅଞ୍ଚଳ ଓ କୋଠାକୁ ଭଳିକି ଭଳି ରଙ୍ଗୀନ ଆଲୋକରେ ସଜାଯାଇଛି।

ଗସ୍ତ କାର୍ଯ୍ୟସୂଚୀ ଅନୁଯାୟୀ,  ୨୮ ତାରିଖ ସକାଳ ୧୦.୪୫ରେ ରାଷ୍ଟ୍ରପତି ଦାଣ୍ଡବୋଷରେ ପହଞ୍ଚି ବାହାଲଦା ଓ ରାଇରଙ୍ଗପୁରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ।୨୮ ରେ ସବୁଜ ପତାକା ଦେଖାଇ ବାଦାମପାହାଡ – ପୁରୀ ଏକ୍ସପ୍ରେସର ଶୁଭାରମ୍ଭ କରିବେ।
ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି, ରାଇରଙ୍ଗପୁର ରେଳ ଷ୍ଟେସନକୁ ମଧ୍ୟ ଅମୃତ ଭାରତ ଯୋଜନାରେ ନବୀକରଣ କରାଯାଇଛି। ନୂଆ କୋଠା ଉପରେ ରାଇରଙ୍ଗପୁର ଲେଖା, ଘଣ୍ଟା, ସବୁଜ ଘାସ, ଫୁଟପାଥ ସଜା ହୋଇଛି। ଏଠାରୁ ରାଷ୍ଟ୍ରପତି ନୂଆ ପୁରୀ-ବାଦାମପାହାଡ଼ ଏକ୍ସପ୍ରେସକୁ ପତାକା ଦେଖାଇ ଶୁଭାରମ୍ଭ କରିବେ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button