ରାଜ୍ୟ

Tragedy in Bhadrak: ପୋଖରୀରେ ବୁଡ଼ି ଜେଜେ ଓ ୪ବର୍ଷର ନାତି ମୃତ

ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନା ମାଳିଅରୁଆ ଗାଁରେ ପୋଖରୀରେ ବୁଡ଼ି ଜେଜେ ଦୟାନିଧି ବାରିକ ଓ ତାଙ୍କ ୪ ବର୍ଷର ନାତିଙ୍କ ମୃତ୍ୟୁ ହୋଇଛି। ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି।

ଭଦ୍ରକ(ହରିହର ନାୟକ):  ସାବରଙ୍ଗ ଥାନା ଅଧିନ ମାଳିଅରୁଆ ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ପୋଖରୀରେ ବୁଡି ଜେଜେ ଓ ୪ ବର୍ଷର ନାତିଙ୍କ ମୃତ୍ୟୁ ଘଟିଛି।

ଅନେକ ସମୟ ପର୍ଯ୍ୟନ୍ତ ଉଭୟ ଘରକୁ ନଫେରିବାରୁ ପରିବାର ଲୋକେ ଉଭୟଙ୍କୁ ଖୋଜାଖୋଜି କରିଥିଲେ। ଶେଷରେ ଉଭୟଙ୍କ ମୃତଦେହ ପୋଖରୀରେ ଭାସୁଥିବା ଗାଁଲୋକ ଦେଖି ପରିବାର ଲୋକଙ୍କୁ ସୂଚିତ କରିଥିଲେ। ସେମାନଙ୍କ ଅଚେତ ଶରୀରକୁ ନେଇ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।
ସୂଚନା ପାଇ ସାବରଙ୍ଗ ପୋଲିସ ଉଭୟଙ୍କ ମୃତ ଦେହକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଛି। ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button