ଦେଶ ବିଦେଶ

Allegations: ବରିଷ୍ଠ ଇସି ଅଧିକାରୀଙ୍କ ବିରୋଧରେ ଅଭିଯୋଗ: କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ କ୍ୟାବିନେଟ୍‌ ସଚିବାଳୟ

ନିର୍ବାଚନ କମିସନ (ଇସିଆଇ)ର ଜଣେ ବରିଷ୍ଠ ଅଧିକାରୀଙ୍କ ବିରୋଧରେ ୨ ଜଣ ନିର୍ବାଚନ କମିସନର କରିଥିବା ଅଭିଯୋଗ ଉପରେ କ୍ୟାବିନେଟ୍‌ ସଚିବାଳୟ କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହିଁ।

ନୂଆଦିଲ୍ଲୀ: ନିର୍ବାଚନ କମିସନ (ଇସିଆଇ)ର ଜଣେ ବରିଷ୍ଠ ଅଧିକାରୀଙ୍କ ବିରୋଧରେ ୨ ଜଣ ନିର୍ବାଚନ କମିସନର କରିଥିବା ଅଭିଯୋଗ ଉପରେ କ୍ୟାବିନେଟ୍‌ ସଚିବାଳୟ କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହିଁ। ଆର୍‌ଟିଆଇ ଆବେଦନର ଜବାବରେ ସଚିବାଳୟ କହିଛି ଯେ ଏହି ଚିଠିଗୁଡ଼ିକ ବ୍ୟକ୍ତିଗତ ଭାବେ ଲେଖାଯାଇଥିଲା, ନିର୍ବାଚନ କମିସନଙ୍କ ପକ୍ଷରୁ ଔପଚାରିକ ଭାବେ ନୁହେଁ। ଏଭଳି ସ୍ଥିତିରେ କୌଣସି ପଦକ୍ଷେପ ନେବା ଅନୁପଯୁକ୍ତ ହେବା ସହ ଏକ ସାମ୍ବିଧାନିକ ଅନୁଷ୍ଠାନର କାର୍ଯ୍ୟରେ ହସ୍ତକ୍ଷେପ ସଦୃଶ ହେବ ବୋଲି ସଚିବାଳୟ କହିଛି।

ଉଲ୍ଲେଖଯୋଗ୍ୟ, ନିର୍ବାଚନ କମିସନର ସୁଖବୀର ସିଂହ ସାନ୍ଧୁ ଓ ବିବେକ ଯୋଶୀ ଜୁଲାଇ ୨୯ ତାରିଖରେ କ୍ୟାବିନେଟ୍‌ ସଚିବ ଟିଭି ସୋମନାଥନଙ୍କୁ ପୃଥକ୍‌ ଚିଠି ଲେଖି ବରିଷ୍ଠ ଉପ ନିର୍ବାଚନ କମିସନର ମନୀଷ ଗର୍ଗଙ୍କ ଆଚରଣକୁ ନେଇ ଚିନ୍ତା ପ୍ରକଟ କରିଥିଲେ। ଚିଠିରେ ଉଭୟ ଅଭିଯୋଗ କରିଥିଲେ ଯେ ଗର୍ଗ ଉପ ନିର୍ବାଚନ କମିସନର ଭାବେ ଦାୟିତ୍ୱ ନେବା ପରେ ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ କାର୍ଯ୍ୟ ବଣ୍ଟନରେ ପରିବର୍ତ୍ତନ କରି ଏକତରଫା ଭାବେ ନିର୍ଦ୍ଦେଶ ଜାରି କରିଥିଲେ। ଏଥିପୂର୍ବରୁ ସେ ନିର୍ବାଚନ କମିସନ କିମ୍ବା ଅନ୍ୟ ଅଧିକାରୀଙ୍କ ସହ କୌଣସି ଆଲୋଚନା କରିନଥିଲେ। ପୂର୍ବ ଆଲୋଚନା ଓ କମିସନଙ୍କ ସ୍ୱୀକୃତି ବିନା ଏଭଳି ପରିବର୍ତ୍ତନକୁ ଉଭୟ ମୌଖିକ ଓ ଲିଖିତ ଭାବେ ବିରୋଧ କରିଥିଲେ ମଧ୍ୟ ଗର୍ଗ ନିଜ କାର୍ଯ୍ୟ ଜାରି ରଖିଥିଲେ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button