ଦେଶ ବିଦେଶ
Dead: ଇକ୍ୱେଡର୍ରେ ଦୁଇ କାରାଗାରରେ ଦଙ୍ଗା, ୮ ମୃତ ଓ ୧୦ ଆହତ
ଦକ୍ଷିଣ ଆମେରିକୀୟ ଦେଶ ଇକ୍ୱେଡର୍ର ଦୁଇଟି କାରାଗାରରେ ଗୁରୁବାର ହୋଇଥିବା ଦଙ୍ଗାରେ ୮ ଜଣ କଏଦୀଙ୍କ ମୃତ୍ୟୁ ହୋଇଥିବାବେଳେ ୧୦ ଜଣ ଆହତ ହୋଇଛନ୍ତି। ଦେଶର କାରାଗାର ପରିଚାଳନା ସଂସ୍ଥା (ଏସ୍ଏନ୍ଏଆଇ) ଏହି ସୂଚନା ଦେଇଛି।

କ୍ୱିଟୋ: ଦକ୍ଷିଣ ଆମେରିକୀୟ ଦେଶ ଇକ୍ୱେଡର୍ର ଦୁଇଟି କାରାଗାରରେ ଗୁରୁବାର ହୋଇଥିବା ଦଙ୍ଗାରେ ୮ ଜଣ କଏଦୀଙ୍କ ମୃତ୍ୟୁ ହୋଇଥିବାବେଳେ ୧୦ ଜଣ ଆହତ ହୋଇଛନ୍ତି। ଦେଶର କାରାଗାର ପରିଚାଳନା ସଂସ୍ଥା (ଏସ୍ଏନ୍ଏଆଇ) ଏହି ସୂଚନା ଦେଇଛି। କୋଟୋପାକ୍ସି ଓ ପିଚିଞ୍ଚା ପ୍ରଦେଶର ଦୁଇଟି କାରାଗାରରେ ଏହି ଘଟଣା ଘଟିଛି। ଆହତମାନଙ୍କୁ ଚିକିତ୍ସା କରାଯାଉଛି।
ଇକ୍ୱେଡର୍ର କାରାଗାରଗୁଡ଼ିକରେ ଅପରାଧୀ ଗୋଷ୍ଠୀଙ୍କ ହିଂସା ଦୀର୍ଘଦିନ ଧରି ଚିନ୍ତାର କାରଣ ହୋଇଛି। ୨୦୨୧ରୁ ଏଠାକାର କାରାଗାରଗୁଡ଼ିକରେ ୫୦୦ରୁ ଅଧିକ କଏଦୀଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରେ କୁହାଯାଇଛି। କେତେକ କାରାଗାର ସାମରିକ ନିୟନ୍ତ୍ରଣରେ ଥିଲେ ମଧ୍ୟ ନିଶାଦ୍ରବ୍ୟ ଚୋରାଚାଲାଣରେ ସମ୍ପୃକ୍ତ ଗୋଷ୍ଠୀ ଭିତରୁ ହିଂସା ଓ ବଟି ଆଦାୟ ଭଳି କାର୍ଯ୍ୟ ଚଳାଇ କର୍ତ୍ତୃପକ୍ଷଙ୍କ ପାଇଁ ଆହ୍ୱାନ ସୃଷ୍ଟି କରୁଛନ୍ତି।
ସୌଜନ୍ୟ ସମ୍ବାଦ




