ଦେଶ ବିଦେଶ

Injured: ଜୋର୍ଡାନ ଚର୍ଚ୍ଚ ନିକଟରେ ଗୁଳିକାଣ୍ଡ, ୭ ମୃତ ଓ ୩୪ ଆହତ

ଜୋର୍ଡାନର କରକ ଗଭର୍ଣ୍ଣରେଟ୍‌ରେ ଆଜି ଏକ ଚର୍ଚ୍ଚ ନିକଟରେ ଗୁଳିକାଣ୍ଡ ଘଟିଛି। ଏଥିରେ ୭ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩୪ ଜଣ ଆହତ ହୋଇଛନ୍ତି। ଏକ ଅନ୍ତ୍ୟେଷ୍ଟି କାର୍ଯ୍ୟ ଚାଲିଥିବା ସମୟରେ ଏହି ଗୁଳିକାଣ୍ଡ ଘଟିଥିବା ଦେଶର ଜନସୁରକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି।

ଅମ୍ମାନ: ଜୋର୍ଡାନର କରକ ଗଭର୍ଣ୍ଣରେଟ୍‌ରେ ଆଜି ଏକ ଚର୍ଚ୍ଚ ନିକଟରେ ଗୁଳିକାଣ୍ଡ ଘଟିଛି। ଏଥିରେ ୭ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩୪ ଜଣ ଆହତ ହୋଇଛନ୍ତି। ଏକ ଅନ୍ତ୍ୟେଷ୍ଟି କାର୍ଯ୍ୟ ଚାଲିଥିବା ସମୟରେ ଏହି ଗୁଳିକାଣ୍ଡ ଘଟିଥିବା ଦେଶର ଜନସୁରକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, କରକର ହମୋଦ ଚର୍ଚ୍ଚ ନିକଟରେ ଏକ ଗାଡ଼ିରୁ କିଛି ବନ୍ଧୁକଧାରୀ ଓହ୍ଲାଇ ଏକ ଅନ୍ତିମ ଶୋଭାଯାତ୍ରା ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ। ଚର୍ଚ୍ଚର ସୁରକ୍ଷା କ୍ୟାମେରାରେ କଏଦ ଦୃଶ୍ୟରୁ ତିନି ଜଣ ବ୍ୟକ୍ତି ଗଛ ପଛରେ ଲୁଚି ଶୋଭାଯାତ୍ରା ଉପରକୁ ଗୁଳି ଚଳାଉଥିବା ଦେଖିବାକୁ ମିଳିଛି। ଏହି ଆକ୍ରମଣ ପାଇଁ କୌଣସି ଗୋଷ୍ଠୀ ନିଜକୁ ଦାୟୀ କରିନାହାନ୍ତି। ଜୋର୍ଡାନର ରାଜା ଅବଦୁଲ୍ଲା କହିଛନ୍ତି, ଆକ୍ରମଣ ପାଇଁ ଦାୟୀ ବ୍ୟକ୍ତିମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button