ଦେଶ ବିଦେଶ
United Nations : କାର୍ଗିଲ ଯୁଦ୍ଧରେ ନିହତ ନିଜ ସୈନିକଙ୍କ ମୃତଦେହ ଗ୍ରହଣ କରି ନଥିଲା ପାକିସ୍ତାନ: ଜାତିସଂଘରେ ଭାରତ
୧୯୯୯ର କାର୍ଗିଲ ଯୁଦ୍ଧରେ ନିହତ ନିଜ ସୈନିକଙ୍କ ମୃତଦେହ ଗ୍ରହଣ କରିବାକୁ ପାକିସ୍ତାନ ମନା କରିଥିଲା। ଏଭଳି ଦେଶ ଧାର୍ମିକ ସ୍ୱାଧୀନତା, ବିଶ୍ୱାସ ଓ ଅନ୍ତିମ ସଂସ୍କାର ଅଧିକାର ନେଇ ଭାରତକୁ ଉପଦେଶ ଦେବା ବିଡମ୍ବନାର ବିଷୟ ବୋଲି ଜାତିସଂଘରେ କହିଛି ଭାରତ।

ଜାତିସଂଘ: ୧୯୯୯ର କାର୍ଗିଲ ଯୁଦ୍ଧରେ ନିହତ ନିଜ ସୈନିକଙ୍କ ମୃତଦେହ ଗ୍ରହଣ କରିବାକୁ ପାକିସ୍ତାନ ମନା କରିଥିଲା। ଏଭଳି ଦେଶ ଧାର୍ମିକ ସ୍ୱାଧୀନତା, ବିଶ୍ୱାସ ଓ ଅନ୍ତିମ ସଂସ୍କାର ଅଧିକାର ନେଇ ଭାରତକୁ ଉପଦେଶ ଦେବା ବିଡମ୍ବନାର ବିଷୟ ବୋଲି ଜାତିସଂଘରେ କହିଛି ଭାରତ। ଜାତିସଂଘରେ ଭାରତର ସ୍ଥାୟୀ ମିସନ୍ର ପ୍ରଥମ ସଚିବ ଭାବିକା ମଙ୍ଗଳାନନ୍ଦନ ଗୁରୁବାର ଏକ ଆଲୋଚନାରେ ଏହି ମନ୍ତବ୍ୟ ଦେଇଛନ୍ତି।
ସୌଜନ୍ୟ ସମ୍ବାଦ




