ଦେଶ ବିଦେଶ

Typhoon Champi: ତାଇୱାନରେ ତାଣ୍ଡବ ରଚିଲା ‘ଚାମ୍ପି’: ଜଣେ ମୃତ, ୫୦୦ରୁ ଅଧିକ ଆହତ

ଘୂର୍ଣ୍ଣିଝଡ଼ ଚାମ୍ପି ଯୋଗୁଁ ତାଇୱାନରେ ତାଣ୍ଡବ ରଚିଛି। ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ଏବଂ ଶହ ଶହ ଆହତ ହୋଇଛନ୍ତି। ଶୁକ୍ରବାର ରାତିରୁ ଶନିବାର ସକାଳ ପର୍ଯ୍ୟନ୍ତ ଘୂର୍ଣ୍ଣିଝଡ଼ ଯୋଗୁଁ ପ୍ରବଳ ପବନ ଏବଂ ବର୍ଷା ହୋଇଛି। ଅନେକ ଗଛ ଭାଙ୍ଗିବା ଯୋଗୁଁ ବିଦ୍ୟୁତ୍ ଯୋଗାଣ ବାଧାପ୍ରାପ୍ତ ହୋଇଛି।

ତାଇପେ:  ଘୂର୍ଣ୍ଣିଝଡ଼ ଚାମ୍ପି ଯୋଗୁଁ ତାଇୱାନରେ ତାଣ୍ଡବ ରଚିଛି। ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ଏବଂ ଶହ ଶହ ଆହତ ହୋଇଛନ୍ତି। ଶୁକ୍ରବାର ରାତିରୁ ଶନିବାର ସକାଳ ପର୍ଯ୍ୟନ୍ତ ଘୂର୍ଣ୍ଣିଝଡ଼ ଯୋଗୁଁ ପ୍ରବଳ ପବନ ଏବଂ ବର୍ଷା ହୋଇଛି। ଅନେକ ଗଛ ଭାଙ୍ଗିବା ଯୋଗୁଁ ବିଦ୍ୟୁତ୍ ଯୋଗାଣ ବାଧାପ୍ରାପ୍ତ ହୋଇଛି। ଚାମ୍ପି ସିଧାସଳଖ ତାଇୱାନରେ ଲ୍ୟାଣ୍ଡଫଲ୍ କରିନଥିଲେ ମଧ୍ୟ ଅଧିକାଂଶ ସ୍ଥାନରେ ଏହାର ପ୍ରଭାବ ଅନୁଭୂତ ହୋଇଛି।

ତାଇୱାନର ପାଣିପାଗ ବିଭାଗ କହିଛି ଯେ, ଶନିବାର ସକାଳ ସୁଦ୍ଧା ଘୂର୍ଣ୍ଣିଝଡ଼ ଦୁର୍ବଳ ହେବା ଆରମ୍ଭ କରିଛି ​​ଏବଂ ସନ୍ଧ୍ୟା ସୁଦ୍ଧା ଘୂର୍ଣ୍ଣିଝଡ଼ ସତର୍କତା ପ୍ରତ୍ୟାହାର କରାଯିବ। ତାଇୱାନର କେନ୍ଦ୍ରୀୟ ଜରୁରୀକାଳୀନ ଅପରେସନ୍ ସେଣ୍ଟର କହିଛି, ୫ ଶହରୁ ଅଧିକ ଆହତ ହୋଇଛନ୍ତି। ଘୂର୍ଣ୍ଣିଝଡ଼ ଦୁର୍ବଳ ହେବାରୁ କିଛି ଘରେ ବିଦ୍ୟୁତ୍ ସଂଯୋଗ କରାଯାଇଛି।ଦକ୍ଷିଣ ତାଇୱାନର ପିଙ୍ଗଟୁଙ୍ଗ କାଉଣ୍ଟିରେ ଜଣେ ବ୍ୟକ୍ତିଙ୍କ ଲହରୀରେ ଭାସିଯିବାରୁ ମୃତ୍ୟୁ ଘଟିଛି।

ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ

ତାଇୱାନର ସ୍ଥାନୀୟ ଖବରକାଗଜ, ୟୁନାଇଟେଡ୍ ଡେଲି ନ୍ୟୁଜ୍, ବିଦ୍ୟୁତ୍ ଅଧିକାରୀଙ୍କ ସୂଚନା ଆଧାରରେ କହିଛି ଯେ, ଝଡ଼ ଯୋଗୁଁ ୨ ଲକ୍ଷ ୮୦ ହଜାର ଘରର ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହୋଇଯାଇଛି। ଶନିବାର ସକାଳ ସୁଦ୍ଧା ୮୦ ପ୍ରତିଶତ ଘରେ ବିଦ୍ୟୁତ୍ ସଂଯୋଗ ହୋଇସାରିଛି। ଝଡ଼ ଯୋଗୁଁ ଦ୍ୱୀପରେ ଗଛ, ସାଇନବୋର୍ଡ ଏବଂ କିଛି ଛୋଟ ନିର୍ମାଣ ଭୁଶୁଡ଼ି ପଡ଼ିଛି। ତାଇପେଇରେ ଏକ କଲେଜ ଛାତ୍ରାବାସର ଛାତ ମଧ୍ୟ ଭୁଶୁଡ଼ି ପଡ଼ିଛି। ଜାପାନ ଆଡକୁ ଗତି କରିବା ସହିତ ଝଡ଼ ଦୁର୍ବଳ ହୋଇଯିବ ବୋଲି ପାଣିପାଗ ବିଭାଗ କହିଛି।

ଲୋକଙ୍କୁ ସତର୍କ ରହିବାକୁ ଅନୁରୋଧ

ଘୂର୍ଣ୍ଣିଝଡ଼ ଚାମ୍ପିର ଲ୍ୟାଣ୍ଡଫଲ୍ ସମୟରେ ପବନର ବେଗ ଘଣ୍ଟା ପ୍ରତି ୨୯୮ କିଲୋମିଟରରେ ପହଞ୍ଚିଥିଲା, କିନ୍ତୁ ତାଇୱାନର ଦକ୍ଷିଣ-ପଶ୍ଚିମ ଅତିକ୍ରମ କରିବା ସମୟରେ ଏହା ଘଣ୍ଟା ପ୍ରତି ୧୫୫ କିଲୋମିଟରକୁ ହ୍ରାସ ପାଇଥିଲା। ଝଡ଼ ସମୁଦ୍ର ଉପରେ ତାଇୱାନର ଉତ୍ତର-ପୂର୍ବ କୂଳ ନିକଟ ଦେଇ ଗତି କରି ଉତ୍ତର ଆଡ଼କୁ ମୁହାଁଇ ଜାପାନର ଦକ୍ଷିଣ-ପଶ୍ଚିମ ଦ୍ୱୀପପୁଞ୍ଜ ଆଡକୁ ମୁହାଁଇବ ବୋଲି ପୂର୍ବାନୁମାନ କରାଯାଇଛି। ସମୁଦ୍ରରେ ଉଚ୍ଚ ଜୁଆର ସୃଷ୍ଟି ହୋଇାଥିବାରୁ ତାଇୱାନର କେନ୍ଦ୍ରୀୟ ପାଣିପାଗ ବିଭାଗ ଉପକୂଳବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ବାହାରକୁ ନ ଯିବା, ଗାଡ଼ି ନଚଲାଇବା ଏବଂ ପଡ଼ିଥିବା ଜିନିଷଗୁଡ଼ିକ ପ୍ରତି ସତର୍କ ରହିବାକୁ ଅନୁରୋଧ କରିଛି।

ଅଗ୍ନିଶମ ବିଭାଗ ଅନୁଯାୟୀ,ପ୍ରାୟ ୧୩୦୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ପରିବହନ ମନ୍ତ୍ରଣାଳୟ ଅନୁସାରେ, ୨୬୨ ଘରୋଇ ବିମାନ ଏବଂ ୬୬୯ ଅନ୍ତର୍ଜାତୀୟ ବିମାନକୁ ବାତିଲ କରାଯାଇଛି। ତେବେ ପଶ୍ଚିମ ଉପକୂଳରେ ହାଇ-ସ୍ପିଡ୍ ରେଳ ସେବା ସ୍ୱାଭାବିକ ଭାବରେ ଚାଲୁଛି। ଘୂର୍ଣ୍ଣିଝଡ଼ ଯୋଗୁଁ ଦକ୍ଷିଣ-ପଶ୍ଚିମ ଜାପାନରେ ମଧ୍ୟ କିଛି ଆହତ ହୋଇଛନ୍ତି, ବିମାନ ଚଳାଚଳ ବନ୍ଦ ରହିଛି ଏବଂ ବିଦ୍ୟୁତ୍ ଯୋଗାଣ ବାଧାପ୍ରାପ୍ତ ହୋଇଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button