ଦେଶ ବିଦେଶ

PM Kisan: ଅକ୍ଟୋବର ୩୦ରେ ଆସିବ ‘ପିଏମ୍ କିଷାନ’ର ଆଗାମୀ କିସ୍ତି! ଲାଭ ପାଇବା ପାଇଁ କ’ଣ କରିବେ ଆପଣ?

ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ୍ କିଷାନ) ଯୋଜନାର ପରବର୍ତ୍ତୀ କିସ୍ତିକୁ ଅପେକ୍ଷା କରିଛନ୍ତି ଦେଶର ଲକ୍ଷ ଲକ୍ଷ ଚାଷୀ। ଏହି ଯୋଜନାରେ ଯୋଗ୍ୟ ଚାଷୀଙ୍କୁ ପ୍ରତି କିସ୍ତିରେ ୨,୦୦୦ ଟଙ୍କା ମିଳିଥାଏ। ଏହି ଟଙ୍କା ତିନୋଟି କିସ୍ତିରେ ଚାଷୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ପଠାଯାଏ।

ଦେଶର ଲକ୍ଷ ଲକ୍ଷ ଚାଷୀ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ୍ କିଷାନ) ଯୋଜନାର ପରବର୍ତ୍ତୀ କିସ୍ତିକୁ ଅପେକ୍ଷା କରିଛନ୍ତି। ଏହି ଯୋଜନାରେ ଯୋଗ୍ୟ ଚାଷୀଙ୍କୁ ପ୍ରତି କିସ୍ତିରେ ୨,୦୦୦ ଟଙ୍କା ମିଳିଥାଏ। ତିନୋଟି କିସ୍ତିରେ ଚାଷୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ପଠାଯାଏ। ଏବେ ଯୋଜନାର ୨୪ତମ କିସ୍ତିକୁ ନେଇ ଚର୍ଚ୍ଚା ହେଉଛି। ଅକ୍ଟୋବର ୩୦ରେ ଚାଷୀଙ୍କ ଖାତାକୁ ୨,୦୦୦ ଟଙ୍କା ଆସିବ ବୋଲି ଆଶା କରାଯାଉଛି। ଯଦି ଆପଣ ଏହି ଯୋଜନାର ଲାଭାର୍ଥୀ, ତେବେ କିସ୍ତି ପାଇବାରେ ସମସ୍ୟା ନହେବା ପାଇଁ ଏବେଠାରୁ ନିଜର କାଗଜପତ୍ର ଓ ଆବଶ୍ୟକ ତଥ୍ୟ ଯାଞ୍ଚ କରିନିଅନ୍ତୁ। ଏହି ଅର୍ଥ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର୍ (DBT) ମାଧ୍ୟମରେ ପଠାଯାଏ। ତେଣୁ ଯୋଜନାରେ ପଞ୍ଜୀକରଣ କରିଥିବା ଚାଷୀଙ୍କ ତଥ୍ୟ ଠିକ୍ ରହିବା ସହ ଆବଶ୍ୟକ ଯାଞ୍ଚ ପୂରଣ ହୋଇଥିବା ଜରୁରୀ। ତେଣୁ ଆପଣଙ୍କୁ ନିମ୍ନଲିଖିତ କାମ ଉପରେ ନଜର ରଖିବାକୁ ହେବ।

୧. ଇ-କେୱାଇସି ପୂରଣ ହୋଇଛି କି ନାହିଁ ଦେଖନ୍ତୁ

ପିଏମ୍ କିଷାନ ଯୋଜନାର ଟଙ୍କା ପାଇବା ପାଇଁ ଇ-କେୱାଇସି କରିବା ଜରୁରୀ। ଯଦି ଆପଣ ଏପର୍ଯ୍ୟନ୍ତ ଏହି ପ୍ରକ୍ରିୟା ପୂରଣ କରିନାହାନ୍ତି। ତେବେ ଶୀଘ୍ର କରିନିଅନ୍ତୁ। ଏଥିପାଇଁ ପିଏମ୍ କିଷାନ ର ଅଧିକାରିକ ୱେବସାଇଟ୍କୁ ଯାଇ ଇ-କେୱାଇସି ବିକଳ୍ପ ଚୟନ କରନ୍ତୁ। ଆଧାର ସହ ଲିଙ୍କ୍ ହୋଇଥିବା ମୋବାଇଲ୍ ନମ୍ବରକୁ ଆସୁଥିବା OTP ମାଧ୍ୟମରେ ଏହା ପୂରଣ କରିପାରିବେ। ଅନଲାଇନ୍‌ରେ କରିବାରେ ଅସୁବିଧା ହେଲେ ନିକଟସ୍ଥ କମନ୍ ସର୍ଭିସ୍ ସେଣ୍ଟର୍ (CSC)କୁ ଯାଇ ସହାୟତା ନେଇପାରିବେ।

୨. ଜମିର କାଗଜପତ୍ର ଯାଞ୍ଚ କରନ୍ତୁ

ଯୋଜନାରେ ଆପଣଙ୍କ ଜମି ସମ୍ବନ୍ଧୀୟ ରେକର୍ଡ ଯାଞ୍ଚ ହୋଇଛି କି ନାହିଁ, ତାହା ଦେଖିନିଅନ୍ତୁ। ଏହି ପ୍ରକ୍ରିୟାକୁ ‘ଲ୍ୟାଣ୍ଡ ସିଡିଂ’ (Land Seeding) କୁହାଯାଏ। ଯଦି ଆପଣଙ୍କ ଷ୍ଟାଟସ୍ ରେ ଏହା ପେଣ୍ଡିଂ ଦେଖାଉଛି, ତେବେ ନିଜ ଅଞ୍ଚଳର ରାଜସ୍ୱ ଅଧିକାରୀ କିମ୍ବା ତହସିଲ୍ କାର୍ଯ୍ୟାଳୟ ସହ ଯୋଗାଯୋଗ କରନ୍ତୁ। ଆବଶ୍ୟକ ଯାଞ୍ଚ ପୂରଣ ନହେଲେ କିସ୍ତି ପାଇବାରେ ସମସ୍ୟା ହୋଇପାରେ।

୩. ଆଧାର ଲିଙ୍କ୍ 

ପିଏମ୍ କିଷାନ ଟଙ୍କା ସିଧାସଳଖ ବ୍ୟାଙ୍କ ଖାତାକୁ ଆସୁଥିବାରୁ ଆଧାର ଲିଙ୍କ୍ ଓ DBT ପାଇଁ ଆବଶ୍ୟକ ବ୍ୟାଙ୍କ ମ୍ୟାପିଂ ଠିକ୍ ଥିବା ଦରକାର। ଏଥିରେ କୌଣସି ସମସ୍ୟା ଥିଲେ ନିଜ ବ୍ୟାଙ୍କ ଶାଖାକୁ ଯାଇ ଯାଞ୍ଚ କରନ୍ତୁ। ଆବଶ୍ୟକ ହେଲେ ଆଧାର ଲିଙ୍କ୍ ଓ DBT ସମ୍ବନ୍ଧୀୟ ତଥ୍ୟ ଠିକ୍ କରାନ୍ତୁ।

୪. ଆଧାର କାର୍ଡ ଓ ପଞ୍ଜୀକରଣରେ ନାମ ଠିକ୍ ରଖନ୍ତୁ

ଆଧାର କାର୍ଡରେ ଥିବା ନାମ ଓ  ପିଏମ୍ କିଷାନ ପଞ୍ଜୀକରଣରେ ଥିବା ନାମ ମଧ୍ୟରେ ପାର୍ଥକ୍ୟ ଥିଲେ ଯାଞ୍ଚ ସମୟରେ ସମସ୍ୟା ହୋଇପାରେ। ତେଣୁ ନିଜ ନାମର ବନାନ ଓ ଅନ୍ୟାନ୍ୟ ତଥ୍ୟ ଠିକ୍ ଅଛି କି ନାହିଁ ଯାଞ୍ଚ କରନ୍ତୁ। କୌଣସି ଭୁଲ୍ ଥିଲେ ଅଧିକାରିକ ପୋର୍ଟାଲ୍ କିମ୍ବା ସମ୍ପୃକ୍ତ କାର୍ଯ୍ୟାଳୟ ମାଧ୍ୟମରେ ସଂଶୋଧନ କରାନ୍ତୁ।

ମୋବାଇଲରେ କରନ୍ତୁ ଯାଞ୍ଚ 

୧. ପ୍ରଥମେ pmkisan.gov.in ୱେବସାଇଟ୍ ଖୋଲନ୍ତୁ।
୨. ‘Farmers Corner’ ବିଭାଗକୁ ଯାଇ ‘Know Your Status’ ଉପରେ କ୍ଲିକ୍ କରନ୍ତୁ।
୩. ନିଜର ପଞ୍ଜୀକରଣ ନମ୍ବର ଦିଅନ୍ତୁ। ନମ୍ବର ଜଣାନଥିଲେ ‘Know Your Registration No.’ ବିକଳ୍ପରେ ତାହା ଜାଣିପାରିବେ।
୪. ଆବଶ୍ୟକ ତଥ୍ୟ ଓ OTP ଯାଞ୍ଚ ପୂରଣ କରି ନିଜର ଷ୍ଟାଟସ୍ ଦେଖନ୍ତୁ।

ସବୁ ତଥ୍ୟ ଠିକ୍ ଥିବା ସତ୍ତ୍ୱେ ଟଙ୍କା ନଆସିଲେ, ପିଏମ୍ କିଷାନ ହେଲ୍ପଲାଇନ୍‌ରେ ଯୋଗାଯୋଗ କରିପାରିବେ।
•    ହେଲ୍ପଲାଇନ୍ ନମ୍ବର: ୧୫୫୨୬୧ / ୧୮୦୦୧୧୫୫୨୬
•    ଇମେଲ୍: pmkisan-ict@gov.in
•    ଅଧିକାରିକ ୱେବସାଇଟ୍: https://pmkisan.gov.in/

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button