ଦେଶ ବିଦେଶ

S Jaishankar: ଆତଙ୍କବାଦକୁ ରାଷ୍ଟ୍ରନୀତିର ଅସ୍ତ୍ର କରିବା ଗ୍ରହଣୀୟ ନୁହେଁ: ଜୟଶଙ୍କର

ଆତଙ୍କବାଦକୁ ରାଷ୍ଟ୍ରନୀତିର ଏକ ଅସ୍ତ୍ର ଭାବେ ବ୍ୟବହାର କରିବା ଆଦୌ ଗ୍ରହଣୀୟ ନୁହେଁ। ଏହାକୁ କୌଣସି ପରିସ୍ଥିତିରେ ଯଥାର୍ଥ ବୋଲି ଦର୍ଶାଯାଇପାରିବ ନାହିଁ କିମ୍ବା ଏହାର ସମର୍ଥନ କରାଯାଇପାରିବ ନାହିଁ ବୋଲି ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର କହିଛନ୍ତି।

ନୂଆଦିଲ୍ଲୀ: ଆତଙ୍କବାଦକୁ ରାଷ୍ଟ୍ରନୀତିର ଏକ ଅସ୍ତ୍ର ଭାବେ ବ୍ୟବହାର କରିବା ଆଦୌ ଗ୍ରହଣୀୟ ନୁହେଁ। ଏହାକୁ କୌଣସି ପରିସ୍ଥିତିରେ ଯଥାର୍ଥ ବୋଲି ଦର୍ଶାଯାଇପାରିବ ନାହିଁ କିମ୍ବା ଏହାର ସମର୍ଥନ କରାଯାଇପାରିବ ନାହିଁ ବୋଲି ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର କହିଛନ୍ତି। ଆତଙ୍କବାଦ ପ୍ରତି ସବୁ ଦେଶ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରୁ ନ ଥିବାରୁ ଏହି ବିପଦ ଜାରି ରହିଛି ବୋଲି ସେ ଚେତାଇ ଦେଇଛନ୍ତି।

ରବିବାର ନୂଆଦିଲ୍ଲୀରେ ଚିନ୍ମୟ ମିସନ୍‌ର ୭୫ତମ ପ୍ରତିଷ୍ଠାବାର୍ଷିକୀ ଅବସରରେ ଆୟୋଜିତ ଏକ ସମାରୋହରେ ଉଦ୍‌ବୋଧନ ଦେଇ ଜୟଶଙ୍କର କୌଣସି ଦେଶର ନାମ ନ ନେଇ କହିଥିଲେ ଯେ, ଇତିହାସରୁ ଅନେକ ଶିକ୍ଷା ମିଳିଥିଲେ ମଧ୍ୟ କେତେକ ଦେଶ ଏବେ ବି ରାଜନୈତିକ ସ୍ୱାର୍ଥକୁ ପ୍ରାଧାନ୍ୟ ଦେଉଛନ୍ତି। ଆତଙ୍କବାଦ ଭଳି ଏକ ସାଧାରଣ ବିପଦର ମୁକାବିଲା ପାଇଁ ବିଶ୍ୱ ସମୁଦାୟକୁ ଅଧିକ ସଚେତନ ହେବା ସହ ଦୃଢ଼ ସଂକଳ୍ପ ନେବାକୁ ପଡ଼ିବ। ଆତଙ୍କବାଦର ସବୁ ରୂପ ଓ ପ୍ରକାର ବିରୋଧରେ ମିଳିତ ଭାବେ ଲଢ଼ିବା ଆବଶ୍ୟକ ବୋଲି ସେ କହିଥିଲେ।

ବିଶ୍ୱରେ ଚାଲିଥିବା ଯୁଦ୍ଧ ଓ ସଂଘର୍ଷ ମଧ୍ୟରେ ଶାନ୍ତିର ଗୁରୁତ୍ୱ ଉପରେ ମଧ୍ୟ ଜୟଶଙ୍କର ଆଲୋକପାତ କରିଥିଲେ। ୟୁକ୍ରେନ୍ ଓ ପଶ୍ଚିମ ଏସିଆ ସଂଘର୍ଷର ଉଦାହରଣ ଦେଇ ସେ କହିଥିଲେ, ଯେକୌଣସି ସ୍ଥାନରେ ଯୁଦ୍ଧ ହେଲେ ତାହା ସବୁଠି ଶାନ୍ତି ପ୍ରତି ବିପଦ ସୃଷ୍ଟି କରେ। ଏହି ସଂଘର୍ଷର ପ୍ରଭାବ କେବଳ ଯୁଦ୍ଧରତ ଦେଶଗୁଡ଼ିକ ମଧ୍ୟରେ ସୀମିତ ରହେ ନାହିଁ। ଦୂରଦୂରାନ୍ତରେ ଥିବା ସମାଜ ଓ ଅର୍ଥନୀତି ମଧ୍ୟ ଏହାର ପରିଣାମ ଭୋଗନ୍ତି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button