ରାଜ୍ୟ
Reserve Bank Data Center: ରିଜର୍ଭ ବ୍ୟାଙ୍କ ଡାଟା ସେଣ୍ଟର ଓ ସାଇବର ସୁରକ୍ଷା ପ୍ରତିଷ୍ଠାନ ଉଦ୍ଘାଟନ କଲେ ମୋଦୀ: ‘ଓଡ଼ିଶାର ଯୁବସାଥୀଙ୍କ ସ୍ୱପ୍ନ ପୂରଣ ହେବ’
ଓଡ଼ିଶାରେ ଡବଲ୍ ଇଞ୍ଜିନ୍ ସରକାର ଗଠନ ହେବା ପରେ ବିକାଶକୁ ନୂଆ ଗତି ମିଳିଛି। ଓଡ଼ିଶାର ଅର୍ଥ ବ୍ୟବସ୍ଥା ପ୍ରାକୃତିକ ସମ୍ପଦ ସହିତ ପ୍ରଯୁକ୍ତିବିଦ୍ୟା ଦ୍ୱାରା ମଧ୍ୟ ସଶକ୍ତ ହେଉଛି। ଗୋଟିଏ ପଟେ ଖଣିଜ ସମ୍ପଦ ଆଧାରିତ ଶିଳ୍ପର ସମ୍ପ୍ରସାରଣ ହେଉଛି...

ଭୁବନେଶ୍ବର: ଓଡ଼ିଶାରେ ଡବଲ୍ ଇଞ୍ଜିନ୍ ସରକାର ଗଠନ ହେବା ପରେ ବିକାଶକୁ ନୂଆ ଗତି ମିଳିଛି। ଓଡ଼ିଶାର ଅର୍ଥ ବ୍ୟବସ୍ଥା ପ୍ରାକୃତିକ ସମ୍ପଦ ସହିତ ପ୍ରଯୁକ୍ତିବିଦ୍ୟା ଦ୍ୱାରା ମଧ୍ୟ ସଶକ୍ତ ହେଉଛି। ଗୋଟିଏ ପଟେ ଖଣିଜ ସମ୍ପଦ ଆଧାରିତ ଶିଳ୍ପର ସମ୍ପ୍ରସାରଣ ହେଉଛି, ଅନ୍ୟପଟେ ସେମିକଣ୍ଡକ୍ଟର ଓ ଇଲେକ୍ଟ୍ରୋନିକ୍ସ ଶିଳ୍ପର ଏକ ନୂଆ ପରିବେଶ ଗଢ଼ିବା ପାଇଁ ମଧ୍ୟ ଉଦ୍ୟମ ଚାଲିଛି। ଓଡ଼ିଶା ଖଣିଠାରୁ ମାଇକ୍ରୋଚିପ୍ ପର୍ଯ୍ୟନ୍ତ ଏକ ନୂଆ ଭବିଷ୍ୟତ ରଚନା କରିବାକୁ ଯାଉଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୃଢ଼ୋକ୍ତି ବାଢ଼ିଛନ୍ତି। ଓଡ଼ିଶାରେ ଡାଟା ସେଣ୍ଟର ଓ ଉନ୍ନତ କମ୍ପ୍ୟୁଟିଂ କ୍ଷେତ୍ରରେ ନିବେଶର ନୂଆ ସମ୍ଭାବନା ସୃଷ୍ଟି ହେଉଛି। ଏହା ଓଡ଼ିଶାର ଯୁବପିଢ଼ିଙ୍କ ପାଇଁ ଅନେକ ନୂଆ ସୁଯୋଗର ଦ୍ୱାର ଖୋଲିବ। ଓଡ଼ିଶାର ଯୁବ ସାଥୀମାନଙ୍କୁ ଭରସା ଦେଇ ପ୍ରଧାନମନ୍ତ୍ରୀ କହିଥିଲେ, ଆପଣମାନେ ଯେଉଁ ବଡ଼ ସ୍ୱପ୍ନ ଦେଖିଛନ୍ତି ସେଗୁଡ଼ିକ ନିଶ୍ଚିତ ଭାବେ ପୂରଣ ହେବ।
ଆଜି ଭୁବନେଶ୍ବରର ଇନ୍ଫୋଭ୍ୟାଲିରେ ୧୬୯ କୋଟି ଟଙ୍କା ବ୍ୟୟରେ ନିର୍ମିତ ଭାରତୀୟ ରିଜର୍ଭ ବ୍ୟାଙ୍କର ଡାଟା ସେଣ୍ଟର ଓ ସାଇବର ସୁରକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନକୁ ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିଥିଲେ। ଏହି ଅବସରରେ ସେ କହିଥିଲେ, ଆଜି ଭୁବନେଶ୍ବର ନୂଆ ଭାରତକୁ ଏକ ନୂଆ ସଂସ୍ଥା ଦେଇଛି। ଭୁବନେଶ୍ବରରେ ରିଜର୍ଭ ବ୍ୟାଙ୍କର ଡାଟା ସେଣ୍ଟର ଓ ସାଇବର ସିକ୍ୟୁରିଟି ପ୍ରଶିକ୍ଷଣ ସଂସ୍ଥାର ଉଦ୍ଘାଟନ ଏକ ମହତ୍ତ୍ବପୂର୍ଣ୍ଣ ଅବସର। ଏହା ଓଡ଼ିଶା ଓ ଦେଶର ଲୋକଙ୍କ ପାଇଁ ବହୁତ ହିତକାରୀ ହେବ।
ଜୟ ଜଗନ୍ନାଥରୁ ଭାଷଣ ଆରମ୍ଭ କରିଥିବା ପ୍ରଧାନମନ୍ତ୍ରୀ ଶେଷରେ ଜୟ ଜଗନ୍ନାଥ କହି ଭାଷଣ ଶେଷ କରିଥିଲେ। ସେ କହିଥିଲେ, ଆଗାମୀ ଦଶନ୍ଧି ହେବ ବ୍ୟାଙ୍କିଂ ବ୍ୟବସ୍ଥାକୁ ଅଧିକ ଦକ୍ଷ ଓ ଅଧିକ ବିଶ୍ୱସନୀୟ କରିବାର ଦଶନ୍ଧି। ଏଥିରେ ଓଡ଼ିଶାର ଏହି ନୂଆ ଡାଟା ସେଣ୍ଟର ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ। ବ୍ୟାଙ୍କିଂ ବ୍ୟବସ୍ଥାକୁ ସୁରକ୍ଷିତ ରଖିବାକୁ ହେଲେ ଏହାର ଡିଜିଟାଲ୍ ଭିତ୍ତିଭୂମିକୁ ମଧ୍ୟ ସୁରକ୍ଷିତ ରଖିବାକୁ ପଡ଼ିବ। ସେଥିପାଇଁ ଆମକୁ ମଜଭୁତ ଡାଟା ସେଣ୍ଟର ଆବଶ୍ୟକ ଏବଂ ଆମର କମ୍ପ୍ୟୁଟିଂ ବ୍ୟବସ୍ଥାକୁ ମଧ୍ୟ ଶକ୍ତିଶାଳୀ କରିବାକୁ ହେବ। ଭାରତ ଯେତେବେଳେ ଆର୍ଥିକ ଭାବେ ସଶକ୍ତ ହେଉଛି ସେତେବେଳେ ଆମ ବ୍ୟାଙ୍କିଂ ବ୍ୟବସ୍ଥାକୁ ସାଇବର ଅପରାଧୀ ଓ ସାଇବର ଆତଙ୍କବାଦୀଙ୍କଠାରୁ ସୁରକ୍ଷା ଦେବା ମଧ୍ୟ ଜରୁରି। ଏଥିପାଇଁ ଆଧୁନିକ ଭିତ୍ତିଭୂମି ସହିତ ଦକ୍ଷ ମାନବ ସମ୍ବଳ ଆବଶ୍ୟକ। ଏହି ଦୃଷ୍ଟିରୁ ନୂଆ ସାଇବର ସୁରକ୍ଷା ଅନୁଷ୍ଠାନର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପୂର୍ବ ଭାରତ ଏବେ ବିକଶିତ ଭାରତର ଏକ ସଶକ୍ତ ବିକାଶ ଇଞ୍ଜିନ୍ ହେବାକୁ ଯାଉଛି ବୋଲି ସେ କହିଥିଲେ।
ଦିଲ୍ଲୀରୁ ଟଙ୍କାଟିଏ ପଠାଗଲେ ହିତାଧିକାରୀଙ୍କ ଖାତାରେ ସବୁ ପହଞ୍ଚୁଛି
ବିକଶିତ ଭାରତର ସଶକ୍ତ ବିକାଶ ଇଞ୍ଜିନ୍ ହେବ ପୂର୍ବ ଭାରତ
ଡବଲ୍ ଇଞ୍ଜିନ୍ ସରକାରରେ ଓଡ଼ିଶାର ବିକାଶକୁ ନୂଆ ଗତି ମିଳିଛି
ଖଣିଠାରୁ ମାଇକ୍ରୋଚିପ୍ ପର୍ଯ୍ୟନ୍ତ ନୂଆ ଭବିଷ୍ୟତ ରଚନା କରିବ
ଜୟ ଜଗନ୍ନାଥରୁ ଭାଷଣ ଆରମ୍ଭ ଓ ଶେଷ
ବିକଶିତ ଭାରତର ସଶକ୍ତ ବିକାଶ ଇଞ୍ଜିନ୍ ହେବ ପୂର୍ବ ଭାରତ
ଡବଲ୍ ଇଞ୍ଜିନ୍ ସରକାରରେ ଓଡ଼ିଶାର ବିକାଶକୁ ନୂଆ ଗତି ମିଳିଛି
ଖଣିଠାରୁ ମାଇକ୍ରୋଚିପ୍ ପର୍ଯ୍ୟନ୍ତ ନୂଆ ଭବିଷ୍ୟତ ରଚନା କରିବ
ଜୟ ଜଗନ୍ନାଥରୁ ଭାଷଣ ଆରମ୍ଭ ଓ ଶେଷ
ଅତୀତର କଂଗ୍ରେସ ସରକାରଙ୍କ ନୀତିକୁ ସମାଲୋଚନା କରି ପ୍ରଧାନମନ୍ତ୍ରୀ କହିଥିଲେ, ଅତୀତରେ ସାଧାରଣ ପରିବାର, ଗରିବ ଓ ମଧ୍ୟବିତ୍ତବର୍ଗକୁ ଦଶନ୍ଧି ଦଶନ୍ଧି ଧରି ଅଭାବ ମଧ୍ୟରେ ରଖାଯାଇଥିଲା। ତାହାର ଏକ ବଡ଼ ଉଦାହରଣ ଆମ ଦେଶର ବ୍ୟାଙ୍କିଂ କ୍ଷେତ୍ର। ଗରିବଙ୍କ ନାମରେ ଗତ ୬୦ ଓ ୭୦ ଦଶକରେ ବ୍ୟାଙ୍କଗୁଡ଼ିକର ଜାତୀୟକରଣ କରାଯାଇଥିଲା। କିନ୍ତୁ ୨୦୧୪ ମସିହା ପର୍ଯ୍ୟନ୍ତ ଦେଶର ଅଧାରୁ ଅଧିକ ଲୋକ ବ୍ୟାଙ୍କିଂ ବ୍ୟବସ୍ଥା ବାହାରେ ରହିଥିଲେ। ଆଜି କିନ୍ତୁ ଭାରତରେ ଡିଜିଟାଲ୍ ବ୍ୟାଙ୍କିଂ ସମସ୍ତଙ୍କୁ ଦିନରାତି ୨୪ ଘଣ୍ଟା ବ୍ୟାଙ୍କିଂ ସେବା ସହ ଯୋଡ଼ିଛି।
ସୌଜନ୍ୟ ସମ୍ବାଦ




