ରାଜ୍ୟ

Odisha and Andhra police: କୋଟିଆରେ ଓଡ଼ିଶା-ଆନ୍ଧ୍ର ପୁଲିସ ମୁହାଁମୁହିଁ: ସୋଲାର ପ୍ଲେଟ୍‌ ବଣ୍ଟନ ଗାଡ଼ିକୁ ତଡ଼ିଲେ ବିଜେପି ଟିମ୍

କୋଟିଆରେ ଆନ୍ଧ୍ର ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିବା ପରେ ଦୁଇ ରାଜ୍ୟ ମଧ୍ୟରେ ବିବାଦ ତେଜିବାରେ ଲାଗିଛି। ପଞ୍ଚାୟତ ନିର୍ବାଚନକୁ ନେଇ ରାଜନୈତିକ ଉଷ୍ମତା ବଢ଼ୁଥିବାରୁ ଆନ୍ଧ୍ରର ଗତିବିଧି ଉପରେ ନଜର ରଖିଛି କୋରାପୁଟ ଜିଲ୍ଲା ପୁଲିସ ଓ ପ୍ରଶାସନ।

ପଟାଙ୍ଗି/କୋରାପୁଟ: କୋଟିଆରେ ଆନ୍ଧ୍ର ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିବା ପରେ ଦୁଇ ରାଜ୍ୟ ମଧ୍ୟରେ ବିବାଦ ତେଜିବାରେ ଲାଗିଛି। ପଞ୍ଚାୟତ ନିର୍ବାଚନକୁ ନେଇ ରାଜନୈତିକ ଉଷ୍ମତା ବଢ଼ୁଥିବାରୁ ଆନ୍ଧ୍ରର ଗତିବିଧି ଉପରେ ନଜର ରଖିଛି କୋରାପୁଟଜିଲ୍ଲା ପୁଲିସ ଓ ପ୍ରଶାସନ। କୋଟିଆରେ ଅନୁପ୍ରବେଶ ରୋକିବାକୁ ସମସ୍ତ ପ୍ରବେଶ ପଥରେ ବ୍ୟାରିକେଡ୍‌ ଲଗାଇଛି ପୁଲିସ। ଅନୁପ୍ରବେଶକାରୀଙ୍କ ଟିକିନିଖି ତଥ୍ୟ ପୁଲିସ ରେକର୍ଡ କରୁଛି। ଆଜି ସୋଲାର ପ୍ଲେଟ୍‌ ବଣ୍ଟନ ପାଇଁ ଆସିଥିବା ଆନ୍ଧ୍ର ଟିମ୍‌କୁ କୋଟିଆରୁ ତଡ଼ିଛି ବିଜେପି ଟିମ୍‌। ତେବେ ଅଟକଥିବା ସୋଲାର ପ୍ଲେଟ୍‌ ବୋଝେଇ ଗାଡ଼ିକୁ ମୁକୁଳାଇବା ପାଇଁ ଆସିଥିବା ଆନ୍ଧ୍ର ପୁଲିସ ସହ ମୁହାଁମୁହିଁ ହୋଇଛି ଓଡ଼ିଶା ପୁଲିସ।

ସୋଲାର ପ୍ଲେଟ୍‌ ବଣ୍ଟନ ଗାଡ଼ିକୁ ତଡ଼ିଲେ ବିଜେପି ଟିମ୍
ସୀମାନ୍ତ ପ୍ରବେଶ ପଥରେ ଲାଗିଲା ବ୍ୟାରିକେଡ୍‌

ରବିବାର କୋଟିଆର ଉପରସେମ୍ବି ଗ୍ରାମରେ ହିତାଧିକାରୀଙ୍କୁ ମାଗଣା ସୌର ଉପକରଣ ବାଣ୍ଟିବାକୁ ଆସିଥିଲା ଆନ୍ଧ୍ରର ଏକ ଟିମ୍‌। ମତଦାନ ଲାଗି ଆକର୍ଷିତ କରିବାକୁ ଆନ୍ଧ୍ର ଟିମ୍‌ ଉଦ୍ୟମ କରୁଥିବା ବେଳେ ଖବର ପାଇ ଗାଁରେ ପହଞ୍ଚିଥିଲା କୋରାପୁଟ ପ୍ରଶାସନ ଓ ପୁଲିସ। ସୋଲାର ପ୍ଲେଟ୍‌ ବୋଝେଇ ଗାଡ଼ି ସୀମାନ୍ତ ଫାଟୁସିନେରୀରେ ପ୍ରବେଶ କରିବା ପରେ ଓଡ଼ିଶା ପୁଲିସ ଅଟକାଇଥିଲା। ଫଳରେ ଅଟକ ଗାଡ଼ିକୁ ମୁକୁଳାଇବା ପାଇଁ ଆସିଥିଲା ଆନ୍ଧ୍ର ପୁଲିସ। ଏହି ସମୟରେ କୋଟିଆରେ ଆନ୍ଧ୍ର ପୁଲିସର ଅନୁପ୍ରବେଶକୁ ବିରୋଧ କରିଥିଲା ବିଜେପି ଟିମ୍। କୋରାପୁଟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ରଘୁରାମ ମାଛ, ପୂର୍ବତନ ଜିଲ୍ଲା ସଭାପତି ସୁମନ୍ତ ପ୍ରଧାନ ପ୍ରମୁଖ ଫାଟୁସିନେରୀରେ ଆନ୍ଧ୍ର ପୁଲିସର ଉପସ୍ଥିତିକୁ ବିରୋଧ କରିଥିଲେ। ଓଡ଼ିଶାରେ ଆନ୍ଧ୍ରର ସୌର ଉପକରଣ ଗାଡ଼ି ପ୍ରବେଶକୁ କିଏ ଅନୁମତି ଦେଲା ବୋଲି ପଚାରିବା ସହ ତୁରନ୍ତ ଫେରିଯିବାକୁ କହିଥିଲେ ବିଧାୟକ ଶ୍ରୀ ମାଛ। କିଛି ସମୟ ଯୁକ୍ତିତର୍କ ପରେ ଫେରିଯାଇଥିଲା ଆନ୍ଧ୍ର ପୁଲିସ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button