ଦେଶ ବିଦେଶ

Rahul Gandhi : ରାହୁଲ ଗାନ୍ଧୀଙ୍କୁ ୨୦୧୮ ମାନହାନି ମାମଲାରୁ ମିଳିଲା ମୁକ୍ତି

ଉତ୍ତରପ୍ରଦେଶର ସୁଲତାନପୁରସ୍ଥିତ ସ୍ୱତନ୍ତ୍ର ସାଂସଦ-ବିଧାୟକ ଅଦାଲତ ସୋମବାର କଂଗ୍ରେସ ନେତା ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ୨୦୧୮ର ଏକ ଆପରାଧିକ ମାନହାନି ମାମଲାରୁ ମୁକ୍ତ କରିଛନ୍ତି।

ସୁଲତାନପୁର: ଉତ୍ତରପ୍ରଦେଶର ସୁଲତାନପୁରସ୍ଥିତ ସ୍ୱତନ୍ତ୍ର ସାଂସଦ-ବିଧାୟକ ଅଦାଲତ ସୋମବାର କଂଗ୍ରେସ ନେତା ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ୨୦୧୮ର ଏକ ଆପରାଧିକ ମାନହାନି ମାମଲାରୁ ମୁକ୍ତ କରିଛନ୍ତି। ବର୍ତ୍ତମାନର କେନ୍ଦ୍ର ଗୃହମନ୍ତ୍ରୀ ତଥା ତତ୍କାଳୀନ ବିଜେପି ଜାତୀୟ ସଭାପତି ଅମିତ ଶାହଙ୍କ ସମ୍ପର୍କରେ ରାହୁଲ ଦେଇଥିବା ମନ୍ତବ୍ୟକୁ ନେଇ ଏହି ମାମଲା ହୋଇଥିଲା। ଅଭିଯୋଗ ପ୍ରମାଣିତ ହୋଇ ନ ପାରିବାରୁ ଅଦାଲତ ତାଙ୍କୁ ମୁକ୍ତ କରିଥିବା ଜଣାପଡ଼ିଛି।

ଅତିରିକ୍ତ ସିଭିଲ୍ ଜଜ୍‌ ଶୁଭମ୍ ବର୍ମା ଏହି ମାମଲାରେ ରାୟ ଶୁଣାଇଥିଲେ। ରାୟ ଘୋଷଣା ସମୟରେ ରାହୁଲ ନିଜେ ଅଦାଲତରେ ଉପସ୍ଥିତ ଥିଲେ। ନିଷ୍ପତ୍ତି ପରେ ତାଙ୍କ ସମର୍ଥକମାନେ ଖୁସି ପ୍ରକାଶ କରିଥିଲେ। କଂଗ୍ରେସ ମଧ୍ୟ ଏହି ରାୟକୁ ସ୍ୱାଗତ କରି ସତ୍ୟର ବିଜୟ ହୋଇଥିବା କହିଛି। ଏହି ମାମଲା ୨୦୧୮ ମସିହା ଅଗଷ୍ଟ ୪ ତାରିଖରେ ସ୍ଥାନୀୟ ବିଜେପି ନେତା ବିଜୟ ମିଶ୍ରଙ୍କ ଅଭିଯୋଗ ଆଧାରରେ ଦାଏର ହୋଇଥିଲା। ସେ ସୁଲତାନପୁର ଜିଲ୍ଲା ସମବାୟ ବ୍ୟାଙ୍କର ପୂର୍ବତନ ଅଧ୍ୟକ୍ଷ ଥିଲେ। ୨୦୧୮ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ବେଙ୍ଗାଲୁରୁରେ ଏକ ସଭାରେ ରାହୁଲ ଅମିତ ଶାହଙ୍କ ସମ୍ପର୍କରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଥିଲା।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button