ଦେଶ ବିଦେଶ

Public welfare: ଜନକଲ୍ୟାଣମୂଳକ ବିକାଶ ପାଇଁ ସଂସଦଗୁଡ଼ିକୁ ସଶକ୍ତ କରିବାକୁ ଓମ୍‌ ବିର୍ଲାଙ୍କ ଆହ୍ୱାନ

ଜନକଲ୍ୟାଣମୂଳକ ବିକାଶ, ବିଶ୍ୱଶାନ୍ତି, ସ୍ଥାୟୀ ବିକାଶ ଓ ଅନ୍ତର୍ଜାତୀୟ ସହଯୋଗକୁ ଆଗକୁ ବଢ଼ାଇବା ପାଇଁ ବ୍ରିକ୍ସ ଦେଶଗୁଡ଼ିକର ସଂସଦକୁ ଅଧିକ ସଶକ୍ତ କରିବା ଉପରେ ଲୋକସଭା ବାଚସ୍ପତି ଓମ୍‌ ବିର୍ଲା ଗୁରୁତ୍ୱ ଦେଇଛନ୍ତି।

ନୂଆଦିଲ୍ଲୀ: ଜନକଲ୍ୟାଣମୂଳକ ବିକାଶ, ବିଶ୍ୱଶାନ୍ତି, ସ୍ଥାୟୀ ବିକାଶ ଓ ଅନ୍ତର୍ଜାତୀୟ ସହଯୋଗକୁ ଆଗକୁ ବଢ଼ାଇବା ପାଇଁ ବ୍ରିକ୍ସ ଦେଶଗୁଡ଼ିକର ସଂସଦକୁ ଅଧିକ ସଶକ୍ତ କରିବା ଉପରେ ଲୋକସଭା ବାଚସ୍ପତି ଓମ୍‌ ବିର୍ଲା ଗୁରୁତ୍ୱ ଦେଇଛନ୍ତି। ସୋମବାର ନୂଆଦିଲ୍ଲୀର ସଂସଦ ଭବନ ପରିସରରେ ଥିବା ଐତିହାସିକ ସମ୍ବିଧାନ ସଦନରେ ୧୨ଶ ବ୍ରିକ୍ସ ସଂସଦୀୟ ଫୋରମ୍‌-୨୦୨୬ର ଉଦ୍‌ଘାଟନ କରି ସେ ଏହି ଆହ୍ୱାନ ଦେଇଛନ୍ତି। ବ୍ରିକ୍ସର ସଦସ୍ୟ ଓ ସହଯୋଗୀ ଦେଶଗୁଡ଼ିକର ସଂସଦୀୟ ପ୍ରତିନିଧିମାନେ ଏଥିରେ ଯୋଗ ଦେଇଛନ୍ତି।

ବିର୍ଲା କହିଛନ୍ତି, ବିଭିନ୍ନ ଦେଶର ଭୌଗୋଳିକ, ସାଂସ୍କୃତିକ, ଭାଷାଗତ ଓ ସାମାଜିକ ପାର୍ଥକ୍ୟ ସତ୍ତ୍ୱେ ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ମାନବତା ପ୍ରତି ଦାୟିତ୍ୱ ସେମାନଙ୍କୁ ଏକାଠି କରିଛି। ସଂସଦୀୟ ଆଲୋଚନା ଓ ସହଯୋଗ ମାଧ୍ୟମରେ ଦେଶଗୁଡ଼ିକ ମଧ୍ୟରେ ପାରସ୍ପରିକ ବିଶ୍ୱାସ ବଢ଼ାଇବା ସହ ବିଶ୍ୱର ସାଧାରଣ ସମସ୍ୟାଗୁଡ଼ିକର ସମାଧାନ ଖୋଜାଯାଇପାରିବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଅନୁଷ୍ଠିତ ବ୍ରିକ୍ସ ରାଷ୍ଟ୍ରମୁଖ୍ୟ ଓ ସରକାରମୁଖ୍ୟଙ୍କ ଶିଖର ସମ୍ମିଳନୀରେ ସର୍ବସମ୍ମତିକ୍ରମେ ମିଳିତ ବିବୃତି ଗୃହୀତ ହୋଇଥିବାରୁ ବିର୍ଲା ସଦସ୍ୟ ଦେଶଗୁଡ଼ିକୁ ପ୍ରଶଂସା କରିଥିଲେ। ଏହି ବିବୃତିରେ ଥିବା ପ୍ରତିଶ୍ରୁତିଗୁଡ଼ିକୁ ବାସ୍ତବ କାର୍ଯ୍ୟରେ ପରିଣତ କରିବା ଏବେ ମୁଖ୍ୟ ଆହ୍ୱାନ ବୋଲି ସେ କହିଥିଲେ। ଆଇନ ପ୍ରଣୟନ, ବଜେଟ୍‌ ଆଲୋଚନା ଓ ସରକାରଙ୍କ କାର୍ଯ୍ୟର ତଦାରଖ ମାଧ୍ୟମରେ ସଂସଦଗୁଡ଼ିକ ଏହି ଲକ୍ଷ୍ୟ ପୂରଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇପାରିବେ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button