ଦେଶ ବିଦେଶ

Attack: ବେଲଗୋରୋଡ଼ରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ୫ ମୃତ, ୧୪ ଆହତ

ରୁଷ୍‌ର ସୀମାନ୍ତ ସହର ବେଲଗୋରୋଡ଼ରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୩ ଜଣ ଆହତ ହୋଇଛନ୍ତି। ଅନ୍ୟପକ୍ଷରେ, ନିକଟସ୍ଥ ଶେବେକିନୋ ଅଞ୍ଚଳରେ ଆଉ ଏକ ଡ୍ରୋନ୍‌ ଆକ୍ରମଣରେ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଅନ୍ୟ ଜଣେ ଆହତ ହୋଇଛନ୍ତି।

ମସ୍କୋ: ରୁଷ୍‌ର ସୀମାନ୍ତ ସହର ବେଲଗୋରୋଡ଼ରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୩ ଜଣ ଆହତ ହୋଇଛନ୍ତି। ଅନ୍ୟପକ୍ଷରେ, ନିକଟସ୍ଥ ଶେବେକିନୋ ଅଞ୍ଚଳରେ ଆଉ ଏକ ଡ୍ରୋନ୍‌ ଆକ୍ରମଣରେ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଅନ୍ୟ ଜଣେ ଆହତ ହୋଇଛନ୍ତି। ଗତକାଲି ରାତିସାରା ବେଲଗୋରୋଡ଼ରେ ହୋଇଥିବା ଆକ୍ରମଣରେ ୩୦ଟି ଆପାର୍ଟମେଣ୍ଟ କୋଠା କ୍ଷତିଗ୍ରସ୍ତ ହୋଇଛି।

ଏଥିସହ ୩୫ଟି କାର୍‌, ୪ଟି ଘର, ୩ଟି ପ୍ରଶାସନିକ କୋଠା ଏବଂ ୮ଟି ବାଣିଜ୍ୟିକ ପରିସର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଉଲ୍ଲେଖଯୋଗ୍ୟ, ଆମେରିକାର ମଧ୍ୟସ୍ଥତାରେ ରୁଷ୍‌ ଶାନ୍ତି ବୁଝାମଣା ପାଇଁ ପ୍ରସ୍ତୁତ ହେଉଥିବାବେଳେ ଏହି ଆକ୍ରମଣ ହୋଇଛି।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button