ଦେଶ ବିଦେଶ

Defence: ୨.୧୨ ଲକ୍ଷ କୋଟି ଟଙ୍କାର ପ୍ରତିରକ୍ଷା କ୍ରୟ ପ୍ରସ୍ତାବକୁ ଡିଏସିର ଅନୁମୋଦନ

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ଡିଏସି (ଡିଫେନ୍ସ ଆକ୍ବିଜିସନ୍‌ କାଉନସିଲ୍‌) ବୈଠକରେ ୨.୧୨ ଲକ୍ଷ କୋଟି ଟଙ୍କାର ପ୍ରତିରକ୍ଷା କ୍ରୟ ପ୍ରସ୍ତାବକୁ ଅନୁମୋଦନ ମିଳିଛି।

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ଡିଏସି (ଡିଫେନ୍ସ ଆକ୍ବିଜିସନ୍‌ କାଉନସିଲ୍‌) ବୈଠକରେ ୨.୧୨ ଲକ୍ଷ କୋଟି ଟଙ୍କାର ପ୍ରତିରକ୍ଷା କ୍ରୟ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ପ୍ରତିରକ୍ଷା କ୍ଷେତ୍ରର ଆଧୁନିକୀକରଣ ପାଇଁ ଦିଆଯାଇଥିବା ଏହି ଅନୁମୋଦନରେ ଘରୋଇ କ୍ରୟକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି। ପ୍ରତିରକ୍ଷା ମନ୍ତ୍ରାଳୟ ଅନୁଯାୟୀ, ଭାରତୀୟ ଶିଳ୍ପରୁ ପ୍ରାୟ ୮୨ ପ୍ରତିଶତ ସାମଗ୍ରୀ କ୍ରୟ ପାଇଁ ଅନୁମୋଦନ ମିଳିଛି।

ଏହି ପ୍ରସ୍ତାବରେ ଭାରତୀୟ ସ୍ଥଳସେନା, ନୌସେନା ଓ ବାୟୁସେନା ପାଇଁ ହେଲିକପ୍ଟର, ବାୟୁ ପ୍ରତିରକ୍ଷା ବ୍ୟବସ୍ଥା, ଡ୍ରୋନ୍‌, ତୋପ ବ୍ୟବସ୍ଥା, ନୌସେନାର ବିଭିନ୍ନ ପ୍ଲାଟଫର୍ମ, ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଓ ନିରୀକ୍ଷଣ ବ୍ୟବସ୍ଥା କ୍ରୟ ଅନ୍ତର୍ଭୁକ୍ତ ରହିଛି। ଭାରତୀୟ ସ୍ଥଳସେନା ପାଇଁ ଡିଏସି ହାଇ ମୋବିଲିଟି ଯାନ, ସ୍ୱୟଂଚାଳିତ ଟ୍ରାକ୍‌ଯୁକ୍ତ ତୋପ ବ୍ୟବସ୍ଥା, ଗନ୍‌ସଟ୍‌ ରେସପନ୍ସ ସିଷ୍ଟମ୍‌, ହାଲୁକା ବହୁମୁଖୀ ହେଲିକପ୍ଟର ଓ ଅତି ସ୍ୱଳ୍ପ ଦୂରଗାମୀ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା କ୍ରୟ ପ୍ରସ୍ତାବକୁ ଅନୁମୋଦନ ଦେଇଛି। ସେହିପରି, ଭାରତୀୟ ନୌସେନା ପାଇଁ ଆକ୍ଟିଭ୍‌ ଅଫ୍‌ବୋର୍ଡ ଡିକୟ ସିଷ୍ଟମ୍‌ (ଏଓଡିଏସ୍‌) ସମେତ ଅନ୍ୟାନ୍ୟ ପ୍ରମୁଖ ନୌସେନା ପ୍ଲାଟଫର୍ମ କ୍ରୟକୁ ମଞ୍ଜୁରି ମିଳିଛି। ଏଓଡିଏସ୍‌ ନୌସେନାର ଶତ୍ରୁପକ୍ଷର ଆକ୍ରମଣରୁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବ। ଭାରତୀୟ ବାୟୁସେନା ପାଇଁ ମଧ୍ୟ ହେଲିକପ୍ଟର, ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଓ ଅସ୍ତ୍ରଶସ୍ତ୍ର କ୍ରୟ ପ୍ରସ୍ତାବକୁ ଅନୁମୋଦନ ମିଳିଛି।

 

 

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button