Fire: ଦିଲ୍ଲୀର ନର୍ଥ ବ୍ଲକ୍ରେ ଅଗ୍ନିକାଣ୍ଡ: ପହଞ୍ଚିଲା ୬ ଦମକଳ ଗାଡ଼ି
ଦିଲ୍ଲୀର ନର୍ଥ ବ୍ଲକ୍ରେ ସୋମବାର ଅଗ୍ନିକାଣ୍ଡ ଘଟିଛି। ଏହି ଘଟଣା ପରେ ଦିଲ୍ଲୀ ଅଗ୍ନିଶମ ସେବା ପକ୍ଷରୁ ୬ଟି ଦମକଳ ଗାଡ଼ି ଘଟଣାସ୍ଥଳକୁ ପଠାଯାଇଥିଲା। ଅଗ୍ନିଶମ ବିଭାଗକୁ ସକାଳ ପ୍ରାୟ ୧୧ଟା ୧୦ ମିନିଟ୍ରେ ଏନେଇ ଫୋନ୍ ଆସିଥିଲା।

ନୂଆଦିଲ୍ଲୀ: ଦିଲ୍ଲୀର ନର୍ଥ ବ୍ଲକ୍ରେ ସୋମବାର ଅଗ୍ନିକାଣ୍ଡ ଘଟିଛି। ଏହି ଘଟଣା ପରେ ଦିଲ୍ଲୀ ଅଗ୍ନିଶମ ସେବା ପକ୍ଷରୁ ୬ଟି ଦମକଳ ଗାଡ଼ି ଘଟଣାସ୍ଥଳକୁ ପଠାଯାଇଥିଲା। ଅଗ୍ନିଶମ ବିଭାଗକୁ ସକାଳ ପ୍ରାୟ ୧୧ଟା ୧୦ ମିନିଟ୍ରେ ଏନେଇ ଫୋନ୍ ଆସିଥିଲା। ଏହାପରେ ତୁରନ୍ତ ଉଦ୍ଧାର ଓ ନିଆଁ ଲିଭାଇବା ବ୍ୟବସ୍ଥା କରାଯାଇଥିଲା।
ଅଧିକାରୀଙ୍କ ସୂଚନା ଅନୁସାରେ, କୋଠାରେ ମରାମତି କାମ ଚାଲିଥିବା ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଏହା ଏକ ଛୋଟ ଧରଣର ଅଗ୍ନିକାଣ୍ଡ ଥିଲା। ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ଆୟତ୍ତ କରିଥିବା ବିଭାଗ ପକ୍ଷରୁ କୁହାଯାଇଛି। ଘଟଣାରେ କେହି ମୃତାହତ ହୋଇଥିବା ଖବର ମିଳିନାହିଁ। ନର୍ଥ ବ୍ଲକ୍ ଦିଲ୍ଲୀର ରାଇସିନା ହିଲ୍ରେ ଅବସ୍ଥିତ। ଏହା କେନ୍ଦ୍ରୀୟ ସଚିବାଳୟର ଏକ ଐତିହାସିକ ପ୍ରଶାସନିକ କୋଠା। ଏଠାରେ କେନ୍ଦ୍ର ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ ରହିଛି। ଘଟଣା ସମୟରେ କୋଠା ନିକଟରୁ ଧୂଆଁ ବାହାରୁଥିବା ଦେଖାଯାଇଥିଲା। ଏହାପରେ ଅଗ୍ନିଶମ ବିଭାଗକୁ ସୂଚନା ଦିଆଯାଇଥିଲା। ଅଗ୍ନିକାଣ୍ଡର କାରଣ ସମ୍ପର୍କରେ ଅଧିକ ତଥ୍ୟ ମିଳି ନ ଥିବାବେଳେ, ମରାମତି କାମ ସହ ଏହାର ସମ୍ପର୍କ ଥାଇପାରେ ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି।
ସୌଜନ୍ୟ ସମ୍ବାଦ




