ରାଜ୍ୟ
Black Swan Dies ନନ୍ଦନକାନନରେ ବୟସ୍କ କଳା ରାଜହଂସର ମୃତ୍ୟୁ, ସଂଖ୍ୟା କମି ୩କୁ ଖସିଲା
ଭୁବନେଶ୍ୱର ନିକଟ ନନ୍ଦନକାନନରେ ଏକ ବୟସ୍କ ଅଣ୍ଡିରା କଳା ରାଜହଂସର ମୃତ୍ୟୁ। ବ୍ୟବଚ୍ଛେଦରେ ଅନ୍ତଃନଳୀରେ ସଂକ୍ରମଣ ଚିହ୍ନଟ ହୋଇଥିବା ବେଳେ ପ୍ରକୃତ କାରଣ ଜାଣିବାକୁ ନମୁନା ଓୟୁଏଟି କୁ ପଠାଯାଇଛି।

ବାରଙ୍ଗ: ନନ୍ଦନକାନନ ପ୍ରାଣୀଉଦ୍ୟାନର ବିହଙ୍ଗ ସରଣୀସ୍ଥିତ ଖୁଆଡ଼ରେ ରହୁଥିବା ଏକ ବୟସ୍କ ଅଣ୍ଡିରା କଳା ରାଜହଂସର ମୃତ୍ୟୁ ଘଟିଛି। ଏହାପରେ ନନ୍ଦନକାନନରେ କଳା ରାଜହଂସ ସଂଖ୍ୟା ୩କୁ ହ୍ରାସ ପାଇଛି।
ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ଠାରୁ ମିଳିଥିବା ସୂଚନାରେ, ରାଜହଂସଟି ବାର୍ଦ୍ଧକ୍ୟରେ ପହଞ୍ଚିସାରିଥିଲା। ତେବେ ବ୍ୟବଚ୍ଛେଦରେ ରାଜହଂସଟିର ଅନ୍ତଃନଳୀରେ ସଂକ୍ରମଣ ଥିବା ଜଣାଯାଇଛି। ତେବେ ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ମୃତଦେହରୁ ନମୁନା ସଂଗ୍ରହ କରି ଓୟୁଏଟିକୁ ପଠାଯାଇଛି।
ଏହାର ମୃତ୍ୟୁ ପରେ ନନ୍ଦନକାନନରେ ଆଉ୨ଟି ମାଈ ଓ ଗୋଟିଏ ଅଣ୍ଡିରା କଳା ରାଜହଂସ ଅଛନ୍ତି।
ସୌଜନ୍ୟ ସମ୍ବାଦ



