ରାଜ୍ୟ

Cyclone: ବାତ୍ୟା ଅର୍ଣବକୁ ନେଇ ରାୟଗଡା ବିଧାୟକ ଆପଲାସ୍ବାମୀ କାଡ୍ରାକାଙ୍କ ପ୍ରସ୍ତୁତି

ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’କୁ ଦୃଷ୍ଟିରେ ରଖି ଯେକୌଣସି ଆପାତ୍‌କାଳୀନ ପରିସ୍ଥିତିର ମୁକାବିଲା ପାଇଁ ରାୟଗଡା ବିଧାୟକ ନିଜସ୍ବ ଉଦ୍ୟମରେ ଏକ ଟିମ ଗଠନ କରିଛନ୍ତି। ଆଜି ନିଜ କାର୍ଯ୍ୟାଳୟରେ ସ‌ହଯୋଗୀଙ୍କ ସହ ଆଲୋଚନା କରି ସମୀକ୍ଷା...

ରାୟଗଡ଼ା (ଶିବ ପ୍ରସାଦ ଦୋରା): ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’କୁ ଦୃଷ୍ଟିରେ ରଖି ଯେକୌଣସି ଆପାତ୍‌କାଳୀନ ପରିସ୍ଥିତିର ମୁକାବିଲା ପାଇଁ ରାୟଗଡା ବିଧାୟକ ନିଜସ୍ବ ଉଦ୍ୟମରେ ଏକ ଟିମ ଗଠନ କରିଛନ୍ତି। ଆଜି ନିଜ କାର୍ଯ୍ୟାଳୟରେ ସ‌ହଯୋଗୀଙ୍କ ସହ ଆଲୋଚନା କରି ସମୀକ୍ଷା କରିବା ସହ  ଆଗୁଆ ପ୍ରସ୍ତୁତି ଆରମ୍ଭ କରି  ଦେଇଛନ୍ତି ବିଧାୟକ ଆପାଲାସ୍ବାମୀ। ବାତ୍ୟା ସମୟରେ ଗଛ ଉପୁଡ଼ି ରାସ୍ତା ଅବରୋଧ, ବିଦ୍ୟୁତ୍‌ ସରବରାହ ବ୍ୟାହତ କିମ୍ବା ଅନ୍ୟାନ୍ୟ ଅଘଟଣ ଘଟିଲେ ତୁରନ୍ତ ଲୋକଙ୍କ ନିକଟରେ ପହଞ୍ଚି ସହାୟତା ଯୋଗାଇବା ଲକ୍ଷ୍ୟରେ ଏହି ପ୍ରସ୍ତୁତି କରାଯାଇଥିବା ବିଧାୟକ ଶ୍ରୀ କାଡ୍ରାକା ସୂଚନା ଦେଇଛନ୍ତି।

ବିଧାୟକଙ୍କ କାର୍ଯ୍ୟାଳୟ ସହ ଜଡ଼ିତ କର୍ମୀ ଓ ସ୍ୱେଚ୍ଛାସେବୀ ମାନେ ସହର ଓ ଆଖପାଖ ଅଞ୍ଚଳରେ ଆପାତ୍‌କାଳୀନ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ବିତ କରିବା ପାଇଁ ଆବଶ୍ୟକ ଯାନବାହନ ଓ ଉଦ୍ଧାର କାର୍ଯ୍ୟ ପାଇଁ ଆବଶ୍ୟକ ସରଞ୍ଜାମ ପ୍ରସ୍ତୁତ କରି  ରଖାଯାଇଛି। ଏଥିରେ ଜେସିବି, ହିଟାଚି, ଟ୍ରାକ୍ଟର, ବୋଲେରୋ, ମୋଟରସାଇକେଲ ଭଳି ଯାନବାହନ ସାମିଲ ରହିଛି। ଆଗାମୀ ଦୁଇ ଦିନ ଟିମ୍‌ର ସଦସ୍ୟମାନେ ରାୟଗଡା ନିର୍ବାଚନମଣ୍ଡଳିର ବିଭିନ୍ନ ସ୍ଥାନରେ  ସଜାଗ ରହିବେ ବୋଲି କହିଛନ୍ତି। ଯେକୌଣସି ସ୍ଥାନରୁ ଆପାତ୍‌କାଳୀନ ସୂଚନା ମିଳିବା ମାତ୍ରେ ବିଳମ୍ବ ନକରି ଘଟଣାସ୍ଥଳରେ ପହଞ୍ଚି ରାସ୍ତା ସଫା କରିବା, ଉଦ୍ଧାର କାର୍ଯ୍ୟ ଓ ଆବଶ୍ୟକ ସହାୟତା ଯୋଗାଇବାକୁ ସଦସ୍ୟମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଆବଶ୍ୟକ ସ୍ଥଳେ ଜିଲ୍ଲା ପ୍ରଶାସନ, ଅଗ୍ନିଶମ ବିଭାଗ ଓ ଓଡ୍ରାଫ୍‌ ଟିମ୍‌କୁ ସମସ୍ତ ପ୍ରକାର ସହଯୋଗ ଯୋଗାଇବାକୁ ମଧ୍ୟ ଟିମ୍ ପ୍ରସ୍ତୁତ ରହିଥିବା ଶ୍ରୀ କାଡ୍ରାକା ସୂଚନା ଦେଇଛନ୍ତି । “ଜନସାଧାରଣଙ୍କ ସୁରକ୍ଷା ହିଁ ଆମର ପ୍ରଥମ ପ୍ରାଥମିକତା। ସରକାର ଓ ପ୍ରଶାସନ ସହ ମିଶି ବାତ୍ୟାର ମୁକାବିଲା କରାଯିବ” ବୋଲି ଟିମ୍ ପକ୍ଷରୁ କୁହାଯାଇଛି। ବିଧାୟକ ଆପଲାସ୍ବାମୀ କାଡ୍ରାକାଙ୍କ  ଏଭଳି ଆଗୁଆ ପ୍ରସ୍ତୁତିକୁ ବିଭିନ୍ନ ମହଲରୁ ସ୍ୱାଗତ କରାଯିବା ସହ ଅନେକ ସ୍ୱେଚ୍ଛାସେବୀ ମଧ୍ୟ ଉଦ୍ଧାର ଓ ସହାୟତା କାର୍ଯ୍ୟରେ ସାମିଲ ହେବାକୁ ଆଗେଇ ଆସିଛନ୍ତି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button