ଦେଶ ବିଦେଶ
Mamata Banerjee: ଇଣ୍ଡିମେଣ୍ଟର ନଭେମ୍ବର ୧ ପ୍ରତିବାଦ କାର୍ଯ୍ୟକ୍ରମକୁ ମମତାଙ୍କ ସମର୍ଥନ
ଏକ୍ସରେ ଏକ ପୋଷ୍ଟ୍ କରି ମମତା ଛାତ୍ରଛାତ୍ରୀ, ଯୁବବର୍ଗ, ମହିଳା , ଶ୍ରମିକ ଏବଂ ନାଗରିକ ସମାଜର ଅନ୍ୟ ସଦସ୍ୟମାନଙ୍କୁ ଏହି ଆନ୍ଦୋଳନରେ ଯୋଗ ଦେବାପାଇଁ ଅନୁରୋଧ କରିଛନ୍ତି । ମମତା କହିଛନ୍ତି, ଯେଉଁଠି ଭୋଟ ବିପଦରେ ସେଠି ନିରବତା ଏକ ବିକଳ୍ପ ନୁହେଁ । ଲୋକମାନଙ୍କୁ ସେ ଗଣତନ୍ତ୍ର ଏବଂ ସମ୍ବିଧାନର ସୁରକ୍ଷା ପାଇଁ ଏକାଠି ଠିଆହେବାକୁ ଅନୁରୋଧ କରିଛନ୍ତି ।

ନୂଆଦିଲ୍ଲୀ : ଆସନ୍ତା ନଭେମ୍ବର ୧ ତାରିଖରେ ଦିଲ୍ଲୀର ରାମଲୀଳା ମୈଦାନରେ ଇଣ୍ଡି ମେଣ୍ଟ ରାଲିକୁ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସମର୍ଥନ କରିଛନ୍ତି । ଭୋଟ୍ ଚୋରିକୁ ବିରୋଧ କରି ଏବଂ ମୁଖ୍ୟ ନିର୍ବାଚନ କମିସନର (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଇଣ୍ଡିମେଣ୍ଟ ଏହି ଆନ୍ଦୋଳନ କରୁଛି ।
ସୌଜନ୍ୟ ସମ୍ବାଦ




