ଦେଶ ବିଦେଶ

Mob Violence: ପ୍ରେମ ବ୍ୟାପାରକୁ ନେଇ ଗୁଜରାଟରେ ଭିଡ଼ ହିଂସା; ଯୁବକଙ୍କୁ ଗଛରେ ବାନ୍ଧି ପିଟିପିଟି ମାରିଦେ‌ଲେ

ରଣଜିତଜୀ ଥଙ୍ଗନା ଗ୍ରାମର ବାସିନ୍ଦା ଜଗାଜୀ ରଣଛୋଡ଼ଜୀ ଠାକୁରଙ୍କ ଝିଅଙ୍କ ସହ ଗତ ୨ ବର୍ଷ ଧରି ପ୍ରେମ ସମ୍ପର୍କରେ ଥିଲେ । ମଙ୍ଗଳବାର ସେ କାମରେ ଯିବା ପାଇଁ ମୋଟରସାଇକେଲ୍‌ରେ ଘରୁ ବାହାରିଥିଲେ । ତେବେ ଦିନକ ପରେ ପରିବାର ସଦସ୍ୟ ଖବର ପାଇଥିଲେ ଯେ, ସେ ପ୍ରେମିକାଙ୍କୁ ଭେଟିବା ପାଇଁ ଥଙ୍ଗନା ଗ୍ରାମକୁ ଯାଇଥିବା ବେଳେ ତାଙ୍କ ପରିବାର ସଦସ୍ୟଙ୍କ ହାତରେ ଧରାପଡ଼ିଥିଲେ ।

ଅହମଦାବାଦ : ଗୁଜରାଟର ମେହସନା ଜିଲ୍ଲାରେ ପ୍ରେମ ସମ୍ପର୍କକୁ ନେଇ ଭିଡ଼ ହିଂସା ଘଟିଛି । ଜଣେ ୩୧ ବର୍ଷୀୟ ଯୁବକଙ୍କୁ କିଛି ଲୋକ ଏକ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିବାରୁ ତାଙ୍କର ମୃତ୍ୟୁ ହୋଇଛି । ମୃତ ଯୁବକଙ୍କ ନାଁ ରଣଜିତଜୀ ଚତୁରଜୀ ଠାକୁର । ସେ ସିଧିପୁର ତାଲୁକାର ୱାଘାରୋଲ ଗ୍ରାମର ବାସିନ୍ଦା ଥିଲେ । ସେ ସିଧିପୁରସ୍ଥିତ ଚୋଳମଣ୍ଡଳମ ଇନଭେଷ୍ଟମେଣ୍ଟ ଆଣ୍ଡ ଫାଇନାନ୍ସ କମ୍ପାନିରେ କ୍ରେଡିଟ୍ ମ୍ୟାନେଜର ଭାବେ କାମ କରୁଥିଲେ ।

ପୁଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ, ରଣଜିତଜୀ ଥଙ୍ଗନା ଗ୍ରାମର ବାସିନ୍ଦା ଜଗାଜୀ ରଣଛୋଡ଼ଜୀ ଠାକୁରଙ୍କ ଝିଅଙ୍କ ସହ ଗତ ୨ ବର୍ଷ ଧରି ପ୍ରେମ ସମ୍ପର୍କରେ ଥିଲେ । ମଙ୍ଗଳବାର ସେ କାମରେ ଯିବା ପାଇଁ ମୋଟରସାଇକେଲ୍‌ରେ ଘରୁ ବାହାରିଥିଲେ । ତେବେ ଦିନକ ପରେ ପରିବାର ସଦସ୍ୟ ଖବର ପାଇଥିଲେ ଯେ, ସେ ପ୍ରେମିକାଙ୍କୁ ଭେଟିବା ପାଇଁ ଥଙ୍ଗନା ଗ୍ରାମକୁ ଯାଇଥିବା ବେଳେ ତାଙ୍କ ପରିବାର ସଦସ୍ୟଙ୍କ ହାତରେ ଧରାପଡ଼ିଥିଲେ ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button