ଦେଶ ବିଦେଶ
ମୁମ୍ବାଇ ଭଡ଼ା ଘରେ ୩ ଭାଇଭଉଣୀଙ୍କ ଆତ୍ମହତ୍ୟା
ପୁଲିସର ସୂଚନା ଅନୁଯାୟୀ, ଦୁଇ ଭାଇ ଓ ସେମାନଙ୍କ ଭଉଣୀ ୨୦୨୫ରୁ ଉକ୍ତ ଭଡ଼ା ଘରେ ରହୁଥିଲେ । ଘର ଭିତରୁ ପଚା ଗନ୍ଧ ବାହାରିବାରୁ ପଡ଼ୋଶୀମାନେ ପୁଲିସକୁ ଖବର ଦେଇଥିଲେ । ସୂଚନା ପାଇ ବୋଲିଞ୍ଜ ପୁଲିସ ଘଟଣାସ୍ଥଳରେ ପହଞ୍ଚି କବାଟ ଭାଙ୍ଗି ତିନିଟି ଗଳିତ ମୃତଦେହ ଉଦ୍ଧାର କରିଥିଲା ।

ମୁମ୍ବାଇ : ମୁମ୍ବାଇ ବିରାର ଅଞ୍ଚଳର ଗ୍ଲୋବାଲ୍ ସିଟିରେ ଏକ ଭଡ଼ା ଘରୁ ୩ ଭାଇଭଉଣୀଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକଙ୍କ ବୟସ ୫୨, ୫୦ ଓ ୪୮ ବର୍ଷ । ସେମାନଙ୍କ ମଧ୍ୟରୁ ଜଣେ ପକ୍ଷାଘାତରେ ପୀଡ଼ିତ ଥିବାବେଳେ ଅନ୍ୟ ଜଣେ କର୍କଟ ରୋଗରେ ଆକ୍ରାନ୍ତ ଥିଲେ । ଆର୍ଥିକ ସଙ୍କଟ ଓ ସ୍ୱାସ୍ଥ୍ୟ ସମସ୍ୟା ଯୋଗୁଁ ସେମାନେ ଏଭଳି ପଦକ୍ଷେପ ନେଇଥିବା ପୁଲିସ କହିଛି ।
ପୁଲିସର ସୂଚନା ଅନୁଯାୟୀ, ଦୁଇ ଭାଇ ଓ ସେମାନଙ୍କ ଭଉଣୀ ୨୦୨୫ରୁ ଉକ୍ତ ଭଡ଼ା ଘରେ ରହୁଥିଲେ । ଘର ଭିତରୁ ପଚା ଗନ୍ଧ ବାହାରିବାରୁ ପଡ଼ୋଶୀମାନେ ପୁଲିସକୁ ଖବର ଦେଇଥିଲେ । ସୂଚନା ପାଇ ବୋଲିଞ୍ଜ ପୁଲିସ ଘଟଣାସ୍ଥଳରେ ପହଞ୍ଚି କବାଟ ଭାଙ୍ଗି ତିନିଟି ଗଳିତ ମୃତଦେହ ଉଦ୍ଧାର କରିଥିଲା । ସେମାନଙ୍କ ମୃତ୍ୟୁ ୪ରୁ ୫ ଦିନ ପୂର୍ବରୁ ହୋଇଥାଇପାରେ ବୋଲି ପୁଲିସ ସନ୍ଦେହ କରୁଛି । ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ପୁଲିସ ମୃତକଙ୍କ ଅନ୍ୟ ଜଣେ ଭଉଣୀଙ୍କ ସହ ଯୋଗାଯୋଗ କରିଥିଲା ।
ସୌଜନ୍ୟ ସମ୍ବାଦ




