Attack: ହର୍ମୁଜ ପ୍ରଣାଳୀରେ ମାଇନ୍ ବିସ୍ଫୋରଣ; ୩ଟି ତୈଳ ଟାଙ୍କର ଜଳିଗଲା
ବିଶ୍ୱର ପ୍ରମୁଖ ପରିବହନ ଜଳପଥ ହର୍ମୁଜ ପ୍ରଣାଳୀର ଦକ୍ଷିଣ ଭାଗରେ ଏକ ଅନଧିକୃତ ମାର୍ଗ ଦେଇ ଗତି କରିବା ସମୟରେ ବିପଦପୂର୍ଣ୍ଣ ସାମୁଦ୍ରିକ ମାଇନ୍ ସଂସ୍ପର୍ଶରେ ଆସି ୩ଟି ବିଶାଳ ତୈଳ ଟାଙ୍କରରେ ଭୟାବହ ବିସ୍ଫୋରଣ ଘଟିଛି।

ଦୁବାଇ: ବିଶ୍ୱର ପ୍ରମୁଖ ପରିବହନ ଜଳପଥ ହର୍ମୁଜ ପ୍ରଣାଳୀର ଦକ୍ଷିଣ ଭାଗରେ ଏକ ଅନଧିକୃତ ମାର୍ଗ ଦେଇ ଗତି କରିବା ସମୟରେ ବିପଦପୂର୍ଣ୍ଣ ସାମୁଦ୍ରିକ ମାଇନ୍ ସଂସ୍ପର୍ଶରେ ଆସି ୩ଟି ବିଶାଳ ତୈଳ ଟାଙ୍କରରେ ଭୟାବହ ବିସ୍ଫୋରଣ ଘଟିଛି। ଇରାନର ସରକାରୀ ଗଣମାଧ୍ୟମ ଦ୍ୱାରା ଗୁରୁବାର ଜାରି କରାଯାଇଥିବା ଇରାନର ସେନାର ଏକ ବିବୃତି ଅନୁଯାୟୀ ବିଗତ ୨୪ ଘଣ୍ଟା ମଧ୍ୟରେ ଏହି ଦୁର୍ଘଟଣା ଘଟିଛି।
ଇରାନ ସେନା ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ଉକ୍ତ ବାଣିଜ୍ୟିକ ଜାହାଜଗୁଡ଼ିକ ସେମାନଙ୍କର ରାଡାର ଏବଂ ନେଭିଗେସନ ସିଷ୍ଟମକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଦେଇଥିଲେ। ଏହାସହ ସେମାନେ ଇରାନ ନୌସେନାର ଆନୁଷ୍ଠାନିକ ସତର୍କ ସୂଚନାକୁ ସମ୍ପୂର୍ଣ୍ଣ ରୂପେ ଅଣଦେଖା କରିଥିବାରୁ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି।
ଅପରପକ୍ଷରେ, ବ୍ରିଟିଶ ସାମୁଦ୍ରିକ ସଂସ୍ଥା ୟୁକେଏମ୍ଟିଓ ଗୁରୁବାର ପ୍ରାରମ୍ଭିକ ସୂଚନା ଦେଇ କହିଥିଲା ଯେ ହର୍ମୁଜ ପ୍ରଣାଳୀରେ କେତେକ ମାଲବାହୀ ଜାହାଜରେ ନିଆଁ ଲାଗିଥିବା ନେଇ ରିପୋର୍ଟ ମିଳିଛି। ତେବେ ସେହି ସମୟରେ ଏହି ଅଗ୍ନିକାଣ୍ଡର ପ୍ରକୃତ କାରଣ କିମ୍ବା ଏଥିରେ କୌଣସି ଜୀବନହାନି ବା କ୍ଷୟକ୍ଷତି ସମ୍ପର୍କରେ କୌଣସି ବିସ୍ତୃତ ବିବରଣୀ ପ୍ରଦାନ କରାଯାଇ ନଥିଲା।
ସୌଜନ୍ୟ ସମ୍ବାଦ




