ରାଜ୍ୟ

Judgement: ପଦୋନ୍ନତି ସଂପର୍କିତ ବିବାଦୀୟ ସର୍କୁଲାର ରଦ୍ଦ ରାୟ ବିରୋଧ‌Judgement: ପଦୋନ୍ନତି ସଂପର୍କିତ ବିବାଦୀୟ ସର୍କୁଲାର ରଦ୍ଦ ରାୟ ବିରୋଧ‌ରେ ଦାୟର ମାମଲା ଶୁଣାଣିରେ ପୂର୍ଣ୍ଣଚ୍ଛେଦରେ ଦାୟର ମାମଲା ଶୁଣାଣିରେ ପୂର୍ଣ୍ଣଚ୍ଛେଦ

ସରକାରୀ କର୍ମଚାରୀଙ୍କ ପଦୋନ୍ନତି ପ୍ରସଂଗ ନେଇ ରାଜ୍ୟ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟା ଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ଜାରି ବିବାଦୀୟ ସର୍କୁଲାର ପ୍ରସଂଗରେ ହାଇକୋର୍ଟର ଜଣିକିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ...

କଟକ: ସରକାରୀ କର୍ମଚାରୀଙ୍କ ପଦୋନ୍ନତି ପ୍ରସଂଗ ନେଇ ରାଜ୍ୟ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟା ଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ଜାରି ବିବାଦୀୟ ସର୍କୁଲାର ପ୍ରସଂଗରେ ହାଇକୋର୍ଟର ଜଣିକିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ସାନି ଶୁଣାଣି କରିବେ। ସର୍କୁଲାରକୁ ରଦ୍ଦ କରି ଜଣିକିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ୨୦୨୬, ଜାନୁଆରି ୨୨ରେ ପ୍ରଦାନ କରିଥିବା ରାୟକୁ ହାଇକୋର୍ଟ ରଦ୍ଦ କରିଛନ୍ତି।

ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଦ୍ୱାରା ଗତ ୨୦୧୯ ଜୁନ ୨୬ରେ ପ୍ରସ୍ତୁତ (ସରକାରୀ ସେବାରେ ଅପର୍ଯ୍ୟାପ୍ତ ପ୍ରତିନିଧିତ୍ୱ ଏବଂ ପ୍ରଶାସନିକ ଦକ୍ଷତା ସମ୍ବନ୍ଧୀୟ ତଥ୍ୟ) ରିପୋର୍ଟ ଜଣିକିଆ ଖଣ୍ଡପୀଠଙ୍କ ନିକଟରେ ଶୁଣାଣି ସମୟରେ ଉପସ୍ଥାପନ କରାଯାଇ ନଥିବା ସ୍ପଷ୍ଟ ହୋଇଥିଲା। ଏଭଳି ସ୍ଥିତିରେ ମାମଲାଗୁଡ଼ିକୁ ସାନି ବିଚାର ପାଇଁ ଜଣିକିଆ ବିଚାରପତିଙ୍କ ନିକଟକୁ ଫେରାଇଛନ୍ତି ହାଇକୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠ। ମାମଲା ଗୁଡ଼ିକର ସାନି ଶୁଣାଣି ସମୟରେ ଆବେଦନକାରୀ ଓ ପ୍ରତିପକ୍ଷ ସ୍ୱାଧୀନ ଭାବେ ନିଜ ନିଜ ପକ୍ଷ ରଖିପାରିବେ। ଆବଶ୍ୟକୀୟ ତଥ୍ୟ, କାଗଜପତ୍ର ଦାଖଲ କରି ଉଭୟ ପକ୍ଷ ନିଜର ଯୁକ୍ତି ଉପସ୍ଥାପନ କରି ପାରିବେ ବୋଲି ହାଇକୋର୍ଟ କହିଛନ୍ତି। ଏଥି ସହିତ ଜାନୁଆରି ୨୨ର ରାୟ ଦ୍ବାରା ପ୍ରଭାବିତ ସରକାରୀ କର୍ମଚାରୀଙ୍କ ତରଫରୁ ଦାୟର ରିଟ ଅପିଲ ଗୁଡ଼ିକର ଶୁଣାଣିରେ ହାଇକୋର୍ଟ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ୧୫ଟି ରିଟ ଅପିଲର ଏକତ୍ର ଶୁଣାଣି କରି ଏପରି ରାୟ ପ୍ରଦାନ କରିଛନ୍ତି।

 

 

 

 

 

 

ସୌଜନ୍ୟ ସମ୍ବାଦ

 

Show More

Leave a Reply

Your email address will not be published. Required fields are marked *

Back to top button