ରାଜ୍ୟ

Aska Inundates: ବଡ଼ନଦୀ ଓ ଋଷିକୁଲ୍ୟାର ବନ୍ୟାଜଳରେ ଉବୁଟୁବୁ ଆସିକା

ବାତ୍ୟା ଅର୍ଣ୍ଣବ ପରବର୍ତ୍ତୀ ପ୍ରବଳ ବର୍ଷାରେ ବଡ଼ନଦୀ ଓ ଋଷିକୁଲ୍ୟାର ବନ୍ୟାଜଳରେ ଆସିକା ଜଳମଗ୍ନ। ୩୦ ହଜାରରୁ ଅଧିକ ଲୋକ ଜଳବନ୍ଦୀ ହୋଇଥିବା ବେଳେ ଡାକ୍ତରଖାନା, ସରକାରୀ କାର୍ଯ୍ୟାଳୟ ଓ ବଜାର ପ୍ରଭାବିତ।

ଆସିକା: ବାତ୍ୟା ଅର୍ଣ୍ଣବ ପରବର୍ତ୍ତୀ ବର୍ଷା ବିତ୍ପାତରେ ଆସିକାର ଜନଜୀବନ ଠପ୍‌ ହୋଇଛି। ୧୯୯୦ ବନ୍ୟା ଓ ତିତିଲି ବାତ୍ୟାରେ ସହରର ଯେଉଁ ଅବସ୍ଥା ଥିଲା ତାହା ଠାରୁ ବର୍ତ୍ତମାନର ସଂଙ୍କଟ ଅଧିକ ଜଟିଳ ହୋଇଛି। ସହରର ମୁଖ୍ୟନାଳ ଟିପିସର ଦେଇ ଜଳ ନିଷ୍କାସନ ହୋଇ ପାରୁ ନଥିବାରୁ ସାରା ସହର ଜଳାର୍ଣ୍ଣବ ହୋଇରହିଛି। ସହରର ଅନେକ ତଳିଆ ଅଞ୍ଚଳରେ ୧୦-୧୨ ଫୁଟ ଉଚ୍ଚରେ ପାଣି ଢେଉ ମାରୁଛି।

ଦୁଇଦିନର ଲଗାଣ ବର୍ଷାରେ ଆସିକା ସହରର ଅବସ୍ଥା ବେହାଲ ହୋଇଥିବା ବେଳେ ଆଜି ସକାଳ ୬ଟା ବେଳେ ହଠାତ୍‌ ସହରରେ ବନ୍ୟାପାଣି ପଶିଥିଲା। ସକାଳ ୮ଟା ବେଳକୁ ବନ୍ରୟାଜଳ ମାତ୍ରା ବୃଦ୍ଧି ପାଇଁ ଦିନରେ ୧୨ ଫୁଟର ପାଣି ଚାଲିଥିଲା। ଆସିକା ନିକଟରେ ଋଷିକୁଲ୍ୟା ବିପଦ ସଂକେତ ଉପରେ ପ୍ରବାହିତ ହେଉଛି।  ବଡ଼ନଦୀରେ ମଧ୍ୟ ପ୍ରବଳ ସୁଅରେ ବନ୍ୟାଜଳ ପ୍ରବାହିତ ପାଉଛି l ସହରର ତଳିଆ ଇଲାକା ହରିହର ହାଇସ୍କୁଲ୍ ଛକ, ହାଟପଦା ଛକ, ଲାଲାଗୋର୍ଜି ଛକ, ବସ୍‌ଷ୍ଟାଣ୍ଡ, କଳିଙ୍ଗାରୋଡ଼, ତାଲୁକା ଛକ, ଇଲେକ୍ଟ୍ରିକ୍ ଅଫିସ, ବ୍ଲକ୍‌ ଓ ତହସିଲ କାର୍ଯ୍ୟାଳୟ, ଥାନା ଓ ବ୍ୟାଙ୍କ୍ ପାଣି ଘେରରେ ରହିଛି।

ସହରର ବସଷ୍ଟାଣ୍ଡ ନିକଟରେ ରହିଥିବା ଦୁଇଟି ପେଟ୍ରୋଲ ପମ୍ପ ପୂରା ବୁଡ଼ିଯାଇଥିବା ବେଳେ ଉପଖଣ୍ଡ ଡାକ୍ତରଖାନା ବି ବୁଡ଼ିଯାଇଛି। ଫଳରେ ବାତ୍ୟା ମୁକାବିଲା ପାଇଁ ଅଣାଯାଇଥିବା ୧୭ ପ୍ରସୂତିଙ୍କୁ ଉପରମହଲାକୁ ସ୍ଥାନାନ୍ତର କରାଯାଇଛି। ଓଟି ଓ ଲେବର ରୁମରେ ପାଣି ପଶି ରହିଥିବା ବେଳେ ପ୍ରସୂତିଙ୍କ ପ୍ରସବ ପାଇଁ ଚିନ୍ତା ବଢ଼ିଛି।

 

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button