ରାଜ୍ୟ

Entrance Porch of Temple Collapses ସୁନାବେଡ଼ା ଜଗନ୍ନାଥ ମନ୍ଦିରର ମୁଖଶାଳା ଭୁଶୁଡ଼ିଲା, ଅଳ୍ପକେ ବର୍ତ୍ତିଲେ ଭକ୍ତ

କୋରାପୁଟର ସୁନାବେଡ଼ା-୧ ସ୍ଥିତ ପୁରାତନ ଜଗନ୍ନାଥ ମନ୍ଦିରର ମୁଖଶାଳା ଆଳତି ସମୟରେ ଭୁଶୁଡ଼ି ପଡ଼ିଛି। କେହି ମୃତାହତ ହୋଇନାହାନ୍ତି। ସୁରକ୍ଷା ଦୃଷ୍ଟିରୁ ଭକ୍ତଙ୍କ ପ୍ରବେଶ ନିଷେଧ।

ସୁନାବେଡ଼ା:  କୋରାପୁଟଜିଲ୍ଲା ସୁନାବେଡ଼ା-୧ ସ୍ଥିତ ପୁରାତନ ଜଗନ୍ନାଥ ମନ୍ଦିରର ମୁଖଶାଳା ଶୁକ୍ରବାର ସନ୍ଧ୍ୟାରେ ହଠାତ୍ ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଛି। ତେବେ ଦୈବାତ୍‌ ଏଥିରେ କେହି ମୃତାହତ ହୋଇନାହାନ୍ତି। ସନ୍ଧ୍ୟା ପ୍ରାୟ ୬ଟା ୧୫ ମିନିଟ୍ ସମୟରେ ମନ୍ଦିରରେ ଆଳତି ଚାଲିଥିବା ବେଳେ ଏହି ଅଘଟଣ ଘଟିଥିଲା। ୧୯୬୮ ମସିହାରେ ନିର୍ମିତ ଏହି ମନ୍ଦିରଟି ଦୀର୍ଘ ବର୍ଷର ପୁରାତନ ମନ୍ଦିର। ଗତ କିଛି ଦିନ ଧରି ଲଗାତାର ବର୍ଷା ଯୋଗୁଁ ମନ୍ଦିରର କାନ୍ଥ ଓ ଛାତରେ ପାଣି ପଶି ମନ୍ଦିର ଛାତ ଦୁର୍ବଳ ହୋଇଥିବା ଆଶଙ୍କା କରାଯାଉଛି। ଘଟଣା ପରେ ସୁରକ୍ଷା ଦୃଷ୍ଟିରୁ ମନ୍ଦିରକୁ ଭକ୍ତ ଓ ସାଧାରଣ ଲୋକଙ୍କ ପ୍ରବେଶ ନିଷେଧ କରାଯାଇଛି। କେବଳ ପୂଜକଙ୍କୁ ମନ୍ଦିର ଭିତରକୁ ଯାଇ ନୀତିକାନ୍ତି ଓ ପୂଜାର୍ଚ୍ଚନା କରିବାକୁ ଅନୁମତି ଦିଆଯାଇଛି। ଘଟଣାସ୍ଥଳରେ ସୁନାବେଡ଼ା ଥାନା ଅଧିକାରୀ ସୁଷମା କୁଅଁର ପହଞ୍ଚି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛନ୍ତି।  ଏହି ଘଟଣାକୁ ନେଇ ସ୍ଥାନୀୟ ଭକ୍ତ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଛି। ମନ୍ଦିରର ଅନ୍ୟ ଅଂଶର ସୁରକ୍ଷା ଯାଞ୍ଚ କରିବା ସହ ଆବଶ୍ୟକ ମରାମତି କାର୍ଯ୍ୟ ତୁରନ୍ତ ଆରମ୍ଭ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button