ରାଜ୍ୟ
Highcourt: ହାଇକୋର୍ଟରେ ନର୍ଲା ନିର୍ବାଚନୀ ମୋକଦ୍ଦମା, ପୁଣି ଥରେ ଶୁଣାଣି ଆରମ୍ଭ ପ୍ରସଂଗ, ବିଧାୟିକା ନୋଟିସ ପାଇଛନ୍ତି ବୋଲି ଗ୍ରହଣ କରାଯିବ
ନର୍ଲା ବିଧାନସଭା ଆସନ ନିର୍ବାଚନୀ ଫଳାଫଳକୁ ଚାଲେଞ୍ଜ କରି ଦାୟର ମାମଲା ୨୦୨୬, ମାର୍ଚ୍ଚ ୩୦ରେ ପ୍ରତ୍ୟାହୃତ ହୋଇଥିବା ବେଳେ ଏହାର ଶୁଣାଣି ପୁଣି ଆରମ୍ଭ କରିବା ପ୍ରସଂଗକୁ ନେଇ ଦାୟର ଅନ୍ତରୀଣ ଆବେଦନରେ ହାଇକୋର୍ଟ ଜାରି କରିଥିବା ନୋଟିସ ମାମଲାର ପ୍ରତିପକ୍ଷ ବିଧାୟିକା ମନୋରମା ମହାନ୍ତି ଗ୍ରହଣ କରିବାକୁ ମନା କରିଛନ୍ତି

କଟକ: ନର୍ଲା ନିର୍ବାଚନୀ ମୋକଦ୍ଦମା ନୂଆ ମୋଡ଼ ନେଇଛି। ନର୍ଲା ବିଧାନସଭା ଆସନ ନିର୍ବାଚନୀ ଫଳାଫଳକୁ ଚାଲେଞ୍ଜ କରି ଦାୟର ମାମଲା ୨୦୨୬, ମାର୍ଚ୍ଚ ୩୦ରେ ପ୍ରତ୍ୟାହୃତ ହୋଇଥିବା ବେଳେ ଏହାର ଶୁଣାଣି ପୁଣି ଆରମ୍ଭ କରିବା ପ୍ରସଂଗକୁ ନେଇ ଦାୟର ଅନ୍ତରୀଣ ଆବେଦନରେ ହାଇକୋର୍ଟ ଜାରି କରିଥିବା ନୋଟିସ ମାମଲାର ପ୍ରତିପକ୍ଷ ବିଧାୟିକା ମନୋରମା ମହାନ୍ତି ଗ୍ରହଣ କରିବାକୁ ମନା କରିଛନ୍ତି। ମାମଲର ଶୁଣାଣି ବେଳେ ଏଭଳି କଥା ସ୍ପଷ୍ଟ ହେବା ପରେ ପ୍ରତିପକ୍ଷଙ୍କୁ ନୋଟିସ ପ୍ରଦାନ କରାଯାଇଛି ବୋଲି ଗ୍ରହଣ କରିବାକୁ ହାଇକୋର୍ଟ କହିଛନ୍ତି। ଏଥି ସହିତ ନଭେମ୍ବର ୧୧କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ଜଷ୍ଟିସ ଶଶିକାନ୍ତ ମିଶ୍ରଙ୍କୁ ନେଇ ଗଠିତ ଏ ସଂପର୍କିତ ନିର୍ବାଚନୀ ମୋକଦ୍ଦମାର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।
ସୌଜନ୍ୟ ସମ୍ବାଦ




