ଦେଶ ବିଦେଶ
Election: କଡପାରେ ସଂଘର୍ଷ, ସାମ୍ବାଦିକଙ୍କୁ ଆକ୍ରମଣ, ବୁଥ୍ କ୍ୟାପଚରିଂ ଅଭିଯୋଗ ଆଣିଲା ୱାଇଏସ୍ଆର୍ସିପି
କଡପା ଜିଲ୍ଲାରେ ଶାସକ ତେଲୁଗୁ ଦେଶମ ପାର୍ଟି ଏବଂ ୱାଇଏସ୍ଆର୍ କଂଗ୍ରେସ ପାର୍ଟି କର୍ମୀଙ୍କ ମଧ୍ୟରେ ସଂଘର୍ଷକୁ ବାଦ ଦେଇ ରବିବାର ଆନ୍ଧ୍ର ପ୍ରଦେଶର ୧୦୦ଟି ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ନିର୍ବାଚନ ପାଇଁ ମତଦାନ ପ୍ରାୟତଃ...

ଅମରାବତୀ: କଡପା ଜିଲ୍ଲାରେ ଶାସକ ତେଲୁଗୁ ଦେଶମ ପାର୍ଟି (ଟିଡିପି) ଏବଂ ୱାଇଏସ୍ଆର୍ କଂଗ୍ରେସ ପାର୍ଟି (ୱାଇଏସ୍ଆର୍ସିପି) କର୍ମୀଙ୍କ ମଧ୍ୟରେ ସଂଘର୍ଷକୁ ବାଦ ଦେଇ ରବିବାର ଆନ୍ଧ୍ର ପ୍ରଦେଶର ୧୦୦ଟି ସହରାଞ୍ଚଳ ସ୍ଥାନୀୟ ସଂସ୍ଥା (ୟୁଏଲବି) ନିର୍ବାଚନ ପାଇଁ ମତଦାନ ପ୍ରାୟତଃ ଶାନ୍ତିପୂର୍ଣ୍ଣ ରହିଛି। ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିଥିଲା। ବିଜୟୱାଡା ଓ ବିଶାଖାପାଟଣାକୁ ମିଶାଇ ୧୩ଟି ମହାନଗର ନିଗମ ଓ ୮୭ଟି ମ୍ୟୁନିସିପାଲଟି ଓ ନଗର ପଞ୍ଚାୟତରେ ମତଦାନ ଅନୁଷ୍ଠିତ ହୋଇଥିଲା। କଡପା ଜିଲ୍ଲାର ପୁଲିଭେନ୍ଦୁଲାରେ ଦୁଇ ଦଳର ସମର୍ଥକଙ୍କ ମଧ୍ୟରେ ସଂଘର୍ଷ ହେବା ଫଳରେ ହିଂସା ସୃଷ୍ଟି ହୋଇଥିଲା।
ସୌଜନ୍ୟ ସମ୍ବାଦ




