ଦେଶ ବିଦେଶ
Accident: ଜଳନ୍ଧରରେ ଟ୍ରାକ୍ଟର-ଟ୍ରଲିକୁ ପିଟିଲା କାର୍, ହନି ସିଂହଙ୍କ ପୁତୁରାଙ୍କ ସମେତ ୨ ମୃତ
ପଞ୍ଜାବର ଜଳନ୍ଧରରେ ରବିବାର ଭୋର୍ରେ ଏକ ସଡ଼କ ଦୁର୍ଘଟଣାରେ ଲୋକପ୍ରିୟ ଗାୟକ ତଥା ରାପର୍ ୟୋ ୟୋ ହନି ସିଂହଙ୍କ ପୁତୁରାଙ୍କ ସମେତ ଦୁଇ ଯୁବକଙ୍କ ମୃତ୍ୟୁ ହୋଇଛି। ସେମାନେ ଯାତ୍ରା କରୁଥିବା ଭକ୍ସୱାଗନ୍ କାର୍ଟି ପୁଲିସ ଲାଇନ୍ସ ନିକଟ ଏକ ଫ୍ଲାଏଓଭର୍ରେ...

ଜଳନ୍ଧର: ପଞ୍ଜାବର ଜଳନ୍ଧରରେ ରବିବାର ଭୋର୍ରେ ଏକ ସଡ଼କ ଦୁର୍ଘଟଣାରେ ଲୋକପ୍ରିୟ ଗାୟକ ତଥା ରାପର୍ ୟୋ ୟୋ ହନି ସିଂହଙ୍କ ପୁତୁରାଙ୍କ ସମେତ ଦୁଇ ଯୁବକଙ୍କ ମୃତ୍ୟୁ ହୋଇଛି। ସେମାନେ ଯାତ୍ରା କରୁଥିବା ଭକ୍ସୱାଗନ୍ କାର୍ଟି ପୁଲିସ ଲାଇନ୍ସ ନିକଟ ଏକ ଫ୍ଲାଏଓଭର୍ରେ ରାସ୍ତାକଡ଼ରେ ଅଟକିଥିବା ନଗର ନିଗମର ଟ୍ରାକ୍ଟର-ଟ୍ରଲିକୁ ଧକ୍କା ଦେଇଥିଲା। ଦୁଇ ମୃତକ ହେଲେ ହନି ସିଂହଙ୍କ ପୁତୁରା ବିଦିତ ଓଲାକ୍ ଓ ତାଙ୍କ ବନ୍ଧୁ ଆରବ ତଲୱାର।
ସୌଜନ୍ୟ ସମ୍ବାଦ




