ଦେଶ ବିଦେଶ

AI Impact: ଏଆଇ ଭୟରେ କୋଡିଂ ଛାଡ଼ି ଚାଷ କରିବାକୁ ଚାହୁଁଛନ୍ତି ସଫ୍ଟୱେୟାର ଇଞ୍ଜିନିୟର, ୧୦ ବର୍ଷର ଅଭିଜ୍ଞତା ପରେ ଚାକିରିର ଭବିଷ୍ୟତକୁ ନେଇ ଚିନ୍ତିତ

କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ର ଦ୍ରୁତ ବିକାଶ ଏବେ ଚାକିରି ଜଗତରେ ନୂଆ ଆଶଙ୍କା ସୃଷ୍ଟି କରିଛି। ବିଶେଷକରି ସଫ୍ଟୱେୟାର ଓ ଟେକ୍ନୋଲୋଜି କ୍ଷେତ୍ରରେ କାମ କରୁଥିବା ଅନେକ ବୃତ୍ତିଜୀବୀ ନିଜ ଭବିଷ୍ୟତକୁ ନେଇ ଚିନ୍ତିତ।

ନୂଆଦିଲ୍ଲୀ: କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ର ଦ୍ରୁତ ବିକାଶ ଏବେ ଚାକିରି ଜଗତରେ ନୂଆ ଆଶଙ୍କା ସୃଷ୍ଟି କରିଛି। ବିଶେଷକରି ସଫ୍ଟୱେୟାର ଓ ଟେକ୍ନୋଲୋଜି କ୍ଷେତ୍ରରେ କାମ କରୁଥିବା ଅନେକ ବୃତ୍ତିଜୀବୀ ନିଜ ଭବିଷ୍ୟତକୁ ନେଇ ଚିନ୍ତିତ। ଏହି ମଧ୍ୟରେ ପ୍ରାୟ ୧୦ ବର୍ଷର ଅଭିଜ୍ଞତା ଥିବା ଜଣେ ସଫ୍ଟୱେୟାର ଇଞ୍ଜିନିୟର ଏଆଇ ଭୟରେ କୋଡିଂ ଛାଡ଼ି ଚାଷ କରିବାକୁ ଚିନ୍ତା କରୁଥିବା ନେଇ ଏକ ପୋଷ୍ଟ ଏବେ ଚର୍ଚ୍ଚାକୁ ଆସିଛି।

ରେଡିଟ୍‌ରେ ପୋଷ୍ଟ ଭାଇରାଲ୍
ସମ୍ପୃକ୍ତ ଇଞ୍ଜିନିୟର ରେଡିଟ୍‌ର ଆର୍/କ୍ଲାଉଡକୋଡ୍ କମ୍ୟୁନିଟିରେ ଆଇଆମ୍ ଟାୟର୍ଡ୍, ବସ୍ ଶୀର୍ଷକରେ ନିଜ ମନର କଥା ଲେଖିଛନ୍ତି। ତାଙ୍କ କହିବା ଅନୁସାରେ, ଏଆଇର ବିକାଶ ଏତେ ଦ୍ରୁତ ଗତିରେ ହେଉଛି ଯେ ଏହା ସହ ତାଳ ଦେଇ ଚାଲିବା ମଣିଷ ପାଇଁ କଷ୍ଟକର ହୋଇପଡ଼ୁଛି। ଆଗାମୀ ୫ରୁ ୧୦ ବର୍ଷ ମଧ୍ୟରେ ପାରମ୍ପରିକ ଚାକିରିର ସୁଯୋଗ ଯଥେଷ୍ଟ କମିଯାଇପାରେ ବୋଲି ସେ ଆଶଙ୍କା କରିଛନ୍ତି।

ସବୁ କାମ କରିପାରୁଛି ଏଆଇ
ପୂର୍ବରୁ ତାଙ୍କର ଧାରଣା ଥିଲା ଯେ ଏଆଇ କୋଡ୍‌ ଲେଖିପାରିବ, କିନ୍ତୁ ଜଟିଳ ସିଷ୍ଟମ୍‌ ଡିଜାଇନ୍‌ କରିବା ଓ ବଡ଼ ପ୍ରୋଜେକ୍ଟ ପରିଚାଳନା ପାଇଁ ଅଭିଜ୍ଞ ଇଞ୍ଜିନିୟରଙ୍କ ଆବଶ୍ୟକତା ରହିବ। ହେଲେ ଏବେ ଏଆଇ ଏହିସବୁ କାମ ମଧ୍ୟ କରିପାରୁଛି। କେତେକ କ୍ଷେତ୍ରରେ ଏହା ମଣିଷଠାରୁ ଭଲ ଭାବେ କାମ କରୁଥିବା ସେ ଅନୁଭବ କରିଛନ୍ତି। ଏହି ପରିବର୍ତ୍ତନ ଯୋଗୁଁ ୱେବସାଇଟ୍‌ ତିଆରି, ଗେମ୍‌ ଡେଭଲପ୍‌ମେଣ୍ଟ ଓ ସଫ୍ଟୱେୟାର ଉତ୍ପାଦ ପ୍ରସ୍ତୁତି ଭଳି କାମର ଭବିଷ୍ୟତକୁ ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି। ଏଆଇର ଏହି ଅଗ୍ରଗତି ମଣିଷ ନିଜେ ନିଜ ଚାକିରି ହରାଇବାର କାରଣ ହେଉଛି କି ବୋଲି ସେ ଚିନ୍ତା ପ୍ରକାଶ କରିଛନ୍ତି।

ତାଙ୍କ ପୋଷ୍ଟ ପରେ ରେଡିଟ୍‌ରେ ଅନେକ ୟୁଜର ନିଜ ମତ ରଖିଛନ୍ତି। କେତେକ ଏଆଇ ସହ ଖାପଖୁଆଇ ନୂଆ ଦକ୍ଷତା ହାସଲ କରିବାକୁ ପରାମର୍ଶ ଦେଇଥିବା ବେଳେ ଆଉ କେତେକ ଚାଷକୁ ଏକ ବିକଳ୍ପ ବୃତ୍ତି ଭାବେ ଗ୍ରହଣ କରିବାର ଚିନ୍ତାଧାରାକୁ ସମର୍ଥନ କରିଛନ୍ତି। ତେବେ କିଛି ୟୁଜର ତାଙ୍କୁ ତୁରନ୍ତ ବଡ଼ ନିଷ୍ପତ୍ତି ନନେଇ କିଛି ଦିନ ବିଶ୍ରାମ ନେବାକୁ ମଧ୍ୟ କହିଛନ୍ତି।  ତେବେ ଏହି ଘଟଣା ଏକ ବ୍ୟକ୍ତିଗତ ଅନୁଭବ ଓ ଆଶଙ୍କା ଉପରେ ଆଧାରିତ। ଏଆଇ ଯୋଗୁଁ ଆଗାମୀ ୫ରୁ ୧୦ ବର୍ଷ ମଧ୍ୟରେ ସମସ୍ତ ଚାକିରି ଶେଷ ହୋଇଯିବ ବୋଲି ଏହା ପ୍ରମାଣ କରୁନାହିଁ। କିନ୍ତୁ ଏଆଇର ବଢ଼ୁଥିବା ପ୍ରଭାବ ଚାକିରି, ଦକ୍ଷତା ଓ ଭବିଷ୍ୟତର ବୃତ୍ତିଗତ ସୁଯୋଗକୁ ନେଇ ଏକ ନୂଆ ଆଲୋଚନା ଆରମ୍ଭ କରିଛି।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button