ଦେଶ ବିଦେଶ

Special Trains For Diwali, Chhath: ଦୀପାବଳି ଓ ଛଟ୍ ପୂଜା ପାଇଁ ରେଳବାଇର ବଡ଼ ଘୋଷଣା

ଦୀପାବଳି ଓ ଛଟ୍ ପର୍ବ ସମୟରେ ଘରକୁ ଯାଉଥିବା ଯାତ୍ରୀଙ୍କ ବଢ଼ୁଥିବା ଭିଡ଼କୁ ଦୃଷ୍ଟିରେ ରଖି ରେଳବାଇ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ପର୍ବପର୍ବାଣୀ ସମୟରେ ଅତିରିକ୍ତ ଯାତ୍ରୀଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବା ପାଇଁ ସ୍ପେଶାଲ୍ ଟ୍ରେନ୍ ଚଳାଚଳ କରାଯାଉଛି।

ନୂଆଦିଲ୍ଲୀ: ଦୀପାବଳି ଓ ଛଟ୍ ପର୍ବ ସମୟରେ ଘରକୁ ଯାଉଥିବା ଯାତ୍ରୀଙ୍କ ବଢ଼ୁଥିବା ଭିଡ଼କୁ ଦୃଷ୍ଟିରେ ରଖି ରେଳବାଇ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ପର୍ବପର୍ବାଣୀ ସମୟରେ ଅତିରିକ୍ତ ଯାତ୍ରୀଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବା ପାଇଁ ସ୍ପେଶାଲ୍ ଟ୍ରେନ୍ ଚଳାଚଳ କରାଯାଉଛି। ଏଥିପାଇଁ ଲକ୍ଷ୍ନୌ ରେଳ ମଣ୍ଡଳ ପକ୍ଷରୁ ୫୦ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ଘୋଷଣା କରାଯାଇଛି। ଏହାବ୍ୟତୀତ ଦୀପାବଳି ଓ ଛଟ୍ ପୂଜାକୁ ଦୃଷ୍ଟିରେ ରଖି ଉତ୍ତର ରେଳବାଇ ମଧ୍ୟ ଫେଷ୍ଟିଭାଲ୍ ସ୍ପେଶାଲ୍ ଟ୍ରେନ୍‌ର ବ୍ୟବସ୍ଥା କରିଛି।

ଲକ୍ଷ୍ନୌ ମଣ୍ଡଳରେ ୧,୬୮୨ ଥର ଚଳାଚଳ କରିବ ସ୍ପେଶାଲ୍ ଟ୍ରେନ୍

ରେଳବାଇର ସୂଚନା ଅନୁଯାୟୀ, ଲକ୍ଷ୍ନୌ ମଣ୍ଡଳରେ ଘୋଷଣା କରାଯାଇଥିବା ୫୦ ଯୋଡ଼ା ସ୍ପେଶାଲ୍ ଟ୍ରେନ୍ ମୋଟ ୧,୬୮୨ ଥର ଚଳାଚଳ କରିବ। ଏଥିମଧ୍ୟରୁ ୧୫ ଯୋଡ଼ା ଟ୍ରେନ୍ ଲକ୍ଷ୍ନୌ ମଣ୍ଡଳରୁ ଯାତ୍ରା ଆରମ୍ଭ କରିବ କିମ୍ବା ଏଠାରେ ଆସି ଯାତ୍ରା ଶେଷ କରିବ। ଏହି ଟ୍ରେନ୍‌ଗୁଡ଼ିକ ମୋଟ ୩୪୨ ଥର ଚଳାଚଳ କରିବ। ସେହିପରି ଅନ୍ୟ ୩୫ ଯୋଡ଼ା ଟ୍ରେନ୍ ଲକ୍ଷ୍ନୌ ମଣ୍ଡଳ ଦେଇ ଯାତାୟାତ କରିବ। ଏହି ଟ୍ରେନ୍‌ଗୁଡ଼ିକର ମୋଟ ୧,୩୪୦ ଥର ଚଳାଚଳ ନିର୍ଦ୍ଧାରଣ କରାଯାଇଛି। ଏହି ସ୍ପେଶାଲ୍ ଟ୍ରେନ୍ ଚଳାଚଳ ଦ୍ୱାରା ଲକ୍ଷ୍ନୌର ଚାରବାଗ୍, ଆଲମନଗର ଓ ଐଶବାଗ୍ ଭଳି ଷ୍ଟେସନ୍‌ରୁ ଯାତ୍ରୀମାନଙ୍କୁ ଅଧିକ ଟ୍ରେନ୍‌ର ସୁବିଧା ମିଳିବ। ପର୍ବପର୍ବାଣୀ ସମୟରେ ନିୟମିତ ଟ୍ରେନ୍‌ଗୁଡ଼ିକରେ ବଢ଼ୁଥିବା ଯାତ୍ରୀଙ୍କ ଭିଡ଼ ଓ ଚାପକୁ କମ୍ କରିବା ହେଉଛି ରେଳବାଇର ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ।

 

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button