ଦେଶ ବିଦେଶ
Shashi Tharoor: ‘କ୍ୱକରୱଡ୍ଜର’: ‘ଅନ୍ଧଭକ୍ତ’ ଓ ‘ଗୋଦି’ ବଦଳରେ ନୂଆ ଶବ୍ଦ ଦେଲେ ଶଶୀ ଥରୁର
ରାଜନୈତିକ ବିତର୍କରେ ‘ଅନ୍ଧଭକ୍ତ’, ‘ଗୋଦି’ ଓ ‘ପେଡ୍ ଫଲୋୟର୍ସ’ ଭଳି ଶବ୍ଦର ବ୍ୟବହାର କରି କରି ଯଦି ଆପଣ ବିରକ୍ତ ହୋଇଗଲେଣି, ତେବେ ଏଥିପାଇଁ ଏକ ନୂଆ ଶବ୍ଦର ପ୍ରସ୍ତାବ ଦେଇଛନ୍ତି କଂଗ୍ରେସ ସାଂସଦ ଶଶୀ ଥରୁର।

ନୂଆଦିଲ୍ଲୀ: ରାଜନୈତିକ ବିତର୍କରେ ‘ଅନ୍ଧଭକ୍ତ’, ‘ଗୋଦି’ ଓ ‘ପେଡ୍ ଫଲୋୟର୍ସ’ ଭଳି ଶବ୍ଦର ବ୍ୟବହାର କରି କରି ଯଦି ଆପଣ ବିରକ୍ତ ହୋଇଗଲେଣି, ତେବେ ଏଥିପାଇଁ ଏକ ନୂଆ ଶବ୍ଦର ପ୍ରସ୍ତାବ ଦେଇଛନ୍ତି କଂଗ୍ରେସ ସାଂସଦ ଶଶୀ ଥରୁର। ତାଙ୍କ ପ୍ରସ୍ତାବିତ ଇଂରାଜୀ ଶବ୍ଦଟି ହେଉଛି ‘କ୍ୱକରୱଡ୍ଜର’ (Quockerwodger)। ଏହାର ଅର୍ଥ ହେଉଛି ରାଜନୈତିକ ସଖି କଣ୍ଢେଇ। ଅର୍ଥାତ୍ ଏଭଳି ଜଣେ ବ୍ୟକ୍ତି, ଯିଏ ଅନ୍ୟ କାହାର ନିୟନ୍ତ୍ରଣରେ ରହି ତାଙ୍କ ନିର୍ଦ୍ଦେଶ ଅନୁସାରେ କାମ କରନ୍ତି।
ସୌଜନ୍ୟ ସମ୍ବାଦ




