ଦେଶ ବିଦେଶ

Narendra modi: ଶରଦ ପାୱାରଙ୍କୁ ଫୋନ୍‌ କରି ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ପ୍ରଧାନମନ୍ତ୍ରୀ: ସ୍ବାସ୍ଥ୍ୟ ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦେଲେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳେ ଏନ୍‌ସିପି (ଏସ୍‌ପି) ମୁଖ୍ୟ ଶରଦ ପାୱାରଙ୍କୁ ଫୋନ୍‌ କରି ତାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି। ଏହି ସମୟରେ ମୋଦୀ ତାଙ୍କୁ ସମ୍ପୂର୍ଣ୍ଣ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି।

ପୁଣେ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳେ ଏନ୍‌ସିପି (ଏସ୍‌ପି) ମୁଖ୍ୟ ଶରଦ ପାୱାରଙ୍କୁ ଫୋନ୍‌ କରି ତାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି। ଏହି ସମୟରେ ମୋଦୀ ତାଙ୍କୁ ସମ୍ପୂର୍ଣ୍ଣ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି। ପାୱାରଙ୍କ ଘନିଷ୍ଠ ସହଯୋଗୀ ବିଠଲ ମଣିୟାର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।

ମଣିୟାରଙ୍କ କହିବା ଅନୁଯାୟୀ, କାମକୁ ନେଇ ଚିନ୍ତା ନ କରି କେବଳ ସ୍ବାସ୍ଥ୍ୟ ଉପରେ ଧ୍ୟାନ ଦେବାକୁ ମୋଦୀ ପାୱାରଙ୍କୁ କହିଛନ୍ତି। ଏବେ ସୁପ୍ରିୟା ସୁଲେ ଦାୟିତ୍ବ ତୁଲାଇବାକୁ ପ୍ରସ୍ତୁତ ହୋଇଗଲେଣି, ତେଣୁ ସେ ନିଜ ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ ବୋଲି ମୋଦୀ କହିଥିବା ମଣିୟାର ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଫୋନ୍‌ କଲ୍‌ ପାଇଁ ପାୱାର ତାଙ୍କୁ ଧନ୍ୟବାଦ ଜଣାଇବା ସହ ବିଶ୍ରାମ ନେବେ ବୋଲି ନିଶ୍ଚିତ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଅସୁସ୍ଥତା ଯୋଗୁଁ ଶରଦ ପାୱାର ନିକଟରେ ପୁଣେର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିଲେ। ଆଜି ସୁସ୍ଥ ହୋଇ ହସ୍ପିଟାଲ୍‌ରୁ ଘରକୁ ଫେରିବା ପରେ ମୋଦୀ ତାଙ୍କ ସହ କଥା ହୋଇଥିଲେ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button