ଦେଶ ବିଦେଶ

Shashi Tharoor: ‘କ୍ୱକରୱଡ୍‌ଜର’: ‘ଅନ୍ଧଭକ୍ତ’ ଓ ‘ଗୋଦି’ ବଦଳରେ ନୂଆ ଶବ୍ଦ ଦେଲେ ଶଶୀ ଥରୁର

ରାଜନୈତିକ ବିତର୍କରେ ‘ଅନ୍ଧଭକ୍ତ’, ‘ଗୋଦି’ ଓ ‘ପେଡ୍ ଫଲୋୟର୍ସ’ ଭଳି ଶବ୍ଦର ବ୍ୟବହାର କରି କରି ଯଦି ଆପଣ ବିରକ୍ତ ହୋଇଗଲେଣି, ତେବେ ଏଥିପାଇଁ ଏକ ନୂଆ ଶବ୍ଦର ପ୍ରସ୍ତାବ ଦେଇଛନ୍ତି କଂଗ୍ରେସ ସାଂସଦ ଶଶୀ ଥରୁର।

ନୂଆଦିଲ୍ଲୀ: ରାଜନୈତିକ ବିତର୍କରେ ‘ଅନ୍ଧଭକ୍ତ’, ‘ଗୋଦି’ ଓ ‘ପେଡ୍ ଫଲୋୟର୍ସ’ ଭଳି ଶବ୍ଦର ବ୍ୟବହାର କରି କରି ଯଦି ଆପଣ ବିରକ୍ତ ହୋଇଗଲେଣି, ତେବେ ଏଥିପାଇଁ ଏକ ନୂଆ ଶବ୍ଦର ପ୍ରସ୍ତାବ ଦେଇଛନ୍ତି କଂଗ୍ରେସ ସାଂସଦ ଶଶୀ ଥରୁର। ତାଙ୍କ ପ୍ରସ୍ତାବିତ ଇଂରାଜୀ ଶବ୍ଦଟି ହେଉଛି ‘କ୍ୱକରୱଡ୍‌ଜର’ (Quockerwodger)। ଏହାର ଅର୍ଥ ହେଉଛି ରାଜନୈତିକ ସଖି କଣ୍ଢେଇ। ଅର୍ଥାତ୍‌ ଏଭଳି ଜଣେ ବ୍ୟକ୍ତି, ଯିଏ ଅନ୍ୟ କାହାର ନିୟନ୍ତ୍ରଣରେ ରହି ତାଙ୍କ ନିର୍ଦ୍ଦେଶ ଅନୁସାରେ କାମ କରନ୍ତି।

ତିରୁଅନନ୍ତପୁରମ୍‌ର ସାଂସଦ ଥରୁର ବୁଧବାର ସୋସିଆଲ ମିଡିଆ ‘ଏକ୍ସ’ରେ ଏହି ଶବ୍ଦର ଅର୍ଥ ସହ ଏକ ଛବି ପୋଷ୍ଟ କରିଛନ୍ତି। ଏଥିରେ ସେ ଲେଖିଛନ୍ତି, ‘ଅନ୍ଧଭକ୍ତ’, ‘ଗୋଦି’ ଓ ‘ପେଡ୍ ଫଲୋୟର୍ସ’ ଭଳି ଶବ୍ଦ ବ୍ୟବହାର କରି କରି ଯେଉଁମାନେ ଥକିଗଲେଣି, ସେମାନଙ୍କ ପାଇଁ ଏହା ଏକ ଉପଯୁକ୍ତ ବିକଳ୍ପ ହୋଇପାରେ। ତେବେ ଥରୁର ଏହି ଶବ୍ଦକୁ ପ୍ରଥମ ଥର ପାଇଁ ବ୍ୟବହାର କରିନାହାନ୍ତି। ଚଳିତ ବର୍ଷ ସେପ୍ଟେମ୍ବରରେ ମଧ୍ୟ ସେ ‘କ୍ୱକରୱଡ୍‌ଜର’ ଶବ୍ଦ ଓ ଏହାର ଅର୍ଥ ସାମ୍ନାକୁ ଆଣିଥିଲେ। ୨୦୨୨ ଏପ୍ରିଲରେ ମଧ୍ୟ ସେ ଏହି ଶବ୍ଦର ଅର୍ଥ ବୁଝାଇ ଏହାକୁ ରାଜନୈତିକ ଶବ୍ଦଭଣ୍ଡାରରେ ଏକ ଉପଯୋଗୀ ଯୋଗଦାନ ବୋଲି କହିଥିଲେ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button