ଦେଶ ବିଦେଶ

Sharad Pawar: ପୁଣି ହସ୍ପିଟାଲରେ ଭର୍ତ୍ତି ହେଲେ ଶରଦ ପାୱାର

ହସ୍ପିଟାଲରୁ ସୁସ୍ଥ ହୋଇ ଘରକୁ ଫେରିବାର ମାତ୍ର କିଛି ଘଣ୍ଟା ପରେ ବରିଷ୍ଠ ନେତା ତଥା ଏନ୍‌ସିପି (ଏସ୍‌ପି) ମୁଖ୍ୟ ଶରଦ ପାୱାର ପୁଣି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ମଙ୍ଗଳବାର ସନ୍ଧ୍ୟାରେ ତାଙ୍କୁ ମୁମ୍ବାଇର ବ୍ରିଚ୍‌ କ୍ୟାଣ୍ଡି ହସ୍ପିଟାଲକୁ ନିଆଯାଇଛି।

ମୁମ୍ବାଇ: ହସ୍ପିଟାଲରୁ ସୁସ୍ଥ ହୋଇ ଘରକୁ ଫେରିବାର ମାତ୍ର କିଛି ଘଣ୍ଟା ପରେ ବରିଷ୍ଠ ନେତା ତଥା ଏନ୍‌ସିପି (ଏସ୍‌ପି) ମୁଖ୍ୟ ଶରଦ ପାୱାର ପୁଣି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ମଙ୍ଗଳବାର ସନ୍ଧ୍ୟାରେ ତାଙ୍କୁ ମୁମ୍ବାଇର ବ୍ରିଚ୍‌ କ୍ୟାଣ୍ଡି ହସ୍ପିଟାଲକୁ ନିଆଯାଇଛି। ତାଙ୍କ ଝିଅ ତଥା ବାରାମତୀ ସାଂସଦ ସୁପ୍ରିୟା ସୁଲେ ଏହି ସୂଚନା ଦେଇଛନ୍ତି। ତେବେ ପାୱାରଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ସେ ବିସ୍ତୃତ ସୂଚନା ଦେଇନାହାନ୍ତି।

୮୫ ବର୍ଷୀୟ ଶରଦ ପାୱାର ଗତ ନଭେମ୍ବର ୨ରୁ ପୁଣେର ରୁବି ହଲ୍‌ କ୍ଲିନିକ୍‌ରେ ଚିକିତ୍ସାଧୀନ ଥିଲେ। କାଶ ଓ ଛାତିରେ ଯନ୍ତ୍ରଣା ଯୋଗୁଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମଙ୍ଗଳବାର ସକାଳେ ତାଙ୍କୁ ଡିସଚାର୍ଜ କରାଯାଇଥିଲା। କିନ୍ତୁ ଘରକୁ ଫେରିବାର କିଛି ଘଣ୍ଟା ମଧ୍ୟରେ ପୁଣି ଚିକିତ୍ସାର ଆବଶ୍ୟକତା ପଡ଼ିବାରୁ ତାଙ୍କୁ ମୁମ୍ବାଇ ନିଆଯାଇଛି। ସୂଚନାଯୋଗ୍ୟ, ଡିସଚାର୍ଜ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶରଦ ପାୱାରଙ୍କୁ ଫୋନ୍‌ କରି ତାଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ଅଧିକ କାମ ନକରି ସମ୍ପୂର୍ଣ୍ଣ ବିଶ୍ରାମ ନେବା ସହ ସ୍ବାସ୍ଥ୍ୟର ଯତ୍ନ ନେବାକୁ ମୋଦୀ ତାଙ୍କୁ ପରାମର୍ଶ ଦେଇଥିଲେ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button