ଦେଶ ବିଦେଶ
Drug: ଶାହ ଆଉ ବେଶୀ ଦିନ ଗୃହମନ୍ତ୍ରୀ ରହିବେନି: ରାହୁଲ
ପଞ୍ଜାବରେ ନିଶାଦ୍ରବ୍ୟ କାରବାରକୁ ନେଇ ରାଜ୍ୟର ଆମ୍ ଆଦମୀ ପାର୍ଟି (ଆପ୍) ସରକାର ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ତୀବ୍ର ସମାଲୋଚନା କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ।

ନୂଆଦିଲ୍ଲୀ: ପଞ୍ଜାବରେ ନିଶାଦ୍ରବ୍ୟ କାରବାରକୁ ନେଇ ରାଜ୍ୟର ଆମ୍ ଆଦମୀ ପାର୍ଟି (ଆପ୍) ସରକାର ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ତୀବ୍ର ସମାଲୋଚନା କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ମଙ୍ଗଳବାର ପଞ୍ଜାବର ସାଙ୍ଗରୁର୍ରେ ଆୟୋଜିତ ‘ଇନ୍ସାଫ୍ ରାଲି’ରେ ଉଦ୍ବୋଧନ ଦେଇ ସେ କହିଛନ୍ତି, ତିନି ବର୍ଷ ମଧ୍ୟରେ ଦେଶକୁ ନିଶାମୁକ୍ତ କରିବାର ପ୍ରତିଶ୍ରୁତି ଦେଉଥିବା ଅମିତ ଶାହ ସେତେବେଳକୁ ଆଉ ଗୃହମନ୍ତ୍ରୀ ଥିବେ କି ନାହିଁ ସନ୍ଦେହ। ଏପରିକି ବର୍ତ୍ତମାନର କେନ୍ଦ୍ର ସରକାର ଆଉ ବର୍ଷେ ମଧ୍ୟ କ୍ଷମତାରେ ରହିବେ ନାହିଁ ବୋଲି ସେ ଦାବି କରିଛନ୍ତି।
ସୌଜନ୍ୟ ସମ୍ବାଦ




