ରାଜ୍ୟ

Kathajodi: କାଠଯୋଡ଼ିରେ ଭାସିଗଲା ୫୦ କୋଟି: ରିଂବନ୍ଧ ସଂପ୍ରସାରଣ ପ୍ରକଳ୍ପ ଅଧାରୁ ବନ୍ଦ, ଆଉ ରେଳ ପୋଲ ତଳେ ଯିବନି ରାସ୍ତା

ଖାନନଗର ଛକରୁ ମଧୁପାଟଣା ଛକ ପର୍ଯ୍ୟନ୍ତ ହେବାକୁ ଥିବା କାଠଯୋଡ଼ି ରିଂବନ୍ଧ ସଂପ୍ରସାରଣ ପ୍ରକଳ୍ପ ବସ୍ତୁତଃ ଅଧାରୁ ବନ୍ଦ ହୋଇଯାଇଛି। ଗଲା ପ୍ରାୟ ୭ ମାସରୁ ଅଧିକ ଦିନ ହେଲାଣି କାମ ବନ୍ଦ ରହିଥିବା ବେଳେ ପୂର୍ବ ଯୋଜନା...

କଟକ (କୃଷ୍ଣପ୍ରସାଦ ଦାସ): ଖାନନଗର ଛକରୁ ମଧୁପାଟଣା ଛକ ପର୍ଯ୍ୟନ୍ତ ହେବାକୁ ଥିବା କାଠଯୋଡ଼ି ରିଂବନ୍ଧ ସଂପ୍ରସାରଣ ପ୍ରକଳ୍ପ ବସ୍ତୁତଃ ଅଧାରୁ ବନ୍ଦ ହୋଇଯାଇଛି। ଗଲା ପ୍ରାୟ ୭ ମାସରୁ ଅଧିକ ଦିନ ହେଲାଣି କାମ ବନ୍ଦ ରହିଥିବା ବେଳେ ପୂର୍ବ ଯୋଜନା ଅନୁଯାୟୀ ଆଉ ପ୍ରକଳ୍ପକୁ ଆଗକୁ ନ ନେଇ ଏବେ ନୂଆ ଯୋଜନା ପ୍ରସ୍ତୁତ ହୋଇଛି। ନୂଆ ଯୋଜନା ଅନୁଯାୟୀ ଅଧାରେ ରହିଥିବା କାଠଯୋଡ଼ି ଭିତରେ ନିର୍ମିତ ସେତୁକୁ ଆଉ ରେଳଲାଇନ୍‌ ତଳେ ନିଆଯିବ ନାହିଁ। ତାହାକୁ ରେଳଲାଇନ୍‌ ପୂର୍ବରୁ ଥିବା ଖାନନଗର ଡ୍ରେନ୍‌ ନିକଟରେ ପୁରୁଣା ରିଂବନ୍ଧ ରାସ୍ତା ସହିତ ମିଶାଇ ଦିଆଯିବ। ଏହା ଦ୍ବାରା ଯଦିଓ ଖାନନନଗର ଛକରୁ ଖାନନଗର ଡ୍ରେନ ପର୍ଯ୍ୟନ୍ତ ରାସ୍ତା ଚଉଡ଼ା ରହିବ, କିନ୍ତୁ ରେଳ ପୋଲ ତଳେ ରାସ୍ତା ପୂର୍ବ ଭଳି ଅଣଓସାରିଆ ରହିବ। ରେଳ ପୋଲ ପରେ ପୁଣି ରାସ୍ତାକୁ ସଂପ୍ରସାରଣ କରି ମଧୁପାଟଣା ପର୍ଯ୍ୟନ୍ତ ନିଆଯିବ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button