ରାଜ୍ୟ
Journalists’ Pension Demand: ସାମ୍ବାଦିକଙ୍କୁ ପେନ୍ସନ ପ୍ରଦାନ ପ୍ରସଙ୍ଗ: ରାଜ୍ୟପାଳଙ୍କୁ ଭେଟିଲା ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ
ଓଡ଼ିଶାର ସାମ୍ବାଦିକଙ୍କ ପାଇଁ ପେନ୍ସନ୍ ବ୍ୟବସ୍ଥା ସମେତ ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡର ପାଞ୍ଚଜଣିଆ ଟିମ୍ ରାଜ୍ୟପାଳଙ୍କୁ ଭେଟିଛି।

ଭୁବନେଶ୍ୱର: ରାଜ୍ୟର ସାମ୍ବାଦିକମାନଙ୍କୁ ପେନ୍ସନ୍ ପ୍ରଦାନ ସମେତ ସେମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡର ଏକ ପାଞ୍ଚଜଣିଆ ପ୍ରତିନିଧି ମଣ୍ଡଳୀ ଆଜି (ଗୁରୁବାର) ରାଜଭବନରେ ରାଜ୍ୟପାଳ ବ୍ରଜମୋହନ ରାମଙ୍କୁ ସାକ୍ଷାତ କରିଛନ୍ତି।
ଏହି ପ୍ରତିନିଧି ମଣ୍ଡଳୀରେ ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡର ସାଧାରଣ ସମ୍ପାଦକ ସନତ ମିଶ୍ର, ରାଜ୍ୟ ସଭାପତି ତଥା ଓଡ଼ିଶା ଭାସ୍କରର ମୁଖ୍ୟ ସମ୍ପାଦକ ପ୍ରଦୋଷ ପଟ୍ଟନାୟକ, ଉପସଭାପତି ପ୍ରଦ୍ୟୁମ୍ନ କୁମାର ମହାନ୍ତି, ବୋର୍ଡର ବରିଷ୍ଠ ଉପଦେଷ୍ଟା ରାଜାରାମ ଶତପଥୀ ଓ ଏସ୍ଏ ନମାନ ପ୍ରମୁଖ ଉପସ୍ଥିତ ଥିଲେ।
ସୌଜନ୍ୟ ସମ୍ବାଦ




