ରାଜ୍ୟ

Student Drowned: ଶବ ସତ୍କାର ପରେ ନଦୀକୁ ଗାଧୋଇବାକୁ ଯାଇ ବୁଡ଼ିଗଲେ ଅଷ୍ଟମ ଶ୍ରେଣୀ ଛାତ୍ର, ଓଡ୍ରାଫ୍ ଉଦ୍ଧାର କଲା ମୃତଦେହ

ଗତକାଲି ଦିନ ପ୍ରାୟ ୧୧ଟା ସମୟରେ ବାଲିସୁଆଁ ଗ୍ରାମର ସୁବାଷ ସ୍ୱାଇଁଙ୍କ ଏକମାତ୍ର ପୁଅ ସ୍ୱାଗତ(୧୩) ନିଜ ସାହିର ଜଣେ ସମ୍ପର୍କୀୟ ବଡ଼ ବୋଉଙ୍କ ଶବ ସତ୍କାର କାର୍ଯ୍ୟରେ ଯୋଗଦେଇ ଅଶ୍ରୁଖୋଳା ଜୋରୀ ନଦୀକୁ ଗାଧୋଇବାକୁ ଯାଇଥିଲେ |

ମହାକାଳପଡ଼ା: ମହାକାଳପଡ଼ା ବ୍ଲକ ତିଖିରି ପଞ୍ଚାୟତ ବାଲିସୁଆଁ ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି | ଜନୈକା ମହିଳାଙ୍କ ଗତ ୪ ତାରିଖ ରାତିରେ ମୃତ୍ୟୁ ଘଟିଥିବା ବେଳେ ଗତକାଲି ଶବ ସତ୍କାର କରାଯାଇଥିଲା | ଶବ ସତ୍କାର ସାରି ଗ୍ରାମ ନିକଟରେ ବହି ଯାଇଥିବା ମହାନଦୀର ଶାଖା ଅଶ୍ରୁଖୋଳା ଜୋରୀ ନଦୀକୁ ଗାଧୋଇବାକୁ ଯାଇ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର ବୁଡ଼ିଯାଇ ନିଖୋଜ ଥିଲେ | ତେବେ ଆଜି ସକାଳୁ ଓଡ୍ରାଫ ଟିମ ପହଁଚି ମୃତଦେହକୁ ଉଦ୍ଧାର କରିଛି |

ଗ୍ରାମରେ ଶୋକର ଛାୟା

ସୂଚନାରୁ ପ୍ରକାଶ ଗତକାଲି ଦିନ ପ୍ରାୟ ୧୧ଟା ସମୟରେ ବାଲିସୁଆଁ ଗ୍ରାମର ସୁବାଷ ସ୍ୱାଇଁଙ୍କ ଏକମାତ୍ର ପୁଅ ସ୍ୱାଗତ(୧୩)  ନିଜ ସାହିର ଜଣେ ସମ୍ପର୍କୀୟ ବଡ଼ ବୋଉଙ୍କ ଶବ ସତ୍କାର କାର୍ଯ୍ୟରେ ଯୋଗଦେଇ ଅଶ୍ରୁଖୋଳା ଜୋରୀ ନଦୀକୁ ଗାଧୋଇବାକୁ ଯାଇଥିଲେ | ସମ୍ଭବତଃ ଗୋଡ଼ ଖସି ଯିବାରୁ ସେ ଗଭୀର ପାଣିରେ ବୁଡି ଯାଇ ନିଖୋଜ ହୋଇଯାଇଥିଲେ | ଖବରପାଇ ମାର୍ଶାଘାଇରୁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଚି ଜୋରୀ ନଦୀ ମଧ୍ୟରେ ଖୋଜାଖୋଜି କରିଥିଲେ ମଧ୍ୟ ସ୍ୱାଗତର ସନ୍ଧାନ ମିଳି ନ ଥିଲା | ତେବେ ଆଜି ସକାଳ ପ୍ରାୟ ସାଢେ ୯ ଟା ସମୟରେ ଓଡ୍ରାଫ ଟିମ ଘଟଣାସ୍ଥଳରେ ପହଁଚି ମୃତଦେହକୁ ଉକ୍ତ ଜୋରୀ ନଦୀରୁ ଉଦ୍ଧାର କରିଛି | ସ୍ୱାଗତଙ୍କ ଏପରି ମୃତ୍ୟୁକୁ ନେଇ ଗ୍ରାମରେ ଶୋକର ଛାୟା ଖେଳିଯାଇଛି|

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button