ରାଜ୍ୟ

Teaching Vacancies in Colleges ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଖୁବ୍‌ଶୀଘ୍ର ପୂରଣ ହେବ ୧୮୧୯ଟି ଶିକ୍ଷକ ପଦବି

ଓଡ଼ିଶାର କଲେଜ ଓ ବିଶ୍ୱବିଦ୍ୟାଳୟରେ ୧୮୧୯ଟି ଶିକ୍ଷକ ପଦବି ପୂରଣ ପାଇଁ ନିଯୁକ୍ତି ପ୍ରକ୍ରିୟା ଚାଲିଛି। ଜ୍ଞାନୋଦୟ ଯୋଜନା ପରେ ସ୍ନାତକ ନାମଲେଖାରେ ୧୪,୭୫୮ ବୃଦ୍ଧି ହୋଇଛି।

  • ଜ୍ଞାନୋଦୟ ଯୋଜନା ଲାଗୁହେବା ପରେ ସ୍ନାତକ ପାଠ୍ୟକ୍ରମରେ ନାମଲେଖା ସଂଖ୍ୟା ବୃଦ୍ଧି, ଆକାଂକ୍ଷୀ ଜିଲ୍ଲାରେ ନାମଲେଖା ପ୍ରତିଶତ ସର୍ବାଧିକ 
  • କଳାହାଣ୍ଡି ଜିଲ୍ଲାରେ ୯୯.୦୯%, କୋରାପୁଟ ଜିଲ୍ଲାରେ ୯୮.୮୨%, ବଲାଙ୍ଗୀର ଜିଲ୍ଲାରେ ୯୫.୫୭%, ମାଲକାନଗିରି ଜିଲ୍ଲାରେ ୯୫.୩୭% ଏବଂ ନୂଆପଡ଼ା ଜିଲ୍ଲାରେ ୯୪.୬୪% ଆଡ଼ମିଶନ ପ୍ରତିଶତ 
  • ୪୮ଟି ସରକାରୀ ଡିଗ୍ରୀ କଲେଜରେ ୪୮ଟି ନୂତନ ଅଧ୍ୟକ୍ଷ ପଦବି ସୃଷ୍ଟି 
  • ୧୭ଟି ବିଶ୍ୱବିଦ୍ୟାଳୟରେ ୨୬୨ଟି ନୂତନ ପଦବି ସୃଷ୍ଟି

ଭୁବନେଶ୍ୱର:  ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଖୁବ୍‌ଶୀଘ୍ର ୧୮୧୯ଟି ଶିକ୍ଷକ ପଦବି ପୂରଣ ହେବ। ୪୮ଟି ସରକାରୀ ଡିଗ୍ରୀ କଲେଜରେ ୪୮ଟି ନୂତନ ଅଧ୍ୟକ୍ଷ ପଦବି ସୃଷ୍ଟି କରାଯାଇଛି। ଆଗକୁ ୧୭ଟି ବିଶ୍ୱବିଦ୍ୟାଳୟରେ ୨୬୨ଟି ନୂତନ ପଦବି ସୃଷ୍ଟି କରାଯିବ ବୋଲି ଆଜି (ଗୁରୁବାର) ଉଚ୍ଚଶିକ୍ଷା ବିଭାଗର ଅନୁଷ୍ଠିତ ବୈଠକରେ ସୂଚନା ଦିଆଯାଇଛି।

ଉଚ୍ଚଶିକ୍ଷା ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ବିଭାଗୀୟ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଅଧ୍ୟକ୍ଷତା କରିଥିଲେ। ବିଭାଗର କମିସନର ତଥା ଶାସନ ସଚିବ ଅରବିନ୍ଦ ଅଗ୍ରୱାଲ, ନିର୍ଦ୍ଦେଶକ କାଳୀ ପ୍ରସନ୍ନ ମହାପାତ୍ରଙ୍କ ସମେତ ବିଭାଗର ସମସ୍ତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମୀକ୍ଷା ବୈଠକରେ ମନ୍ତ୍ରୀ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ବିଶ୍ୱ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଖାଲି ପଡ଼ିଥିବା ଶିକ୍ଷକ ଓ ଅଣଶିକ୍ଷକ ପଦବି ପୂରଣ, ଜ୍ଞାନୋଦୟ- ଶିକ୍ଷାରୁ ସମୃଦ୍ଧି ଯୋଜନାର କାର୍ଯ୍ୟକାରିତା, ଷ୍ଟେଟ୍ ସିଲେକ୍ସନ ବୋର୍ଡ଼ ଅଧୀନରେ ବିଭିନ୍ନ ପଦବି ପାଇଁ ଅନୁଷ୍ଠିତ ହେଉଥିବା ନିଯୁକ୍ତି ପରୀକ୍ଷା, ପିଏମ୍-ଉଷା ଅଧୀନରେ ଥିବା ପ୍ରକଳ୍ପର କାର୍ଯ୍ୟକାରିତା ଆଦି ବିଭିନ୍ନ ବିଷୟ ଉପରେ ସବିସ୍ତୃତ ସମୀକ୍ଷା କରିଥିଲେ।

ଚଳିତ ଶିକ୍ଷାବର୍ଷରୁ ରାଜ୍ୟରେ ଜ୍ଞାନୋଦୟ- କେଜିରୁ ପିଜି ନିଃଶୁଳ୍କ ଶିକ୍ଷାଦାନ ଯୋଜନା ଲାଗୁ କରାଯାଇଛି। ଫଳରେ ଚଳିତ ବର୍ଷ ସ୍ନାତକ ପାଠ୍ୟକ୍ରମ (ରେଗୁଲାର କୋର୍ସ)ରେ ଗତ ଶିକ୍ଷାବର୍ଷ ଠାରୁ ୧୪,୭୫୮ ଜଣ ଅଧିକ ଛାତ୍ରଛାତ୍ରୀ ନାମଲେଖାଇଛନ୍ତି। ବିଗତ ବର୍ଷ ୧,୬୪,୧୭୯ ଜଣ ଛାତ୍ରଛାତ୍ରୀ ସ୍ନାତକ ପାଠ୍ୟକ୍ରମ (ରେଗୁଲାର କୋର୍ସ)ରେ ନାମଲେଖାଇଥିବା ବେଳେ ଚଳିତ ବର୍ଷ ଜ୍ଞାନୋଦୟ ଯୋଜନା ଲାଗୁହେବା ପରେ ୧,୭୮,୯୩୭ ଜଣ ଛାତ୍ରଛାତ୍ରୀ ସ୍ନାତକ ପାଠ୍ୟକ୍ରମ (ରେଗୁଲାର କୋର୍ସ) ରେ ନାମ ଲେଖାଇଛନ୍ତି। ଏଥିସହ ଜ୍ଞାନୋଦୟ ଯୋଜନା ଲାଗୁ ହେବା ପରେ ଆକାଂକ୍ଷୀ ଜିଲ୍ଲାମାନଙ୍କରେ ଆଡ଼ମିଶନ ପ୍ରତିଶତ ସର୍ବାଧିକ ରହିଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button