ରାଜ୍ୟ

‘Pralay’ missile: ‘ପ୍ରଳୟ’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ (ଡିଆରଡିଓ) କ୍ୱାସି-ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ‘ପ୍ରଳୟ’ ର ଏକ ସଫଳ ପରୀକ୍ଷଣ କରିଛି। ଓଡ଼ିଶା ଉପକୂଳରେ ଅବସ୍ଥିତ ଡ. ଏପିଜେ ଅବଦୁଲ କଲାମ ଦ୍ୱୀପରୁ...

ଚାନ୍ଦିପୁର: ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ (ଡିଆରଡିଓ) କ୍ୱାସି-ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ‘ପ୍ରଳୟ’ ର ଏକ ସଫଳ ପରୀକ୍ଷଣ କରିଛି। ଓଡ଼ିଶା ଉପକୂଳରେ ଅବସ୍ଥିତ ଡ. ଏପିଜେ ଅବଦୁଲ କଲାମ ଦ୍ୱୀପରୁ ଚାନ୍ଦିପୁର ସ୍ଥିତ ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜ(ଆଇଟିଆର) ଦ୍ୱାରା ନିୟୋଜିତ ବିଭିନ୍ନ ଯନ୍ତ୍ରପାତି ମାଧ୍ୟମରେ ସଂଗୃହୀତ ତଥ୍ୟରୁ ଜଣାପଡ଼ିଛି ଯେ, ପରୀକ୍ଷଣର ସମସ୍ତ ଲକ୍ଷ୍ୟ ସଫଳତାର ସହ ହାସଲ କରାଯାଇଛି।

ହାଇଦ୍ରାବାଦସ୍ଥିତ ରିସର୍ଚ୍ଚ ସେଣ୍ଟର ଇମାରତ, ଡିଆର୍‌ଡିଓର ଅନ୍ୟାନ୍ୟ ପରୀକ୍ଷାଗାରଗୁଡ଼ିକ ମିଳିତ ଭାବେ ଏହି କ୍ଷେପଣାସ୍ତ୍ରକୁ ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ କରିଛନ୍ତି। ଏହାର ବିକାଶ ଓ ଉତ୍ପାଦନ ସହ ଜଡ଼ିତ ଅଂଶୀଦାରମାନଙ୍କ ମଧ୍ୟରୁ ଅନ୍ୟତମ ‘ଭାରତ ଡାଇନାମିକ୍ସ ଲିମିଟେଡ୍’ ଏହି ପ୍ରଣାଳୀ ନିର୍ମାଣ କରିଛି। ଡିଆର୍‌ଡିଓର ବରିଷ୍ଠ ଅଧିକାରୀ, ଶିଳ୍ପ ପ୍ରତିନିଧି ଏବଂ ପ୍ରତିରକ୍ଷା ବାହିନୀର ପ୍ରତିନିଧିମାନଙ୍କ ଉପସ୍ଥିତିରେ ଏହି ପରୀକ୍ଷଣ ଅନୁଷ୍ଠିତ ହୋଇଥିଲା। ଏହି ସଫଳ ପରୀକ୍ଷଣ ପରେ ସେନାରେ ଏହି ପ୍ରଣାଳୀକୁ ଅନ୍ତର୍ଭୁକ୍ତ କରିବା ପ୍ରକ୍ରିୟା ନିକଟତର ହୋଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ସଫଳ ପରୀକ୍ଷଣ ପାଇଁ  ଡିଆର୍‌ଡିଓ, ପ୍ରତିରକ୍ଷା ବାହିନୀ ଓ ଶିଳ୍ପ ଅଂଶୀଦାରମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।  ପ୍ରତିରକ୍ଷା ସଚିବ ତଥା ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ବିଭାଗର ସଚିବ, ଡିଆର୍‌ଡିଓର ଅଧ୍ୟକ୍ଷ ରାଜେଶ କୁମାର ସିଂହ ପରୀକ୍ଷଣ ସହ ଜଡ଼ିତ ଟିମ୍‌ଗୁଡ଼ିକୁ ଅଭିନନ୍ଦନ ଜଣାଇଛନ୍ତି।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button