ଦେଶ ବିଦେଶ

Alleged Assault On Doctor: ଡାକ୍ତରଙ୍କୁ ଆକ୍ରମଣ ଅଭିଯୋଗ: ପୁଲିସ କର୍ମଚାରୀଙ୍କ ବିରୋଧରେ ମାମଲା ରୁଜୁ, ସିସିଟିଭିରେ କଏଦ ହେଲା ଘଟଣା

ମହାରାଷ୍ଟ୍ରର ନାଗପୁରସ୍ଥିତ ଇନ୍ଦିରା ଗାନ୍ଧୀ ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ରେସିଡେଣ୍ଟ ଡାକ୍ତରଙ୍କୁ ଆକ୍ରମଣ ଅଭିଯୋଗ ସାମ୍ନାକୁ ଆସିଛି। ହସ୍ପିଟାଲର ଜରୁରୀକାଳୀନ ବିଭାଗରେ ଘଟିଥିବା ଏହି ମାରପିଟ୍ ଘଟଣାରେ ଉଭୟ ପକ୍ଷଙ୍କ ଅଭିଯୋଗ ଆଧାରରେ ଡାକ୍ତର ଓ ପୁଲିସ କର୍ମଚାରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

ମୁମ୍ବାଇ: ମହାରାଷ୍ଟ୍ରର ନାଗପୁରସ୍ଥିତ ଇନ୍ଦିରା ଗାନ୍ଧୀ ମେଡିକାଲ କଲେଜ ଓ ହସ୍ପିଟାଲ (ମେୟୋ ହସ୍ପିଟାଲ)ରେ ଜଣେ ରେସିଡେଣ୍ଟ ଡାକ୍ତରଙ୍କୁ ଆକ୍ରମଣ ଅଭିଯୋଗ ସାମ୍ନାକୁ ଆସିଛି। ହସ୍ପିଟାଲର ଜରୁରୀକାଳୀନ ବିଭାଗରେ ଘଟିଥିବା ଏହି ମାରପିଟ୍ ଘଟଣାରେ ଉଭୟ ପକ୍ଷଙ୍କ ଅଭିଯୋଗ ଆଧାରରେ ଡାକ୍ତର ଓ ପୁଲିସ କର୍ମଚାରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

୪ ନଭେମ୍ବରରେ କ’ଣ ଘଟିଥିଲା?

୪ ନଭେମ୍ବରରେ ନାଗପୁର ସହର ପୁଲିସରେ କାର୍ଯ୍ୟରତ ଜଣେ ହେଡ୍ କନଷ୍ଟେବଳଙ୍କ ପୁଅ ଦୁଇଚକିଆ ଯାନର ଚେନ୍ ସଫା କରୁଥିବା ସମୟରେ ହାତରେ ସାମାନ୍ୟ ଆଘାତ ପାଇଥିଲେ। ଏହାପରେ ପୁଲିସ କର୍ମଚାରୀ ଜଣକ ତାଙ୍କ ପୁଅକୁ ନେଇ ମେୟୋ ହସ୍ପିଟାଲରେ ପହଞ୍ଚିଥିଲେ। ସେଠାରେ ହେଡ୍ କନଷ୍ଟେବଳ ନିଜ ପୁଅର ତୁରନ୍ତ ଚିକିତ୍ସା କରିବାକୁ କହିଥିଲେ। କିନ୍ତୁ ଉପସ୍ଥିତ ରେସିଡେଣ୍ଟ ଡାକ୍ତର ଆଘାତ ସାମାନ୍ୟ ଥିବା କହି ଘରକୁ ନେଇ ମଲମପଟି କରିବାକୁ ପରାମର୍ଶ ଦେଇଥିଲେ। ସେହି ସମୟରେ ଡାକ୍ତର ଜଣକ ଜଣେ ଗୁରୁତର ରୋଗୀଙ୍କ ଚିକିତ୍ସାରେ ବ୍ୟସ୍ତ ଥିଲେ। ଏହାକୁ ନେଇ ପୁଲିସ କର୍ମଚାରୀ ଓ ତାଙ୍କ ପୁଅ ଉତ୍ତ୍ୟକ୍ତ ହୋଇ ଡାକ୍ତରଙ୍କୁ ଠେଲାପେଲା କରିଥିବା ଅଭିଯୋଗ ହୋଇଛି।

ଏହି ଘଟଣାକୁ ନେଇ ରେସିଡେଣ୍ଟ ଡାକ୍ତର ସଂଘ ମାର୍ଡ ଅଭିଯୋଗ କରିଛି ଯେ, ପୁଲିସ କର୍ମଚାରୀ ଓ ତାଙ୍କ ପୁଅ ଡାକ୍ତରଙ୍କୁ ମାଡ଼ ମାରିଥିଲେ। ଅନ୍ୟପକ୍ଷରେ ପୁଲିସ କର୍ମଚାରୀ ଓ ତାଙ୍କ ପୁଅ ମଧ୍ୟ ଡାକ୍ତରଙ୍କ ବିରୋଧରେ ମାରପିଟ୍ ଅଭିଯୋଗ ଆଣିଛନ୍ତି। ଉଭୟ ପକ୍ଷଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ ହୋଇଛି। ହସ୍ପିଟାଲରେ ଘଟିଥିବା ଏହି ଘଟଣା ସିସିଟିଭି କ୍ୟାମେରାରେ କଏଦ ହୋଇଛି।

ମାର୍ଡ ଅଭିଯୋଗ କରିଛି ଯେ, ମାରପିଟ୍ ଘଟଣାର ଅଭିଯୋଗ ନେଇ ଥାନାକୁ ଯାଇଥିବା ଡାକ୍ତରଙ୍କ ବିରୋଧରେ ଓଲଟା ଗୁରୁତର ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତ ପୁଲିସ କର୍ମଚାରୀ ଓ ତାଙ୍କ ପୁଅଙ୍କ ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ ନ ହେବାରୁ ରେସିଡେଣ୍ଟ ଡାକ୍ତରମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button