ଜାତୀୟ

Delhi Pollution: ମନଇଚ୍ଛା ବାଣ ଫୁଟାଇଲେ…ଦୀପାବଳି ପରେ ଧୂଆଁ ଧୂଆଁ ସକାଳ, ସାଙ୍ଘାତିକ ସ୍ଥିତିରେ ବାୟୁ ପ୍ରଦୂଷଣ

ନୂଆଦିଲ୍ଲୀ,୦୯/୧୧: ଦୀପାବଳି ୨ ଦିନ ଥିଲା ବାଣ ଫୁଟା ଆରମ୍ଭ ହୋଇଗଲା । ହାତପୁରା ୨ ଦିନ ଫୁଟାଇଲେ । ଦୀପାବଳି ଦିନରୁ ବି ବାଣ ଫୁଟା ଆରମ୍ଭ ହୋଇଗଲା । ନିୟମ ମାନିଲେନି ମନଇଚ୍ଛା ବାଣ ଫୁଟାଇଲେ । ରାତି ୧୧ଟା ଯାଏ ନିର୍ଦ୍ଧୁମ ଫୁଟାଇଲେ । ଖାଲି ଢୋ ଢା । ଆଉ ଆଜି ସକାଳୁ ଚାରିଆଡ଼ ଧୂଆଁ ଧୂଆଁ । ୧୦୦ ମିଟର ଯାଏ ବି ରାସ୍ତା ଦେଖାଯାଉନାହିଁ । ଭୟଙ୍କର ସ୍ଥିତିରେ ପହଞ୍ଚିଛି ଦିଲ୍ଲୀ ବାୟୁ ପ୍ରଦୂଷଣ । ଦୀପାବଳି ପରେ ରାଜଧାନୀ ଦିଲ୍ଲୀ ବାୟୁ ବିଷାକ୍ତ ହୋଇଛି । ସକାଳ ୬ଟାରେ ୧୫ଟି ସ୍ଥାନରେ ୪୦୦ ଉପରେ ରହିଛି ଏକ୍ୟୁଆଇ । ହାରା ଭାବେ ବାୟୁ ଗୁଣବତ୍ତା ୩୬୬ ରହିଛି । ଯାହାକି ଅତ୍ୟନ୍ତ ଖରାପ ବର୍ଗରେ ଅନ୍ତର୍ଭୁକ୍ତ । ସୋନିଆ ବିହାର ସବୁଠୁ ଅଧିକ ପ୍ରଭାବିତ । ସେଠାରେ ଏକ୍ୟୁଆଇ ୪୪୯ ରହିଛି । ଦ୍ବିତୀୟରେ ବୁରାରୀରେ ବାୟୁଗଣବତ୍ତା ୪୪୫ ରେକର୍ଡ ହୋଇଛି । ସେହିପରି ତୃତୀୟରେ ବିବେକ ବିହାର ଏକ୍ୟୁଆଇ ୪୪୧ ରହିଛି ।

ଦୀପାବଳି ପରଦିନ ଅର୍ଥାତ ଆଜି ସୋମବାର ସକାଳେ ଦିଲ୍ଲୀ-ଏନସିଆରରେ ପବନ ଅତ୍ୟନ୍ତ ଖରାପ ହୋଇଛି । ଦିଲ୍ଲୀର ହାରାହାରି ଏକ୍ୟୁଆଇ ୩୬୬ ରେକର୍ଡ ହୋଇଥିବା ବେଳେ ୧୫ଟି ମନିଟରିଂ ଷ୍ଟେସନରେ ଏକ୍ୟୁଆଇ ୪୦୦ ଅତିକ୍ରମ କରିଛି । ସୋମବାର ସକାଳେ ଅର୍ଥାତ ଆଜି ରାଜଧାନୀର ଅନେକ ଅଞ୍ଚଳରେ ଘନ ଧୂଆଁ ଏବଂ ପ୍ରଦୂଷଣ ଦେଖିବାକୁ ମିଳିଛି । ଅନେକ ସ୍ଥାନରେ ବାୟୁର ଗୁଣବତ୍ତା ଗମ୍ଭୀର ସ୍ଥିତିରେ ପହଞ୍ଚିଛି । ଘନ ଧୂଆଁ ହେତୁ ସକାଳୁ ଅନେକ ଅଞ୍ଚଳରେ ଦୃଶ୍ୟମାନ ବହୁତ କମ୍ ଥିଲା ।

ସୋମବାର ସକାଳ ୭ଟାରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ତଥ୍ୟ ଅନୁଯାୟୀ, ଦିଲ୍ଲୀର ହାରାହାରି ଏକ୍ୟୁଆଇ ପ୍ରାୟ ୩୬୮ ରେକର୍ଡ କରାଯାଇଥିଲା । ୫୪ଟି ମନିଟରିଂ ଷ୍ଟେସନର ତଥ୍ୟ ଉପଲବ୍ଧ ଥିଲା, ସେଥିମଧ୍ୟରୁ ୧୫ଟି ଷ୍ଟେସନରେ ଏକ୍ୟୁଆଇ ୪୦୦ରୁ ଅଧିକ ଥିଲା। ସୋନିଆ ବିହାର ଏବଂ ବୁରାରୀ କ୍ରସିଂ ସର୍ବାଧିକ ୪୪୧ ର ଏକ୍ୟୁଆଇ ରେକର୍ଡ କରିଛି । ଏହା ବ୍ୟତୀତ ବିବେକ ବିହାରରେ ୪୩୭, ଡିଟିୟୁରେ ୪୩୪ ଏବଂ ଜାହାଙ୍ଗୀରପୁରୀ ଏବଂ ଉତ୍ତର କ୍ୟାମ୍ପସରେ ୪୩୩ ଏକ୍ୟୁଆଇ ରେକର୍ଡ କରାଯାଇଛି । ଦିଲ୍ଲୀର ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ପବନର ଅବସ୍ଥା ଗମ୍ଭୀର ଥିଲା। ରୋହିଣୀରେ ୪୩୦, ବାୱାନାରେ ୪୨୪, ଚାନ୍ଦିନୀ ଚୌକରେ ୪୧୮, ପଟପରଗଞ୍ଜରେ ୪୧୮, ମୁଣ୍ଡକାରେ ୪୧୭ ଏବଂ ପଞ୍ଜାବୀ ବାଗରେ ୪୦୯ ଏକ୍ୟୁଆଇ ରେକର୍ଡ କରାଯାଇଛି। ଆଇଟିଓରେ ଏକ୍ୟୁଆଇ ୪୦୭ ଏବଂ କମନୱେଲଥ ସ୍ପୋର୍ଟସ କମ୍ପ୍ଲେକ୍ସରେ ଏହା ୪୦୨ ଥିଲା | ଏହିପରି ନରେଲାରେ ୩୭୯, ୱାଜିରପୁରରେ ୩୬୫, ଆରକେ ପୁରମରେ ୩୬୪ ଲୋଧି ରୋଡରେ ୩୭୦ ଏବଂ ମନ୍ଦିର ମାର୍ଗରେ ୩୬୯ ଏକ୍ୟୁଆଇ ରେକର୍ଡ କରାଯାଇଥିଲା ।

 

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button