ଖେଳ

Diwali Celebration: ଭାରତୀୟ କ୍ରିକେଟର୍‌ଙ୍କ ଦୀପାବଳି ପାଳନ

ଆଲୋକର ପର୍ବ ଦୀପାବଳିକୁ ନେଇ ସାରା ଦେଶରେ ଉତ୍ସବର ମାହୋଲ। ନଭେମ୍ବର ୮ ତାରିଖରେ ଏହି ପବିତ୍ର ପର୍ବକୁ ଧୁମ୍‌ଧାମ୍‌ରେ ପାଳନ କରିଛନ୍ତି ଦେଶବାସୀ। ଏଥିରୁ ବାଦ୍ ପଡ଼ିନାହାନ୍ତି ଭାରତୀୟ କ୍ରିକେଟ୍ ଜଗତର ତାରକାମାନେ।

ନୂଆଦିଲ୍ଲୀ: ଆଲୋକର ପର୍ବ ଦୀପାବଳିକୁ ନେଇ ସାରା ଦେଶରେ ଉତ୍ସବର ମାହୋଲ। ନଭେମ୍ବର ୮ ତାରିଖରେ ଏହି ପବିତ୍ର ପର୍ବକୁ ଧୁମ୍‌ଧାମ୍‌ରେ ପାଳନ କରିଛନ୍ତି ଦେଶବାସୀ। ଏଥିରୁ ବାଦ୍ ପଡ଼ିନାହାନ୍ତି ଭାରତୀୟ କ୍ରିକେଟ୍ ଜଗତର ତାରକାମାନେ। ପଡ଼ିଆରେ ନିଜ ଖେଳର ଯାଦୁ ଦେଖାଉଥିବା କ୍ରିକେଟ୍‌ରମାନେ ପରିବାର ସହ ଏହି ପର୍ବକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି।

ଏମ୍ଏସ୍ ଧୋନି, ସ୍ମୃତି ମନ୍ଧାନା, ସୁରେଶ ରାଇନା, ଯୁଜବେନ୍ଦ୍ର ଚହଲ ଓ ଶ୍ରେୟସ ଆୟରଙ୍କ ଭଳି କ୍ରିକେଟ୍ ତାରକା ସୋସିଆଲ ମିଡିଆରେ ନିଜ ଦୀପାବଳି ଉତ୍ସବର ଝଲକ ସେୟାର କରିଛନ୍ତି। ସେମାନଙ୍କ ଫଟୋ ଓ ଶୁଭେଚ୍ଛା ବାର୍ତ୍ତା ଏବେ ପ୍ରଶଂସକଙ୍କ ମଧ୍ୟରେ ଚର୍ଚ୍ଚାରେ ରହିଛି।

ପରିବାର ସହ ଦୀପାବଳି ପାଳିଲେ ଧୋନି
ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ପତ୍ନୀ ସାକ୍ଷୀ ଓ ଝିଅ ଜିଭାଙ୍କ ସହ ଦୀପାବଳି ପାଳନ କରିଛନ୍ତି। ସାକ୍ଷୀ ଧୋନି ସୋସିଆଲ ମିଡିଆରେ ସେୟାର କରିଥିବା ଫଟୋରେ ଧୋନି ହାଲୁକା ସବୁଜ ରଙ୍ଗର କୁର୍ତ୍ତା ପିନ୍ଧିଥିବା ବେଳେ ସାକ୍ଷୀ କଳା ରଙ୍ଗର ପାରମ୍ପରିକ ପୋଷାକରେ ନଜର ଆସିଛନ୍ତି।

ନୀଳ ପାରମ୍ପରିକ ପୋଷାକରେ ସ୍ମୃତି
ଭାରତୀୟ ମହିଳା କ୍ରିକେଟ୍ ଦଳର ତାରକା ବ୍ୟାଟର୍ ସ୍ମୃତି ମନ୍ଧାନା ମଧ୍ୟ ଦୀପାବଳି ଅବସରରେ ନିଜର ସୁନ୍ଦର ଫଟୋ ସେୟାର କରିଛନ୍ତି। ନୀଳ ରଙ୍ଗର ପ୍ରିଣ୍ଟେଡ୍ ଓ ଏମ୍ବ୍ରୋଡେରି କାମ ହୋଇଥିବା ପାରମ୍ପରିକ ପୋଷାକରେ ସେ ବେଶ୍ ଆକର୍ଷଣୀୟ ଦେଖାଯାଉଛନ୍ତି। ତାଙ୍କର ଏହି ଫଟୋକୁ ପ୍ରଶଂସକମାନେ ପସନ୍ଦ କରିବା ସହ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button