Pawan Kalyan: ତୃତୀୟ ପତ୍ନୀଙ୍କୁ ବି ଛାଡ଼ପତ୍ର ଦେବେ ପୱନ୍ କଲ୍ୟାଣ , ତୁଟିବ ୧୩ ବର୍ଷର ସମ୍ପର୍କ !

ନୂଆଦିଲ୍ଲୀ,୧୦/୧୧: ସାଉଥ୍ ସୁପରଷ୍ଟାର ତଥା ଆନ୍ଧ୍ରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ପୱନ କଲ୍ୟାଣ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ୫୫ ବର୍ଷୀୟ ପୱନ୍ କଲ୍ୟାଣଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସୁଛି । ପବନ କଲ୍ୟାଣ ଏବଂ ତାଙ୍କ ପତ୍ନୀ ଆନ୍ନା ଅଲଗା ହେବାକୁ ଯାଉଛନ୍ତି । ୨୦୧୩ରେ ଋଷୀ ମୂଳ ବାସିନ୍ଦା ଆନ୍ନା କୋନିଡେଲାଙ୍କୁ ବିବାହ କରିଥିଲେ । ଖବର ଆସୁଛି କି, ସେ ତାଙ୍କଠାରୁ ଅଲଗା ହେବ । ବିବାହର ୧୩ ବର୍ଷ ପରେ ଦୁହେଁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି । ଜନସେନା ପାର୍ଟିର ଅଫିସିଆଲ୍ ମିଡିଆ ଗ୍ରୁପରେ ଜାରି ହୋଇଥିବା ମିଳିତ ବିବୃତିରେ ଦୁହେଁ ପାରସ୍ପରିକ ସହମତି କ୍ରମେ ଏହି ନିଷ୍ପତ୍ତି ନେଇଛନ୍ତି । ଏ ପର୍ଯ୍ୟନ୍ତ ପୱନ୍ କଲ୍ୟାଣଙ୍କ ପକ୍ଷରୁ କିଛି ପ୍ରତିକ୍ରିୟା ମିଳିନାହିଁ । ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ୍ ହେଉଛି । ଯେଉଁଥିରେ ଦାବି କରାଯାଉଛି କି ,ପୱନ୍ କଲ୍ୟାଣଙ୍କର ତୃତୀୟ ବିବାହ ବି ଭାଙ୍ଗିବାକୁ ଯାଉଛି । ଏହି ପୋଷ୍ଟକୁ ନେଇ ଆମେ ଅଭିନେତାଙ୍କ ବିବାହ ସମ୍ପର୍କ ଭାଙ୍ଗିବାକୁ ନିଶ୍ଚିତ କରୁନାହୁଁ । ଏହା କେବଳ ଏକ ପୋଷ୍ଟରେ ଦାବି କରାଯାଉଛି ।
ପୱନ କଲ୍ୟାଣ ଓ ଆନ୍ନା କ’ଣ କହିଛନ୍ତି ? ପୱନ କଲ୍ୟାଣ ଏବଂ ଆନ୍ନା ନିଜ ବିବୃତ୍ତିରେ ଲେଖିଛନ୍ତି, “ଦୀର୍ଘ ସମୟ ଏକାଠି ବିତାଇବା ପରେ ଆମେ ପାରସ୍ପରିକ ସହମତି, ବୁଝାମଣା ଏବଂ ସମ୍ମାନ ସହିତ ଅଲଗା ହେବାକୁ ନିଷ୍ପତ୍ତି ନେଇଛୁ । ଯଦିଓ ଆମର ବିବାହ ଶେଷ ହେବାକୁ ଯାଉଛି, ଆମେ ସର୍ବଦା ଭଲ ବନ୍ଧୁ ରହିବୁ ଏବଂ ଆମ ପିଲାମାନଙ୍କ ପାଇଁ ପିତାମାତା ଭାବରେ ଆମର ଦାୟିତ୍ୱ ପୂରଣ କରିବୁ । ସେମାନଙ୍କର ସୁଖ ଏବଂ କଲ୍ୟାଣ ସର୍ବଦା ଆମର ପ୍ରଥମ ପ୍ରାଥମିକତା ହେବ । ଜୀବନରେ ବ୍ୟକ୍ତିଗତ ଏବଂ ଭାବପ୍ରବଣ ପରିବର୍ତ୍ତନର ଏହି ଅବଧିରେ, ଆମେ ଆପଣଙ୍କୁ ଆମର ଭାବନାକୁ ବୁଝିବାକୁ ଏବଂ ଆମର ଗୋପନୀୟତାକୁ ସମ୍ମାନ ଦେବାକୁ ନିବେଦନ କରୁଛୁ । ଏହି ଯାତ୍ରା ସମୟରେ ଆମକୁ ସମର୍ଥନ କରିଥିବା ଏବଂ ପ୍ରେମ ବଜାୟ ରଖିଥିବା ସମସ୍ତଙ୍କୁ ଆମେ ଧନ୍ୟବାଦ ଦେବାକୁ ଚାହୁଁଛୁ । ’ ୨୦୧୩ରେ ପୱନ କଲ୍ୟାଣ ଓ ଆନ୍ନା ହଜାରେ ବିବାହ କରିଥିଲେ । ପୱନ କଲ୍ୟାଣ ଏବଂ ଆନ୍ନା କୋନିଡେଲା ୨୦୧୧ ରେ ଚଳଚ୍ଚିତ୍ର ‘ତିନ ମାର’ ସମୟରେ ସାକ୍ଷାତ ହୋଇଥିଲେ। ପ୍ରାୟ ଦୁଇ ବର୍ଷ ପରେ, ସେପ୍ଟେମ୍ବର ୨୦୧୩ରେ, ଦୁହେଁ ବିବାହ କରିଥିଲେ । ଆନ୍ନା ମୂଳତଃ ଋଷିଆ ବାସିନ୍ଦା । ଏହି ବିବାହରୁ ଏହି ଦମ୍ପତିଙ୍କର ଦୁଇଟି ସନ୍ତାନ ଅଛନ୍ତି ।
ପୱନ କଲ୍ୟାଣ ଦୁଇଥର ବିବାହ କରିଛନ୍ତି- ପୱନ କଲ୍ୟାଣଙ୍କର ଏହା ଥିଲା ତୃତୀୟ ବିବାହ । ସେ ପ୍ରଥମେ ୧୯୯୭ ମସିହାରେ ନନ୍ଦିନୀଙ୍କୁ ବିବାହ କରିଥିଲେ। ତେବେ ୨୦୦୮ରେ ଏହି ଦମ୍ପତି ଛାଡପତ୍ର ନେଇଥିଲେ। ଏହା ପରେ ୨୦୦୯ରେ ସେ ଅଭିନେତ୍ରୀ ରେଣୁ ଦେଶାଇଙ୍କୁ ବିବାହ କରିଥିଲେ। ରେଣୁ ଓ ପୱନଙ୍କର ଦୁଇଟି ସନ୍ତାନ ଅଛନ୍ତି । ଦୁହିଁଙ୍କ ମଧ୍ୟରେ ସମ୍ପର୍କ ଅଧିକ ଦିନ ତିଷ୍ଠି ନଥିଲା ଏବଂ ୨୦୧୨ ରେ ସେମାନେ ଛାଡପତ୍ର ପାଇଥିଲେ। ଏହାପରେ ୨୦୧୩ରେ ପବନ ଆନ୍ନାଙ୍କୁ ବିବାହ କରିଥିଲେ ।
ସୌଜନ୍ୟ ପ୍ରମେୟ




