ଜାତୀୟ

Nvidia CEO: ଚୀନ୍‌ ଗୁପ୍ତଚରଙ୍କ ସହ ଏନ୍‌ଭିଡିଆ ସିଇଓଙ୍କ ଚୋରା ପ୍ରେମ… ଛାଡ଼ପତ୍ର ହେଲେ ପତ୍ନୀ ପାଇବେ କେତେ ସମ୍ପତ୍ତି ?

ନୂଆଦିଲ୍ଲୀ,୧୦/୧୧: କର୍ପୋରେଟ୍ ଜଗତରେ ବର୍ଷର ସବୁଠୁ ବଡ଼ ସ୍ୱୀକାରୋକ୍ତି କହିଲେ ଭୁଲ ହେବ ନାହିଁ । ଏହି ସ୍ୱୀକାରୋକ୍ତି ପରଠୁ କୋମାରେ ଟେକ୍ଦୁନିଆ । ବିଶ୍ୱର ଅନ୍ୟତମ ଶୀର୍ଷ ଚିପ୍ କମ୍ପାନି ଏନ୍‌ଭିଡିଆର ସିଇଓ ଜେନସେନ୍ ହୁଆଙ୍ଗ ଜଣେ ଚୀନ୍ ମହିଳା ଉଦ୍ୟୋଗୀଙ୍କୁ ଚୋରା ପ୍ରେମ କରିବା କଥା ସ୍ୱୀକାର କରିଛନ୍ତି । ଗତ ୨୯ ଅକ୍ଟୋବର, ନ୍ୟୁୟର୍କଟାଇମ୍ସର ଏକ ରିପୋର୍ଟରେ ଏ ବିଷୟରେ ପ୍ରକାଶ ପାଇଥିଲା । ଏହାପରେ ଗତ ରବିବାର ଜେନସେନ୍ ନିଜ କମ୍ପାନିର କର୍ମଚାରୀଙ୍କୁପଠାଇଥିବା ବାର୍ତ୍ତାରେ ପତ୍ନୀ ଲୋରି ହୁଆଙ୍ଗଙ୍କ ସହ ପ୍ରତାରଣାକରିଥିବା ସ୍ୱୀକାର କଲେ ଏବଂ ପତ୍ନୀ ଓ ସନ୍ତାନଙ୍କୁ କ୍ଷମା ମାଗିଲେ । ସେହି ଚୀନ୍ ମହିଳାଙ୍କୁ ନେଇ ଏବେ ଚର୍ଚ୍ଚା, ଯାହାଙ୍କ ପାଇଁ ଜେନସେନ୍‌ ପରିବାରକୁ ଠକିଲେ । ସେ କେବଳ କର୍ପୋରେଟ୍ ଦୁନିଆରେ ନୁହେଁ, ବରଂ ଚୀନ୍ଠୁ ଆମେରିକା ଯାଏ ସବୁଠି ହଇଚଇ ସୃଷ୍ଟି କରିଛନ୍ତି । ତାଙ୍କ ନାଁ- ଆଲିସ ହୁଆଙ୍ଗ । ଜେନସେନ୍‌ଙ୍କ ସହ ଚୋରା ପ୍ରେମ ସାମ୍ନାକୁ ଆସିବା ପରେ ଆମେରିକା ଆଲିସଙ୍କୁ ଚୀନ୍ ଗୁପ୍ତଚର କହୁଛି । ଜେନସେନ୍ ହନିଟ୍ରାପ୍‌ରେ ଫସିଥିବା ଏହା ଆଶଙ୍କା କରିଛି । କିନ୍ତୁ ଚୀନ୍ ଏହାକୁ ସିଧା ଖଣ୍ଡନ କରିଛି । ପତ୍ନୀ  ଏବଂ ପିଲାଙ୍କୁ ଧୋକ ଦେଇଥିବା  ନିଜେ ସ୍ୱୀକାର କରିଛନ୍ତି ଏନ୍‌ଭିଡିଆର ସିଇଓ ଜେନସେନ୍ । ତେବେ ଯଦି ପତ୍ନୀଙ୍କ ସହ ଛଡ଼ ପତ୍ର ହୁଏ ତେବେ କେତେ ଟଙ୍କା ଗଣିବେ ଜେନସେନ୍ । ଅଧା ସମ୍ପତ୍ତି ଦେବାକୁ ପଡ଼ିବ କି ?

୧୯୯୩ରେ ଜେନସେନ୍ ଆରମ୍ଭ କରିଥିଲେ ଏନ୍‌ଭିଡିଆ-୬୩ ବର୍ଷୀୟ ଜେନସେନ୍ ୧୯୯୩ରେ ଏନ୍ଭିଡିଆ ଆରମ୍ଭ କରିଥିଲେ । ଆରମ୍ଭରେ ଏହା କମ୍ପ୍ୟୁଟର ପାଇଁ ଗ୍ରାଫିକ୍ସ ଚିପ୍ ନିର୍ମାଣ କରୁଥିଲା । ପରେ ଏଆଇର ଚାହିଦା ବୃଦ୍ଧି ସହିତ କମ୍ପାନିର କାରବାର ଖୁବ୍ ବଢ଼ିଲା ଏବଂ ବିଶ୍ୱର ଅନ୍ୟତମ ସବୁଠୁ ବଡ଼ କମ୍ପାନିରେ ସାମିଲ ହେଲା । ଜେନସେନ୍‌ଙ୍କ ପରିବାର ମଧ୍ୟ କମ୍ପାନି ସହ ଜଡ଼ିତ । ପୁଅ ସ୍ପେନ୍ସର ପ୍ରଡକ୍ଟ ମ୍ୟାନେଜମେଣ୍ଟ ଡାଇରେକ୍ଟର ଏବଂ ରୋବୋଟିକ୍ସ କାମ ସହ ଜଡ଼ିତ । ଝିଅ ମାଡିସନ୍ ବରିଷ୍ଠ ନିର୍ଦ୍ଦେଶକ, ଯିଏ ରୋବୋଟିକ୍ସ ସହ କମ୍ପାନିର ମାର୍କେଟିଂ ଓ ପ୍ରଚାର କାମ ଦେଖୁଛନ୍ତି । ଜ୍ୱାଇଁ ନିକୋ କାପ୍ରେଜ କମ୍ପାନିର ବିଜ୍ନେସ୍ ଡେଭ୍ଲପମେଣ୍ଟ ଟିମ୍‌ରେ ଅଛନ୍ତି । ଜେନସେନ୍ ୧୯୮୫ରେ ଲୋରିଙ୍କୁ ବିବାହ କରିଥିଲେ । ଓରେଗନ୍ ଷ୍ଟେଟ୍ ୟୁନିଭର୍ସିଟିରେ ଅଧ୍ୟୟନ ସମୟରେ ଉଭୟଙ୍କର ସାକ୍ଷାତ ହୋଇଥିଲା । ଏନ୍‌ଭିଡିଆ ପ୍ରତିଷ୍ଠାରେ ପତ୍ନୀଙ୍କ ସହଯୋଗ ରହିଥିବା ଜେନସେନ୍ ଅନେକ ଥର କହିଛନ୍ତି ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button