ଦେଶ ବିଦେଶ
Harassment case: ଟିଭିକେ ବିଧାୟକଙ୍କ ବିରୋଧରେ ତଦନ୍ତ ହେବ: ମନ୍ତ୍ରୀ
ତାମିଲନାଡୁର କଲ୍ଲାକୁରିଚି ଜିଲ୍ଲାର ମହିଳା ଜିଲ୍ଲାପାଳ ଜେ.ଇ. ପଦ୍ମଜାଙ୍କୁ ଶାସକ ତାମିଲଗା ଭେଟ୍ରି କଝଗମ୍ (ଟିଭିକେ)ର ବିଧାୟକ ଅରୁଲ ବିଗ୍ନେଶ ହଇରାଣ କରିଥିବା ଅଭିଯୋଗକୁ ନେଇ ତାମିଲନାଡୁ ରାଜନୀତିରେ ଚର୍ଚ୍ଚା ଜୋର୍ ଧରିଛି। ଏହି ଘଟଣାରେ ରାଜ୍ୟ ସରକାର ନିରପେକ୍ଷ ତଦନ୍ତ...

ଚେନ୍ନାଇ: ତାମିଲନାଡୁର କଲ୍ଲାକୁରିଚି ଜିଲ୍ଲାର ମହିଳା ଜିଲ୍ଲାପାଳ ଜେ.ଇ. ପଦ୍ମଜାଙ୍କୁ ଶାସକ ତାମିଲଗା ଭେଟ୍ରି କଝଗମ୍ (ଟିଭିକେ)ର ବିଧାୟକ ଅରୁଲ ବିଗ୍ନେଶ ହଇରାଣ କରିଥିବା ଅଭିଯୋଗକୁ ନେଇ ତାମିଲନାଡୁ ରାଜନୀତିରେ ଚର୍ଚ୍ଚା ଜୋର୍ ଧରିଛି। ଏହି ଘଟଣାରେ ରାଜ୍ୟ ସରକାର ନିରପେକ୍ଷ ତଦନ୍ତ କରିବେ ବୋଲି ମଙ୍ଗଳବାର ରାଜ୍ୟର ସ୍କୁଲ୍ ଶିକ୍ଷାମନ୍ତ୍ରୀ ଏ. ରାଜମୋହନ ପ୍ରତିଶ୍ରୁତି ଦେଇଛନ୍ତି। ଅଭିଯୋଗ ପ୍ରମାଣିତ ହେଲେ ଦୋଷୀଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଛନ୍ତି।
ସୌଜନ୍ୟ ସମ୍ବାଦ




