ଦେଶ ବିଦେଶ

Credit: ଏମ୍‌ଏସ୍‌ଏମ୍‌ଇକୁ ଅଧିକ ଋଣ ସୁବିଧା ଦାବିକଲା ପିଏଚ୍‌ଡିସିସିଆଇ

ଏହାକୁ ଦୃଷ୍ଟିରେ ରଖି ପିଏଚ୍‌ଡି ଚାମ୍ବର ଅଫ୍‌ କମର୍ସ ଆଣ୍ଡ୍‌ ଇଣ୍ଡଷ୍ଟ୍ରି (ପିଏଚ୍‌ଡିସିସିଆଇ) ପକ୍ଷରୁ ଟିକସ ହ୍ରାସ ସହିତ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ)ଗୁଡ଼ିକ ପାଇଁ ଋଣ ସୁବିଧାକୁ ଅଧିକ ମଜଭୁତ୍‌ କରିବା ପାଇଁ ଦାବି କରାଯାଇଛି।

ନୂଆଦିଲ୍ଲୀ: ୨୦୨୭-୨୮ ଆର୍ଥିକବର୍ଷର ବଜେଟ୍‌ ପ୍ରସ୍ତୁତି ଓ ଉପସ୍ଥାପନ ପାଖେଇ ଆସୁଛି। ଏହାକୁ ଦୃଷ୍ଟିରେ ରଖି ପିଏଚ୍‌ଡି ଚାମ୍ବର ଅଫ୍‌ କମର୍ସ ଆଣ୍ଡ୍‌ ଇଣ୍ଡଷ୍ଟ୍ରି (ପିଏଚ୍‌ଡିସିସିଆଇ) ପକ୍ଷରୁ ଟିକସ ହ୍ରାସ ସହିତ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ)ଗୁଡ଼ିକ ପାଇଁ ଋଣ ସୁବିଧାକୁ ଅଧିକ ମଜଭୁତ୍‌ କରିବା ପାଇଁ ଦାବି କରାଯାଇଛି। ସଂଘ ପକ୍ଷରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ପ୍ରଦାନ କରାଯାଇଥିବା ପ୍ରସ୍ତାବରେ ଯେଉଁସବୁ ଦାବି ରଖାଯାଇଛି ସେଗୁଡ଼ିକ ମଧ୍ୟରେ ଇକ୍ବିଟି ନିବେଶ ଉପରେ ଦୀର୍ଘମିଆଦୀ ପୁଞ୍ଜିଲାଭ ଟିକସ (ଏଲ୍‌ଟିସିଜି)କୁ ଉଚ୍ଛେଦ କରିବା, ସ୍ବଳ୍ପମିଆଦୀ ପୁଞ୍ଜିଲାଭ ଟିକସ (ଏସ୍‌ଟିସିଜି)କୁ ୨୦ ପ୍ରତିଶତରୁ ୧୦ ପ୍ରତିଶତକୁ ହ୍ରାସ, ଏମ୍‌ଏସ୍‌ଏମ୍‌ଇ ଋଣକୁ ଏନ୍‌ପିଏ ବର୍ଗୀକରଣ କରିବା ପାଇଁ ସମୟସୀମା ୯୦ ଦିନରୁ ୧୮୦ ଦିନକୁ ବୃଦ୍ଧି କରିବା ଆଦି ଅନ୍ୟତମ।

ଏଥିସହିତ ପିଏମ୍‌ ମୁଦ୍ରା ଯୋଜନାରେ ଋଣ ସୀମା ବଢ଼ାଇବା, ଏମ୍‌ଏସ୍‌ଏମ୍‌ଇଗୁଡ଼ିକୁ ସରକାରୀ ଇକ୍ବିଟି ସହାୟତା ବଢ଼ାଇବା ଏବଂ କ୍ରେଡିଟ୍‌ ଗ୍ୟାରେଣ୍ଟି ଫଣ୍ଡ ଟ୍ରଷ୍ଟକୁ କଡ଼ାକଡ଼ିଭାବେ କାର୍ଯ୍ୟକାରୀ କରିବା ଲାଗି ମଧ୍ୟ କୁହାଯାଇଛି। ପିଏମ୍‌ ମୁଦ୍ରା ଯୋଜନାର ଶିଶୁ ବର୍ଗରେ ୧ ଲକ୍ଷ ଟଙ୍କା, କିଶୋର ବର୍ଗରେ ୧୦ ଲକ୍ଷ ଟଙ୍କା ଏବଂ ତରୁଣ/ତରୁଣ ପ୍ଲସ ବର୍ଗରେ ୨୦ ଲକ୍ଷ ଟଙ୍କା କରିବା ପାଇଁ କୁହାଯାଇଛି।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button